୪ ଦଫା ଦାବି ନେଇ ଆପ୍ ପକ୍ଷରୁ ବିକ୍ଷୋଭ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ଆମ ଆଦମୀ ପାର୍ଟି(ଆପ୍) ତରଫରୁ ଆଜି ୪ ଦଫା ଦାବିନେଇ ପୌର କାର୍ଯ୍ୟାଳୟ ଘେରାଉ କରାଯାଇଛି । ଦାବିଗୁଡ଼ିକ ମଧ୍ୟରେ ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ଠିକ ଭାବେ ସର୍ଭେ କରାଯାଇ ମାଗଣା ପଟ୍ଟା ପ୍ରଦାନ, ଯେଉ ବସ୍ତି ବାସିନ୍ଦାଙ୍କୁ ଟଙ୍କା ଦେୟ ପାଇଁ ନୋଟିସ ପ୍ରଦାନ କରାଯାଇଛି ତାହାକୁ ବନ୍ଦ କରିବା, ରେଳବାଇ ଜାଗା, ଫରେଷ୍ଟ କଲୋନିଠାରେ ରହୁଥିବା ବସ୍ତି ବାସିନ୍ଦା ଓ ରାମକୃଷ୍ଣ ନଗର ଠାରେ ରହୁଥିବା ହରିଜନ ସାହି ବାସିନ୍ଦାଙ୍କୁ ଚିହ୍ନଟ କରି ତୁରନ୍ତ ପଟ୍ଟା ପ୍ରଦାନ ଓ ହରିଶ୍ଚନ୍ଦ୍ର ଯୋଜନାରେ ପାଇବାକୁ ଥିବା ହିତାଧିକାରୀଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି । ପୌର ନିର୍ବାହୀ ଅଧିକାରୀ ୟାସିର ବିଲାଲ ଅହମ୍ମଦ ଦାବିପତ୍ର ଗ୍ରହଣ କରିଥିଲେ । ଆପ୍ର ରାଜ୍ୟ ସମ୍ପାଦକ ଜନ୍ମେଜୟ ସ୍ୱାଇଁଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଚିତ୍ରା ପାଇକ, ମଧୁସ୍ମିତା ପାଇକ, ନଗର କମିଟି ସଂଗଠକ ଉମାଚରଣ ଗୌଡ଼, ନଗରସମ୍ପାଦକ ରବୀନ୍ଦ୍ର ସାହୁ ଓ ଯୁବ ସଂଗଠକ ରାମ ନାୟକ ପ୍ରମୁଖ ଘେରାଉବେଳେ ସାମିଲ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons