
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସୋମବାର ଆନ୍ତର୍ଜାତିକ ମହିଳା ଦିବସ । ଏହାର ଦିନକ ପୂର୍ବରୁ ରାଜ୍ୟ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ମହିଳା ସଶକ୍ତିକରଣ ପାଇଁ କାର୍ଯ୍ୟ କରୁଥିବା ‘ମିଶନ ଶକ୍ତି’କୁ ନୂଆ ବିଭାଗର ମାନ୍ୟତା ମିଳିଛି । ମହିଳା ସଶକ୍ତିକରଣ କାର୍ଯ୍ୟଧାରାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ମହିଳାମାନଙ୍କୁ ଏହି ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବଡ଼ ପ୍ରସ୍ତାବରେ ଆଜି ମୋହର ମାରିଛି ରାଜ୍ୟ କ୍ୟାବିନେଟ । ଗତବର୍ଷ ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା କରିଥିଲେ, ଯାହା ଆଜି ବାସ୍ତବ ରୂପ ନେଇଛି । ଏ ନେଇ ବିଭିନ୍ନ ମହିଳା ସଂଗଠନ ଓ ସ୍ୱୟଂ ସହାୟିକା ଗୋÂୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
କ୍ୟାବିନେଟ ଅନୁମୋଦନ ପରେ ମହିଳା ଓ ଶିଶୁ ବିକାଶ ବିଭାଗରୁ ଅଲଗା ହୋଇଛି ‘ମିଶନ ଶକ୍ତି’ । ସ୍ୱତନ୍ତ୍ର ବିଭାଗ ଗଠନ ହେବା ପରେ ମିଶନ ଶକ୍ତି ବିଭାଗ ଓ ମିଶନ ଶକ୍ତି ନିଦେ୍ର୍ଧଶାଳୟରେ କାର୍ଯ୍ୟରତ ଅଧିକାରୀ ଏବଂ ଓଡ଼ିଶା ଜୀବିକା ମିଶନ ମିଳିତ ଭାବେ ଗୋଟିଏ ପ୍ଲାଟଫର୍ମରେ କାମ କରିବେ । ଏହାଦ୍ୱାରା ସମସ୍ତ କାର୍ଯ୍ୟ ଓ ନିର୍ଦ୍ଧିଷ୍ଟ ଦାୟିତ୍ୱ ସୁସଙ୍ଗଠିତ ହୋଇ ଠିକ୍ ଭାବେ କାର୍ଯ୍ୟକାରୀ ହେବ । ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମହିଳା ସ୍ୱୟଂ ସହାୟକ ଗୋÂୀ ଓ ସେମାନଙ୍କ ମହାସଂଘ ପାଇଁ କାମ କରିବ ନବଗଠିତ ମିଶନ ଶକ୍ତିି ବିଭାଗ ।
କ୍ୟାବିନେଟ ବୈଠକ ପରେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କ୍ୟାବିନେଟରେ ଅନୁମୋଦିତ ପ୍ରସ୍ତାବ ବାବଦରେ ସୂଚନା ଦେଇଥିଲେ । ବିଭିନ୍ନ ବିଭାଗ ଓ ସଂସ୍ଥା ମାଧ୍ୟମରେ ସ୍ୱୟଂ ସହାୟକ ଗୋÂୀମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକ ସୁଦୃଢ଼ ଓ ସୁଦୂର ପ୍ରସାରୀ କରିବା ପାଇଁ ଏହି ନୂଆ ବିଭାଗ ସହାୟକ ହେବ । ଏହି ବିଭାଗ ରାଜ୍ୟ ତମାମ ସ୍ୱୟଂ ସହାୟକ ଗୋÂୀ କାର୍ଯ୍ୟକ୍ରମର ଠିକଣା ପରିଚାଳନା ସହ ସରକାରୀ ସ୍ତରରେ ସମନ୍ୱୟ ରକ୍ଷା କରିବାରେ ମୁଖ୍ୟ ପ୍ଲାଟଫର୍ମ ଭାବେ କାମ କରିବ । ମହିଳା ସ୍ୱୟଂ ସହାୟକ ଗୋÂୀର ସଦସ୍ୟମାନେ ବିଭିନ୍ନ କାମ ପାଇଁ ଆଉ ଭିନ୍ନ ଭିନ୍ନ ଦପ୍ତରର ଦ୍ୱାରସ୍ଥ ହେବେନି । ଏଣିକି ସବୁ କାମ ପାଇଁ ଏହି ଗୋଟିଏ ବିଭାଗ ରହିବ । ଏହାଦ୍ୱାରା ଦ୍ୱନ୍ଦ୍ୱ ମଧ୍ୟ ଦୂର ହେବ ।
ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି, ମହିଳା ସଶକ୍ତିକରଣ ଦିଗରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ । ସେ ପଞ୍ଚାୟତସ୍ତରରେ ମହିଳାଙ୍କ ପାଇଁ ୩୩ଧ ସଂରକ୍ଷଣ ବ୍ୟବସ୍ଥା ରଖିଥିଲେ । ନବୀନ ବାବୁ ଆଉ ପାଦେ ଆଗକୁ ଯାଇ ପଞ୍ଚାୟତ ଓ ପୌର କ୍ଷେତ୍ରସ୍ତରରେ ମହିଳାଙ୍କ ପାଇଁ ୫୦ଧ ସ୍ଥାନ ସଂରକ୍ଷଣ କରାଇଛନ୍ତି । ସଂସଦରେ ମଧ୍ୟ ମହିଳାଙ୍କ ପାଇଁ ୩୩ଧ ସ୍ଥାନ ସଂରକ୍ଷଣ ଦାବି ଉଠାଇଛନ୍ତି । ୨୦୦୧ରେ ମିଶନ ଶକ୍ତି ଆରମ୍ଭ ହୋଇଥିଲା । ଏବେ ୭୦ ଲକ୍ଷରୁ ଅଧିକ ମହିଳା ଏଥିସହ ଯୋଡ଼ି ହେଲେଣି । ଏହା ମାଧ୍ୟମରେ ମହିଳାମାନଙ୍କର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବିକାଶ ହୋଇଛି । ମହିଳା ସ୍ୱୟଂ ସହାୟକ ଗୋÂୀ ଆଜି ଏକ ମହାଆନେ୍ଦାଳନରରେ ପରିଣତ ହୋଇଛି । ମିଶନ ଶକ୍ତି ମାଧ୍ୟମରେ ମହିଳାମାନେ ପ୍ରଥମେ ଆଚାର, ପାମ୍ପଡ଼ ବଡ଼ି ତିଆରି କରି ରୋଜଗାରକ୍ଷମ ହେଉଥିଲେ । ଏବେ ମହିଳାମାନେ ଧାନ ସଂଗ୍ରହ, ମିଟର ରିଡିଂ, ମାଛ ଚାଷ କଲେଣି । ଏହି ନୂଆ ବିଭାଗ ହେବା ଦ୍ୱାରା ମହିଳାମାନଙ୍କର ଆହୁରି ବିକାଶ ହେବ ।
ମିଶନ ଶକ୍ତିି ନୂଆ ବିଭାଗ ହେବା ପରେ ଏହାର ପ୍ରଶାସନିକ ଢାଞ୍ଚା ବଦଳିବ । ଜଣେ ସଚିବ ମୁଖ୍ୟ ରହିବେ । ତାଙ୍କ ପରେ ନିଦେ୍ର୍ଧଶକ, ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ଉପନିଦେ୍ର୍ଧଶକ ପ୍ରମୁଖ ବିଭାଗରେ କାର୍ଯ୍ୟ କରିବେ । ଜିଲ୍ଲା ସ୍ତରରେ ଜିଲ୍ଲାପାଳ ରହିବେ ଜିଲ୍ଲା ମିଶନ ଶକ୍ତି ନିଦେ୍ର୍ଧଶକ । ବ୍ଲକ ସ୍ତରରେ ବି ଏହାର ପ୍ରଶାସନିକ କାର୍ଯ୍ୟାଳୟ କାମ କରିବ । ଗତବର୍ଷ ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା କରିବା ପରଠାରୁ ସ୍ୱତନ୍ତ୍ର ବିଭାଗ ଗଠନ ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଓ ପ୍ରସ୍ତୁତି ଆରମ୍ଭ କରିଥିଲେ । ଯାହା ଏବେ ଚୂଡ଼ାନ୍ତ ରୂପ ନେଇସାରିଛି ।


Comments are closed, but trackbacks and pingbacks are open.