ବ୍ୟାଙ୍କ ବନ୍ଦ, ଗ୍ରାହକ ହନ୍ତସନ୍ତ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ):ବ୍ୟାଙ୍କ ଘରୋଇକରଣ ଓ ଛଟେଇକୁ ବିରୋଧ କରି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ପକ୍ଷରୁ ଦିଆଯାଇଥିବା ଦୁଇଦିନିଆ ବନ୍ଦ ଡାକରା ଜିଲ୍ଲାରେ ଦେଖିବାକୁ ମିଳିଛି । ଜିଲ୍ଲା ସଦର ମହକୁମାର ୧୪ ଟି ଓ ଜିଲ୍ଲାର ସାତଟି ଯାକ ବ୍ଲକରେ ଥିବା ୩୦ ରୁ ଅଧିକ ବ୍ୟାଙ୍କ ଏଥିରେ ପ୍ରଭାବିତ ହୋଇଛି । ସୋମବାର ଓ ଆସନ୍ତା ମଙ୍ଗଳବାର ପାଇଁ ବନ୍ଦ ଡାକରା ଦିଆଯାଇଥିବାବେଳେ ଗ୍ରାହକମାନେ ସେବା ନପାଇ ହଇରାଣ ହୋଇଛନ୍ତି ।
ସୂଚନା ଅନୁସାରେ, ରାଷ୍ଟ୍ରୀୟ ଓ ଅନ୍ୟାନ୍ୟ ବ୍ୟାଙ୍କଗୁଡିକର ଘରୋଇକରଣକୁ ଏଥିରେ ବିରୋଧ କରାଯାଇଛି । ବ୍ୟାଙ୍କିଂ ଶିଳ୍ପରେ ପ୍ରଚଳିତ ବିଭିନ୍ନ ଜନସ୍ୱାର୍ଥ ସହ ଅଫିସର ଓ କର୍ମଚାରୀମାରଣ ନୀତିକୁ ଏଥିରେ ବିରୋଧ କରାଯାଇଛି । ଜିଲ୍ଲା ସଦର ମହକୁମାସ୍ଥିତ ଏସ୍.ବି.ଆଇ ମୁଖ୍ୟ ଶାଖାରେ ତାଲା ପକାଇ ପରିଚାଳକ, ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଧାରଣା ଦେଇଛନ୍ତି । ଅନ୍ୟ ବ୍ୟାଙ୍କଗୁଡିକର ମଧ୍ୟ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି । ଏଣେ ବ୍ୟାଙ୍କ ଶାଖାଗୁଡିକ ବନ୍ଦ ଥିବାରୁ ଲୋକେ ସେବାରୁ ବଞ୍ଚିତ ହୋଇଛନ୍ତି । ଶାଖାଗୁଡିକୁ ଲୋକେ ଆସି ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଛି । ଗତ ଶନି, ରବିବାର ବ୍ୟାଙ୍କ ବନ୍ଦ ରହିଥିବାବେଳେ ପୁଣି ସୋମବାର ଓ ଆସନ୍ତା ମଙ୍ଗଳବାର ଧର୍ମଘଟ ଯୋଗୁ ସେବା ନପାଇ ଗ୍ରାହକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ବ୍ୟାଙ୍କ ବନ୍ଦ ସମ୍ପର୍କରେ ଜାଣିପାରି ନଥିବା କେତେଜଣ ଅଭିଯୋଗ କରିଛନ୍ତି । ଦୂରଦୂରାନ୍ତରରୁ ଅଯଥା ଖର୍ଚ୍ଚାନ୍ତ ହୋଇ ଆସିଥିବା ଗ୍ରାହକମାନେ ଅଧିକ ଅସୁବିଧାରେ ପଡିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons