୩ ଅନାଥ ଶିଶୁଙ୍କ ପାଖରେ ପହଞ୍ଚିଲା ପ୍ରଶାସନ

Get real time updates directly on you device, subscribe now.

ଦଶମନ୍ତପୁର, (ବି.ବି.ନୁ୍ୟଜ): ଦଶମନ୍ତପୁର ବ୍ଲକ ଅନଗର ଗାଁ ନୂଆସାହିର ବାପାମା’ ଛେଉଣ୍ଡ ତିନି ଶିଶୁଙ୍କ ପାଖରେ ଆଜି ପ୍ରଶାସନ ପହଞ୍ଚିଛି । ସେମାନଙ୍କୁ ପାଠପଢାଇବା ସହ ଥଇଥାନ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ ଗଣମାଧ୍ୟମକୁ କହିଛନ୍ତି । ଅନାଥ ଶିଶୁମାନେ ହେଲେ ରୋହିତ ମୁଦୁଲି(୧୦), ବଳରାମ(୮)ଓ ଆଲୋକ ମୁଦୁଲି(୬) । ସମସ୍ତ ଶିଶୁଙ୍କୁ ଜିଲ୍ଲା କାର୍ଯ୍ୟାଳୟରେ ହାଜର କରାଯାଇଛି ।
ସୂଚନା ଯୋଗ୍ୟ ଯେ, ନୂଆସାହିର ଅଭି ମୁଦୁଲିଙ୍କ ୫ବର୍ଷ ତଳେ ମୃତୁ୍ୟ ଘଟିଥିଲା । ସ୍ୱାମୀଙ୍କ ମୃତୁ୍ୟପରେ ତିନି ଶିଶୁଙ୍କୁ ନେଇ ବହୁକଷ୍ଟରେ ମା’ସାଇବାଣି ମୁଦୁଲି ପରଘରେ କୁଲିଭୁତି କରି ଘର ଚଳାଉଥିଲେ । ଗତ ୧୧ତାରିଖରେ ଛାତିରେ ଯନ୍ତ୍ରଣା ହେବାରୁ ସେ ମଧ୍ୟ ଆଖି ବୁଜିଦେଇଥିଲେ । ମା’ଙ୍କ ମୃତୁ୍ୟ ପରେ ତିନିଶିଶୁ ଅନାଥ ହୋଇ ଜେଜେମା’ଝିମାଇ ମୁଦୁଲି(୬୫)ଙ୍କ ପାଖରେ ଆଶ୍ରୟ ନେଇଥିଲେ । ରୋହିତ ଓ ବଳରାମ ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ବେଳେ ଆଲୋକ ଅଙ୍ଗନବାଡି କେନ୍ଦ୍ରରେ ପଢୁଛନ୍ତି । ଜେଜେମା’ଙ୍କ ସ୍ୱାସ୍ଥ୍ୟଅବସ୍ଥା ଭଲ ନଥିବା ବେଳେ ତିନି ଅନାଥ ଶିଶୁଙ୍କୁ ନେଇ ସେ ଚିନ୍ତିତ ଥିଲେ । ତାଙ୍କ ପରେ କିପରି ଶିଶୁମାନେ ପଢିବେ ସେନେଇ ଗଣମାଧ୍ୟମ ନିକଟରେ ଗୁୁହାରି କରିଥିଲେ । ଏସମ୍ପର୍କରେ ଖବରପ୍ରକାଶ ପାଇବା ପରେ ପ୍ରଶାସନ ତପôରତା ପ୍ରକାଶ କରି ଶିଶୁମାନଙ୍କୁ ଉଦ୍ଧାର କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons