
ଭୁବନେଶ୍ୱର : ରାଜଧାନୀରେ ଅପରାଧୀଙ୍କୁ ଜଗିବ ଅତିଥି ଆପ୍ । ଅପରାଧୀଙ୍କୁ ଧରିବାକୁ ଅତିଥି ଆପ୍ ବ୍ୟବହାର କରିବ କମିଶନରେଟ୍ ପୋଲିସ୍ । ଅତିଥି ଆପ୍ ଜରିଆରେ ହୋଟେଲର ତଥ୍ୟ ସଂଗ୍ରହ କରିବ ପୋଲିସ। ସରାଇ ଆକ୍ଟ ଅନୁସାରେ ହୋଟେଲ ମାଲିକ ସବୁ ତଥ୍ୟ ପୋଲିସକୁ ଦେବେ ।
ଅନ୍ ଲାଇନ୍ ରେ ତଥ୍ୟ ଦେବେ ହୋଟେଲ ମାଲିକ । ଏହି ତଥ୍ୟ କେବଳ ପୋଲିସ ପାଖରେ ରହିବ । ଏହାକୁ ସର୍ବଜନିନ କରାଯିବ ନାହିଁ । ସମସ୍ତ ଗେଷ୍ଟ ହାଉସ , ଲଜ୍, ହୋଟେଲକୁ ଏଥିପାଇଁ ନିର୍ଦେଶ ଦିଆଯିବ । ଅପରାଧୀମାନେ ହୋଟେଲରେ ରହୁଛନ୍ତି । ତେଣୁ ସୁରକ୍ଷାକୁ ଆଖି ଆଗରେ ରଖି ଏଭକି ନିଷ୍ପତ୍ତି ନେଇଛି ପୋଲିସ । ଭୁବନେଶ୍ବର ଡିସିପି ଏନେଇ ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.