ଛତିଶଗଡ ଗଲେ ରାୟଗଡ଼ାରୁ ୧୫ ଖେଳାଳି

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଭାଗନେବା ଲାଗି ରାୟଗଡ଼ା ଜିଲ୍ଲାରୁ ୧୫ କ୍ରୀଡ଼ାବିତ ଛତିଶଗଡ଼ର ଦୁର୍ଗ ଜିଲ୍ଲା ଅଭିମୁଖେ ଯାତ୍ରା କରିଛନ୍ତି । ବିଶ୍ୱ ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି । ସେଥିପାଇଁ ମଙ୍ଗଳବାର ଜିଲ୍ଲାର ୧୫ ଜଣ କ୍ରୀଡ଼ାବିତ ଟ୍ରେନ୍ରେ ଯାତ୍ରା କରିଛନ୍ତି । ଆସନ୍ତା ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଦୁର୍ଗରେ ଏହି ପ୍ରତିଯୋଗିତା ଅନୁÂିତ ହେବ । ଶକ୍ତି ଉତ୍ତୋଳନ ସହ ପେଞ୍ଚପ୍ରେସ ଏବଂ ଡେଡଲିଫ୍ଟ ଚାମ୍ପିୟସିପ୍ କ୍ରୀଡ଼ା ପ୍ରତିଯୋଗିତା ଅନୁÂିତ ହେବ । ଜାତୀୟସ୍ତରରେ ପ୍ରଥମଥର ପାଇଁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି । ରାୟଗଡ଼ାରୁ ଯେଉଁ ୧୫ ଜଣ କ୍ରୀଡ଼ାବିତ୍ ଯାଇଛନ୍ତି ସେମାନଙ୍କ ମଧ୍ୟରୁ ଯୁବକ ଓ ଜଣେ ଯୁବତୀ ଅଛନ୍ତି । ଯୁବକମାନଙ୍କ ମଧ୍ୟରେ ଅଜୟ ନିହାଲ, ଅକ୍ଷୟ ବିଡ଼ିକା, ଅବିନାଶ ପଢ଼ିହାରି, ଇ.ସତୀଶ କୁମାର, ବୁଲୁ ତାଡ଼ିଙ୍ଗି, ପ୍ରମୋଦ କଲାକା, ପପୁନ ସାହୁ, ହରୀଶ ତନôାଲୁ, ଜିତେନ୍ଦ୍ର ମହାରଣା, ମାନସ ସାହୁ, ଦୋରା କଣ୍ଡାଗରି, ପ୍ରୀତି କଣ୍ଡାଗରି, ଜଗଦୀଶ ଚନ୍ଦ୍ର ସାହୁ, ମୁନା ସାହୁ ଏବଂ ବୃନ୍ଦାବନ ଶବର ପ୍ରମୁଖ ଅଛନ୍ତି । କ୍ରୀଡ଼ାବିତମାନଙ୍କୁ ଜିଲ୍ଲା ପରିଷଦ ସଭାପତି ଗଙ୍ଗାଧର ପୁଆଲା, ଆଇନଜୀବୀ ସୁନୀଲ କର, କିନ୍ତାଲି ରାଜୁ ଏବଂ ଶ୍ରୀନିବାସ ଗରଡ଼ିଆ ପ୍ରମୁଖ ସେମାନଙ୍କୁ ଉତ୍ସାହିତ କରିବା ସହ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ରାୟଗଡ଼ା ସହିଦ ଲକ୍ଷ୍ମଣ ନାୟକ ସ୍ପୋର୍ଟସ୍ କ୍ଲବର ସଭାପତି ଦୋରା କଣ୍ଡାଗରିଙ୍କ ନେତୃତ୍ୱରେ ଏହି କ୍ରୀଡ଼ାବିତମାନେ ଯାତ୍ରା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons