କାରରୁ ଜବତ ହେଲା ୭କୋଟି ୯୦ଲକ୍ଷ ଜାଲ୍ ନୋଟ

Get real time updates directly on you device, subscribe now.

କୋରାପୁଟ : ମଙ୍ଗଳବାର କୋରାପୁଟରୁ ଜାଲନୋଟ ଜବତ କରିଛି ପୋଲିସ । ସୁଙ୍କି ଫାଣ୍ଡି ପୋଲିସ ଓ ପଟ୍ଟାଙ୍ଗୀ ଥାନା ପୋଲିସର ମିଳିତ ଉଦ୍ୟମରେ ପ୍ରଚୁର ପରିମାଣର ଜାଲ୍‌ ନୋଟ୍‌ ଜବତ ହୋଇଥିବା ସୂଚନା ମିଳିଛି । ଛତିଶଗଡ଼ରୁ ବିଶାଖାପାଟଣା ଚାଲାଣ କରାଯାଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଛି । ସମସ୍ତ ନୋଟ ୫୦୦ ଟଙ୍କିଆ ଜାଲ ନୋଟ ହୋଇଥିବା ସୂଚନା ମିଳିଛି । ଗାଡିକୁ ଜବତ କରିଵା ସହ ୩ ଜଣକୁ ଗିରଫ କରିଛି ପୋଲିସ । ୩ ଜଣଙ୍କ ଘର ଛତିଶଗଡର ବୋଲି ଜଣା ପଡିଛି । ଏନେଇ ସୁନାବେଡ଼ା ଏସଡିପିଓ ନିରଞ୍ଜନ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ୭କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ ଜବତ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons