
ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଧିକାରୀ ଯଶୋବନ୍ତ ଜେଠଓ୍ୱାଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଆଇନ ଶୃଙ୍ଖଳା ଏଡିଜି ଥିବା ଶ୍ରୀ ଜେଠଓ୍ୱାଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସେ ଏହି ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ। ଏହା ପୂର୍ବରୁ ବରିଷ୍ଠ ଆଇପିଏସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ କ୍ରାଇମବ୍ରାଞ୍ଚ ଏଡିଜି ଥିଲେ। ହେଲେ ନିକଟରେ ତାଙ୍କୁ ଭୁବନେଶ୍ୱର-କଟକ କମିଶନରେଟ ପୁଲିସ୍ର କମିଶନର ଭାବେ ନୂଆ ନିଯୁକ୍ତି ମିଳିଛି। ସେ ସେହି ଦାୟିତ୍ୱ ନେବା ପରେ କ୍ରାଇମବ୍ରାଞ୍ଚ ଏଡିଜି ପଦ ଖାଲି ଥିଲା। ଏଣୁ ଶ୍ରୀ ଜେଠୱାଙ୍କୁ ଅତିରିକ୍ତ ଭାବେ ଏହି ଦାୟିତ୍ୱ ଦିଆଯାଇଛି। ସରକାର ଚାରି ଦିନ ତଳେ ୧୯୯୦ ବ୍ୟାଚ୍ ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପୁଲିସ କମିଶନର ପଦବୀରୁ ହଟାଇ ପୁଲିସ ହାଉସିଂ ବୋର୍ଡ ସିଏମଡି ଭାବେ ନିଯୁକ୍ତି ଦେଇଥିଲେ। ଶ୍ରୀ ଷଡ଼ଙ୍ଗୀଙ୍କ ସ୍ଥାନରେ ୧୯୯୫ ବ୍ୟାଚ୍ ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭୁବନେଶ୍ୱର-କଟକ ପୁଲିସ କମିଶନର ଭାବେ ଅବସ୍ଥାପିତ କରିଥିଲେ। ସୂଚନାଯୋଗ୍ୟ, ୨୦୧୯ ଅଗଷ୍ଟ ୨୧ ତାରିଖରେ ଶ୍ରୀ ଷଡ଼ଙ୍ଗୀ ଭୁବନେଶ୍ୱର-କଟକ ପୁଲିସ୍ କମିଶନର ଭାବେ ଦାୟିତ୍ୱ ନେଇଥିଲେ।


Comments are closed, but trackbacks and pingbacks are open.