ନାରାୟଣାପାଟଣାରେ ୧୨ ଘଣ୍ଟିଆ ବନ୍ଦ

Get real time updates directly on you device, subscribe now.

ନାରାୟଣପାଟଣା,(ବି.ବି.ନୁ୍ୟଜ): ବିପର୍ଯ୍ୟସ୍ତ ବିଏସ୍ଏନ୍ଏଲ୍ ସେବାର ପ୍ରତିବାଦରେ ଆଜି ନାରାୟଣାଟଣାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଉଦେ୍ଧଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଆନେ୍ଦାଳନକୁ ତୀବ୍ର କରାଯିବ । ସମସ୍ତ ସରକାରୀ କାର୍ଯ୍ୟାଳୟରେ ତାଲା ପକାଯିବ । ଦରକାର ପଡ଼ିଲେ ଗ୍ରାମବାସୀମାନେ ଆମରଣ ଅନଶନରେ ବସିବେ । ଏଭଳି ଚେତାବନୀ ଦେଇଛନ୍ତି ଆନେ୍ଦାଳନକାରୀ । ବନ୍ଦ ଯୋଗୁ ନାରାୟଣାପଟଣା ଏବଂ ବନ୍ଧୁଗାଁ ବ୍ଲକ୍ର ଜନସାଧାରଣ ନାହିଁ ନଥିବା ଅସୁବିଧା ଭୋଗିଥିଲେ ।
ଆଜି ସକାଳ ୬ଟାରୁ ଆରମ୍ଭ ହୋଇଥିଲା ବନ୍ଦ ପାଳନ । ଆନେ୍ଦାଳନକାରୀମାନେ ପିକେଟିଂ କରି ସହରର ସମସ୍ତ ଦୋକାନ ବଜାର ବନ୍ଦ କରିଥିଲେ । ଗାଡ଼ି ଚଳାଚଳ, ସରକାରୀ ଅନୁÂାନରେ କାର୍ଯ୍ୟ ସ୍ୱାଭାବିକ ଥିଲା । ଆନେ୍ଦାଳନକାରୀମାନେ କହିଛନ୍ତି, ଲକ୍ଷ୍ମୀପୁରରୁ ନାରାୟଣାପଟଣା ୨୨ କିଲୋମିଟର ରାସ୍ତାରେ ଅପ୍ଟିକାଲ୍ ଫାଇବର୍ ବାରମ୍ବାର କଟୁଛି । ଅଧିକାରୀମାନେ ମରାମତି କରୁଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇପାରୁନି । ଯାହା ଲୋକଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧୁଛି । ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସାଂସଦ ଏବଂ କେନ୍ଦ୍ର ମନ୍ତ୍ରୀଙ୍କୁ ଟୁଇଟ୍ କରାଯାଇଥିଲା । ଜିଲ୍ଲା ପ୍ରଶାସନ ନିକଟରେ ବି ବାରମ୍ବାର ଦାବି କରାଯାଇଥିଲା । ତଥାପି କୌଣସି ସୁଫଳ ମିଳିନଥିଲା । ତେଣୁ ବାଧ୍ୟ ହୋଇ ଆଜି ସହରବାସୀ ଆନେ୍ଦାଳନକୁ ଓହ୍ଲାଇଥିଲେ ।
ସୂଚନାଥାଉକି, ବ୍ଲକ୍ରେ ଘରୋଇ ଟେଲି ସେବା ସୁବିଧା ଉପଲବ୍ଧ ନଥିବାରୁ ଗ୍ରାହକମାନେ ବାଧ୍ୟ ହୋଇ ବିଏସ୍ଏନ୍ଏଲ୍ ଉପରେ ନିର୍ଭର କରୁଛନ୍ତି । ଇଣ୍ଟରନେଟ୍ କାମ କରୁନଥିବାରୁ ବିଡିଓ, ତହସିଲଦାରଙ୍କ ସମେତ ଅନ୍ୟ ଅଧିକାରୀମାନେ ବାଧ୍ୟ ହୋଇ ପାଖ ଜଙ୍ଗଲକୁ ଯାଇ ସରକାରୀ କାମ କରୁଛନ୍ତି । ଜରୁରୀ ସମୟରେ ୧୦୨ କିମ୍ବା ୧୦୮ ଆମ୍ବୁଲାନ୍ସକୁ ଫୋନ୍ ଲଗାଇଲେ ଲାଗୁନି । ନେଟ୍ ଲାଗୁ ନଥିବାରୁ ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ନକ୍ସଲ ଦମନରେ ମୁତୟନ ଥିବା ଯବାନମାନେ ମଧ୍ୟ ବିଭିନ୍ନ ସମୟରେ ଅସୁବିଧା ଭୋଗୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons