
ମାଲକାନଗିରି,(ବି.ବି.ନୁ୍ୟଜ): ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମାଲକାନଗରି ଜିଲ୍ଲାକୁ ଦୁଇଦିନିଆ ଗସ୍ତ କରିଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି । ଜିଲ୍ଲା ସଦର ମହକୁମା ଦ୍ୱିତୀୟ କପିଳାଶ ନାଁରେ ପ୍ରସିଦ୍ଧ ମଲ୍ଲିକେଶ୍ୱର ମହାଦେବଙ୍କ ପୀଠରେ ପହଞ୍ଚି ଠାକୁର ଦର୍ଶନ କରିଛନ୍ତି । ଏହି ଅବସରରେ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ସାଂସଦ ଶ୍ରୀ ମାଝୀଙ୍କୁ ଯାତ୍ରା ବିଶ୍ରାମଗୃହ, ରୋଷେଇ ଶାଳା, ମଣ୍ଡପ, ପାହାଡ଼ ଉପରେ ଥିବା ମହାଦେବଙ୍କ ନିକଟକୁ ବୟସ୍କ ଭକ୍ତଙ୍କ ଦର୍ଶନ ପାଇଁ ଗାଡ଼ିରେ ଯିବା ଲାଗି ରାସ୍ତା ନିର୍ମାଣ କରିବା ସହ ମନ୍ଦିରର ଉନ୍ନତି କରଣ କରିବା ଲାଗି ଦାବି କରିଥିଲେ । ସାଂସଦ ଶ୍ରୀ ମାଝୀ ଏସବୁ କାର୍ଯ୍ୟ ପର୍ଯ୍ୟାୟକ୍ରମେ କରାଯିବ । ଆଗାମୀ ଦିନରେ ଏହି ଶୈବପୀଠର ଉନ୍ନତିକରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।


Comments are closed, but trackbacks and pingbacks are open.