ଆତ୍ମନିର୍ଭର ହେବାକୁ ଯୁବଗୋÂୀଙ୍କୁ ଆହ୍ୱାନ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ଜିଲ୍ଲାରେ କ୍ଷୁଦ୍ର ଶିଳ୍ପ ପ୍ରତିÂା କରିବା ଦିଗରେ ଅନେକ ସୁଯୋଗ ରହିଛି । ଏହି ସୁଯୋଗକୁ ସଫଳ ରୂପ ଦେଇ ଆତ୍ମନିର୍ଭର ହେବାକୁ ଯୁବଗୋÂୀ ଆଗେଇ ଆସିବା ଦରକାର । ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ ଆୟୋଜିତ ଶିଳ୍ପ ଉଦ୍ୟୋଗୀ ସପ୍ତାହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଧଶକ ରତ୍ନାକର ସାହୁ ଏଭଳି ପରାମର୍ଶ ଦେଇଛନ୍ତି । ସେହିପରି, ଚାକରି ପଛରେ ନ ଧାଇଁ ଉଦ୍ୟୋଗ ପ୍ରତିÂା କରି ମାଲିକ ହେବା ପାଇଁ ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ବାଣେଶ୍ୱର ରାଓ ସୁବୁଦ୍ଧି ଯୁବକମାନଙ୍କୁ ଆହ୍ୱାନ ଦେଇଛନ୍ତି ।
ସୂଚନା ଅନୁସାରେ, ନବରଙ୍ଗପୁର କଲେଜ ପରିସରରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଶ୍ରୀ ସାହୁ ସୂଚନା ଦେଇ କହିଛନ୍ତି, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିÂା ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ଏଥିପାଇଁ ବ୍ୟାଙ୍କ ଋଣ ଓ ସବସିଡ୍ ବ୍ୟବସ୍ଥା ରହିଛି । ଯୁବଗୋÂୀ ଜିଲ୍ଲା ଶିଳ୍ପ କେନ୍ଦ୍ରର ପରାମର୍ଶ ନେଇ ଛୋଟ ବଡ ଉଦ୍ୟୋଗ ପ୍ରତିÂା କରି ଆତ୍ମନିର୍ଭରଶୀଳ ହୋଇପାରିବେ । ଶ୍ରୀ ସୁବୁଦ୍ଧି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ୨୭ ଜଣଙ୍କୁ ପିଏମ୍ଇଜିପି ଯୋଜନାରେ ୫ ପ୍ରତିଶତ ଟପ୍ଅପ୍ ସବସିଡି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥିଭାବେ କଲେଜ ଅଧ୍ୟକ୍ଷା ୱାଇ. ଭେଙ୍କଟେଶ୍ୱରୀଙ୍କ ସମେତ ଅଧ୍ୟାପକଅଧ୍ୟାପିକା ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons