୩ ହଜାର ମୋ ସେବା କେନ୍ଦ୍ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜାତି ପ୍ରମାଣପତ୍ର ହେଉ ଅବା ଆୟ ପ୍ରମାଣପତ୍ର । ଏଭଳି ସରକାରୀ ସେବା ଓ ସୁବିଧା ପାଇଁ ଆଉ ବାରମ୍ବାର ତହସିଲ ଅଫିସ ଧାଇଁବାକୁ ପଡ଼ିବନି । ହାତପାଆନ୍ତାରେ ଏଣିକି ଆପଣ ପାଇବେ ଏ ସୁବିଧା । ଘର ପାଖରେ ‘ମୋ ସେବା କେନ୍ଦ୍ର’ରୁ ଯାଇ ଅନଲାଇନରେ ଆବେଦନ କରି ଜଣେ ଏସବୁ ପ୍ରମାଣପତ୍ର ପାଇପାରିବ । ରାଜ୍ୟର ଜନସାଧାରଣଙ୍କୁ ନିଜ ଘର ପାଖରେ ଏ ସରକାରୀ ସେବା ପ୍ରଦାନ କରିବାକୁ ବିଜୁ ଜୟନ୍ତୀ ଓ ପଞ୍ଚାୟତିରାଜ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ହଜାର ମୋ ସେବା କେନ୍ଦ୍ରକୁ ଲୋକାର୍ପଣ କରିଛନ୍ତି । ଏହା ସହ ‘ଓଡ଼ିଶା ୱାନ’ ପୋର୍ଟାଲର ମଧ୍ୟ ଶୁଭାରମ୍ଭ ହୋଇଛି । ରାଜ୍ୟର ସବୁ ପଞ୍ଚାୟତର ମୋ ସେବା କେନ୍ଦ୍ର ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି କେନ୍ଦ୍ର ୮ ହଜାର ଯୁବକଯୁବତୀଙ୍କ ପାଇଁ ଆତ୍ମନିଯୁକ୍ତିର ବାଟ ଖୋଲିବ । ଏ ନୂଆ ପଦକ୍ଷେପ ଦ୍ୱାରା ଲୋକଙ୍କୁ ବାରମ୍ବାର ସରକାରୀ ଅଫିସ୍ ଯିବାକୁ ହେବନି । ସମଗ୍ର ରାଜ୍ୟ ପାଇଁ ଏହା ଯୁଗାନ୍ତକାରୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜ୍ୟରେ ‘୫ ଟି’ ଓ ‘ମୋ ସରକାର’ରେ ବୈଷୟିକ ଜ୍ଞାନ କୌଶଳ ବିନିଯୋଗ କରି ଲୋକଙ୍କୁ ସେବା ଯୋଗାଇବାକୁ ସରକାର ମୋ ସେବା କେନ୍ଦ୍ରର ପରିକଳ୍ପନା କରିଛନ୍ତି । ଏହି କେନ୍ଦ୍ରରେ ଜାତି, ଆୟ, ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ସହ ପ୍ରବେଶିକା ପରୀକ୍ଷା ଫର୍ମ ପୂରଣରୁ ଆରମ୍ଭ କରିବାର ସୁବିଧା ଏଠାରେ ମିଳିପାରିବ । ହଜି ଯାଇଥିବା ସାର୍ଟିଫିକେଟ୍ ପାଇଁ ମଧ୍ୟ ଏହି କେନ୍ଦ୍ରରୁ ଆବେଦନ କରିହେବ । ଏହାଛଡ଼ା ବିଜୁଳି ବିଲ୍, ପାଣି ବିଲ୍, ବାଣିଜ୍ୟ ଲାଇସେନସ୍ ଦେୟ ମଧ୍ୟ ପଇଠ କରିହେବ । ଏହିଭଳି ପ୍ରଥମ ଦଫାରେ ପ୍ରାୟ ୧୦୦ ସରକାରୀ ସେବା ଏହି କେନ୍ଦ୍ରରେ ମିଳିବ । ଜନସେବା କେନ୍ଦ୍ର ଭଳି ଆଗକୁ ବିଭିନ୍ନ ବିଭାଗର ବହୁ ସେବା ମଧ୍ୟ ମିଳିପାରିବ । ଜନସେବା ଅଧିକାରରେ ସରକାର ଯେଉଁସବୁ ସେବା ଯୋଗାଉଛନ୍ତି ତାହା ସବୁ ଏ କେନ୍ଦ୍ରରେ ସହଜରେ ଉପଲବ୍ଧ ହେବ ।
ଏହି ମୋ ସେବା କେନ୍ଦ୍ରର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ କହିଲେ, ସେବା ଓ ସମ୍ମାନ ହେଉଛି ମୋ ସରକାରର ମୂଳ ମନ୍ତ୍ର । ଗଣତନ୍ତ୍ରରେ ଲୋକ ହେଉଛନ୍ତି ମାଲିକ । ଲୋକଙ୍କୁ ସଶକ୍ତ କରିବା ଏବଂ ସମ୍ମାନର ସହ ସେବା ଯୋଗାଇବା ସହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ମୁଖ୍ୟମନ୍ତ୍ରୀ କହିଲେ, ବିଜୁବାବୁ ଚାହୁଁଥିଲେ ବୈଷୟିକ ଜ୍ଞାନ କୌଶଳ ଗାଁ ଗାଁରେ ପହଞ୍ଚୁ । ବିଜ୍ଞାନର ସୁଫଳ ସାଧାରଣ ଲୋକର ସେବାରେ ଉପଯୋଗ ହେଉ । ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଆସୁ । ମୋ ସେବାକେନ୍ଦ୍ର ଏ ଦିଗରେ ଏକ ବଳିÂ ପଦକ୍ଷେପ । ସାଧାରଣ ଲୋକ ନିଜ ଘର ପାଖରେ ବିଭିନ୍ନ ପ୍ରକାର ସରକାରୀ ସୁବିଧା ପାଇପାରିବେ । ସହରବାସୀ ଏବଂ କଂପୁ୍ୟଟର ଜାଣିଥିବା ଲୋକମାନଙ୍କ ପାଇଁ ‘ଓଡ଼ିଶା ୱାନ୍ ପୋର୍ଟାଲ’ ସେବା ଯୋଗାଇବାରେ ସହାୟକ ହେବ । ମୋ ସେବା କେନ୍ଦ୍ର ଏବଂ ଓଡ଼ିଶାୱାନ୍ ପୋର୍ଟାଲ ସଂପର୍କରେ ଲୋକମାନଙ୍କୁ ସଚେତନ କରିବା ସହ ସେବାର ଗୁଣାତ୍ମକ ମାନ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କ୍ରୀଡ଼ା ଓ ଯୁବସେବା ଏବଂ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହାକୁ ମୁଖ୍ୟମନ୍ତ୍ରୀଙ୍କର ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି । ଏହାଦ୍ୱାରା ସମାଜର ସବୁ ବର୍ଗର ଲୋକ ଉପକାର ପାଇପାରିବେ । ଏ ଅବସରରେ ମୋ ସେବା କେନ୍ଦ୍ରର ସୁବିଧା ପାଇଥିବା କୋଣାର୍କ, ହିଞ୍ଜିଳି, ଅତାବିରା, ନବରଙ୍ଗପୁର, ଭଦ୍ରକ ଓ ଗଜପତିର ହିତାଧିକାରୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ମତ ବିନିମୟ କରିଥିଲେ । ହିତାଧିକାରୀମାନେ ରାଜ୍ୟ ସରକାରଙ୍କ ଏ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ ଟି) ଭି କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।
ଇଲେକଟ୍ରୋନିକ୍ସ ଏବଂ ଆଇଟି ସଚିବ ମନୋଜ ମିଶ୍ର କାର୍ଯ୍ୟକ୍ରମ ସଂପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ବିଭାଗୀୟ ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons