୧୧ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ୍

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ): ଯାହା ଆଶଙ୍କା କରାଯାଉଥିଲା, ତାହା ଏବେ ସତ୍ୟ ହେବାକୁ ଯାଉଛି । କାରଣ ଭଦ୍ରକ ଏବେ ଧଳା ଜହର ବା ବ୍ରାଉନସୁଗର କାରବାରର ହବ୍ ପାଲଟିଛି । ଗତ କିଛି ଦିନର ଘଟଣାବଳୀରୁ ଏହା ସ୍ପଷ୍ଟ ହେବାରେ ଲାଗିଛି । ପୂର୍ବରୁ ଛୋଟ ଛୋଟ ବ୍ୟବସାୟୀ ଧରାପଡ଼ୁଥିବା ବେଳେ, ଏବେ ବଡ଼ ବ୍ୟବସାୟୀ ପୁଲିସ ଓ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଜାଲରେ ପଡ଼ିଲେଣି । ଏହି କ୍ରମରେ ଆଜି କଟକସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ଅବକାରୀ ବିଭାଗ ୧୧୦ ଗ୍ରାମର ବ୍ରାଉନସୁଗର ଜବତ୍ କରିଛି । ଏହି ଘଟଣାରେ ଜଣେ ଯୁବକକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସଂପୃକ୍ତ ଯୁବକ ଜଣକ ହେଲେ ତ୍ରିଲୋଚନ ନାୟକ ।
ବିଭାଗୀୟ ନୀରିକ୍ଷକ ଜଗଦିଶ ସାମଲଙ୍କ ସୂଚନା ଅନୁଯାୟୀ, ତାଙ୍କ ନେତୃତ୍ୱରେ ଏଗ ଟିମ ଭଦ୍ରକ-କଟକ ରାସ୍ତାରେ ପୋଟ୍ରୋଲିଂ କରୁଥିଲେ । ଏକ ନିର୍ଦ୍ଧିଷ୍ଟ ସୂଚନା ଆଧାରରେ ଏହି ଟିମ ସନେ୍ଦହଜନକ ଅବସ୍ଥାରେ ଯାଉଥିବା ତ୍ରିଲୋଚନକୁ କାବୁ କରି ଯାଞ୍ଚ କରିବାରୁ ତା’ ନିକଟରୁ ୧୧୦ ଗ୍ରାମ ବ୍ରାଉନସୁଗାର ଜବତ୍ କରିଥିଲେ । ତ୍ରିଲୋଚନ ଜଳେଶ୍ୱରରୁ ଏହି ବ୍ରାଉନସୁଗାର ଆଣିଥିବା ବିଭାଗୀୟ ଅଧିକାରୀଙ୍କ ପଚରାଉଚରା ବେଳେ ସ୍ୱୀକାର କରିଛି । ଗତ ଦେଢ଼ ମାସ ମଧ୍ୟରେ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନସୁଗର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଜବତ୍ ହେବା ଘଟଣାରୁ ସ୍ପଷ୍ଟ ହୋଇଛିଯେ ଭଦ୍ରକ ଏବେ ଧଳାଜହର ବେପାରୀଙ୍କ ହବ୍ ପାଲଟିସାରିଛି । ପୁଲିସ ହେଉ କିମ୍ବା କେନ୍ଦ୍ରୀୟ ଅବକାରୀ ବିଭାଗ, ଏସମସ୍ତ କାରବାର କରୁଥିବା କେତେକ ବ୍ୟକ୍ତିଙ୍କୁ ଗିରଫ କରୁଛି ସତ, କିନ୍ତୁ ଉକ୍ତ ବେଆଇନ ଉ+ଟ କାରବାରର ଉତ୍ସ ସମ୍ପର୍କରେ ଖୋଳତାଡ଼ କରୁ ନାହିଁ । ଫଳରେ ଡ୍ରଗ ମାଫିଆମାନେ ପୁଲିସ ଠାରୁ ଅପହଞ୍ଚ ଦୂରତାରେ ରହିଯାଉଛନ୍ତି । ଯଦି ଏହି କାରବାର ଉପରେ ରୋକ ଲଗାଇବାକୁ ପୁଲିସ ଆନ୍ତରିକତା ପ୍ରକାଶ କରିଥାନ୍ତା ତେବେ ଏହି କାରବାରର ଅନ୍ତ ଘଟି ସାରନ୍ତାଣି ବୋଲି ସହରରେ ଆଲୋଚନା ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons