ଆଖି ବୁଜିଲେ ଅସହାୟ ଡାଳିମ୍ବ

Get real time updates directly on you device, subscribe now.

ଲମତାପୁଟ,(ବି.ବି.ନୁ୍ୟଜ): ଶେଷରେ ଆଖି ବୁଜିଛନ୍ତି ଅସହାୟ ବିଧବା ଡାଳିମ୍ବ ପଡାଲ(୪୫) । ତାଙ୍କ ମୃତୁ୍ୟପରେ ପାଖରେ ରହି ମା’ର ସେବାଯତ୍ନ କରୁଥିବା ୧୨ବର୍ଷର ପୁଅ ଘେନୁ ଏବେ ଅନାଥ ହୋଇଯାଇଛି । ଏଭଳି କରୁଣଚିତ୍ର ଦେଖିବାକୁ ମିଳିଛି ଲମତାପୁଟ ବ୍ଲକ ଗୋଡିିହଞ୍ଜର ପଞ୍ଚାୟତ ବନ୍ଧପଡା ଗାଁରେ । ୬ମାସ ଧରି ରକ୍ତଚାପରେ ଶଯ୍ୟାରେ ପଡି ଶେଷରେ ଆଖି ବୁଜିଛନ୍ତି । ତାଙ୍କ ସମ୍ପର୍କରେ ଗତ ଫେବ୍ରୁୟାରୀରେ ପ୍ରମେୟରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲା । ଦୃଷ୍ଟିହୀନ ମା’ର ସେବାରେ କଅଁଳ ଶିଶୁ । ଖବର ପ୍ରକାଶ ପରେ ସ୍ୱେଚ୍ଛାସେବୀମାନେ ସହାୟତା କରିଥିଲେ । ସହିଦ ଲକ୍ଷ୍ଣଣ ନାୟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସେ ଦୃଷ୍ଟିଶକ୍ତି ଫେରିପାଇଥିଲେ । ଜିଲ୍ଲା ପ୍ରଶାସନର ସହାୟତାରେ ଦୁନିଆ ଦେଖିଥିଲେ । ସୁସ୍ଥ ହୋଇ ଘରକୁ ଫେରିବା ପରେ କେହି ଆଉ ପଚାରିଲେନି ।
ଉଚ୍ଚରକ୍ତଚାପରେ ପୀଡିତ ହୋଇ ଆଖିଦୁଇଟି କୋରଡ଼ ସଦୃଶ ହୋଇଗଲା । ହାତଗୋଡ ଚାଲିଲାନି । ତଥାପି ୧୨ବର୍ଷର ପୁଅ ଘେନୁ ମା’ଙ୍କ ସେବାଯତ୍ନ ଜାରି ରଖିଥିଲା । ଏବେ ମା’ଙ୍କ ପରଲୋକ ପରେ ଘେନୁର ଆଖିରୁ ଲୁହ ଝରୁଛି । ସବୁଆଡେ ଅନ୍ଧାର । କେଉଁଠିକି ଯିବ, କଣ କରିବ ଚିନ୍ତା କରିପାରୁନି । ଏକୁଟିଆ ଏହି କୁନି ପିଲା କେଉଁଠି ରହିବ ସେନେଇ ଅଞ୍ଚଳବାସୀ ମଧ୍ୟ ଚିନ୍ତିତ ଅଛନ୍ତି । ସୂଚନା ଥାଉ କି ଡାଳିମ୍ବ ଓ ତାଙ୍କ ସ୍ୱାମୀ ମୁକୁନ୍ଦ ପଡାଲ ବେଶ ଖୁସିରେ ରହୁଥିଲେ । ଘେନୁ ଜନ୍ମ ହେବା ପରେ ସେମାନଙ୍କ ଖୁସି ଦ୍ୱିଗୁଣିତ ହୋଇଯାଇଥିଲା । ପୁଅକୁ ୬ବର୍ଷ ହେଲା ବେଳକୁ ଜ୍ୱରରେ ଆକ୍ରାନ୍ତ ହୋଇ ମୁକୁନ୍ଦ ଆରପାରିକୁ ଚାଲିଯାଇଥିଲେ । କିଛିଦିନ ପରେ ଉଚ୍ଚରକ୍ତ ଚାପରେ ଆକ୍ରାନ୍ତ ହୋଇ ଡାଳିମ୍ବ ଭିନ୍ନକ୍ଷମ ହୋଇଯାଇଥିଲେ । ବହୁକଷ୍ଟରେ ଭଲ ହେବା ପରେ କୁଲିମଜିରି କରି ପୁଅକୁ ପାଳୁଥିଲେ । ତିନିବର୍ଷ ତଳେ ତାଙ୍କ ଦୁଇଟି ଆଖି ନଷ୍ଟ ହୋଇଗଲା । ଚିକିତ୍ସା ପାଇଁ ବିଭିନ୍ନ ଜାଗାରେ ଅସ୍ତେ୍ରାପଚାର ପାଇଁ ଟଙ୍କା ଖର୍ଚ୍ଚ ହୋଇଗଲା । ଫଳରେ ସମ୍ପର୍କୀୟମାନେ ହାତ ଛାଡିଦେଲେ । ମା’ଙ୍କ ସେବା ପାଇଁ ସ୍କୁଲ ଯାଉଥିବା ଶିଶୁ ପାଠପଢାରେ >ଡୋରି ବାନ୍ଧିଲା । ଔଷଧଠାରୁ ଆରମ୍ଭ କରି ମା’ଙ୍କ ଗାଧୁଆ, ରୋଷେଇ ସବୁକଥା ବୁଝିଲା । କେବେ କେବେ ଭୋକ ବିକଳରେ ଉଭୟ ମା’ପୁଅକୁ ଜୀବନ କାଟିବାକୁ ପଡୁଥିଲା । ପଡିଶାଘର ଲୋକେ କେବେ କେମିିତି ଖାଇବାକୁ ଦେଉଥିଲେ । ଅତି ଦୟନୀୟ ଅବସ୍ଥାରେ ଭିନ୍ନକ୍ଷମ ମା’ଙ୍କୁ ନାବାଳକ ପୁଅ ସେବା କରୁଥିଲା । ଶେଷ ବେଳକୁ ଡାଳିମ୍ବ କହୁଥିଲେ ମୋ’ଆଖି ଭଲ କରିଦିଅ, ମୁଁ ମୋ ପୁଅକୁ କୁଲିକାମ କରି ପାଠ ପଢାଇବି । ଏଭଳି ନେହୁରା ହୋଇ ବିକଳମନରେ ସମସ୍ତଙ୍କୁ ସେ ଗୁହାରି କରିଆସୁଥିଲେ । ଆଜି ତାଙ୍କ ମୃତୁ୍ୟ ପରେ ଘେନୁର ଆଖିରେ ଅନିଶ୍ଚିତତା ଦେଖାଦେଇଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଘେନୁର ବନେ୍ଦାବସ୍ତ କରିବାକୁ ଅଞ୍ଚଳବାସୀ ନିବେଦନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons