ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼

Get real time updates directly on you device, subscribe now.

ନିଆଳି,(ବି.ବି.ନୁ୍ୟଜ): ସାମାଜିକକର୍ମୀ ତଥା ମାସିକ ଖବରକାଗଜ “ଖାଉଟି ଜାଗରଣ’ର ସମ୍ପାଦକ ତଥା ନିଆଳି ବ୍ଲକ୍ ଅଁଳୋ ଗ୍ରାମର ବଟକୃଷ୍ଣ ମୁଖିଙ୍କ ଘର ଉପରକୁ ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତ ବୋମାମାଡ଼ କରିଥିଲେ । ଏହି ବୋମାମାଡ଼ରେ ଶ୍ରୀ ମୁଖିଙ୍କ ଘର କାନ୍ଥର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଛି । ଅଭିଯୋଗରୁ ପ୍ରକାଶ ଶ୍ରୀ ମୁଖି ଅଁଳୋ ପଞ୍ଚାୟତରେ ବିଭିନ୍ନ ସରକାରୀ ଯୋଜନାରେ ଦୁର୍ନୀତି ସଂକ୍ରାନ୍ତରେ ବିଭିନ୍ନ ସମୟରେ ଖବର ପ୍ରକାଶ କରୁଥିଲେ । ଏଥିନେଇ ସ୍ଥାନୀୟ କିଛି ଦୁର୍ନୀତିଖୋର ବ୍ୟକ୍ତି ଶ୍ରୀ ମୁଖିଙ୍କୁ ବିଭିନ୍ନ ସମୟରେ ଧମକ ଚମକ ଦେଇ ଆସୁଥିଲେ । ଗତ ରବିବାର ରାତି ୨ଟା ୩୦ରେ ଶ୍ରୀ ମୁଖିଙ୍କ ପରିବାର ଶୋଇଥିବା ବେଳେ କେହି ଦୁର୍ବୁତ୍ତ ଘରର ବାହାରପଟ କାନ୍ଥକୁ ୨ଟି ବୋମା ପକାଇଥିଲେ । ପ୍ରଚଣ୍ଡ ଶବ୍ଦ ହୋଇଥିଲେ ମଧ୍ୟ ତାଙ୍କ ଗ୍ରାମରେ ବାହାଘର ହେଉଥିବାରୁ ବାଣ ଫୁଟୁଛି ଭାବି କେହି ବାହାରକୁ ଉଠି ନ ଥିଲେ । ମାତ୍ର ସକାଳୁ ଉଠି ବୋମାମାଡ଼ରେ କାନ୍ଥର ବିଭିନ୍ନ ସ୍ଥାନ କ୍ଷତିଗ୍ରସ୍ତ ହୋଇଥିବା ଦେଖିଥିଲେ । ଶ୍ରୀ ମୁଖି ନିଆଳି ଥାନାକୁ ଖବର ଦେବା ପରେ ଘଟଣାସ୍ଥଳରେ ନିଆଳି ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକ ପହଞ୍ଚô ଗୋଡ଼ି ଓ ସୁତୁଲି ଜବତ କରିଥିଲେ । ଏ ସଂକ୍ରାନ୍ତରେ ଏକ ମାମଲା ଥାନାରେ ରୁଜୁ ହୋଇଛି । ଶ୍ରୀ ମୁଖିଙ୍କୁ ବହୁ ସମୟରେ ଧମକ ଚମକ ଦେଉଥିବା କେତେକ ବ୍ୟକ୍ତି ଏହି ବୋମାମାଡ଼ ଘଟଣାରେ ସଂପୃକ୍ତ ଅଛନ୍ତି ବୋଲି ସେ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons