
ଖପ୍ରାଖୋଲ,(ବି.ବି.ନୁ୍ୟଜ): ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ବାଗଝରନ ଗାଁର ଭାସ୍କର ମହାନନ୍ଦ ଗାଁର ସରକାରୀ ଜମିରେ ଆବାସ ଗୃହ ନିର୍ମାଣ କଲେ ବୋଲି ଗ୍ରାମବାସୀ ତାଙ୍କୁ ଗାଁରୁ ବାସନ୍ଦ କରିଥିବା ଥାନାରେ ଅଭିଯୋଗ ହୋଇଛି । ଅପରପକ୍ଷେ ପୁଲିସ ଏହି ଅଭିଯୋଗକୁ ଅସ୍ୱୀକାର କରିଥିବା ବେଳେ ଭାସ୍କରକୁ କୌଣସି ସରକାରୀ ଜମି ପ୍ରଶାସନ ପକ୍ଷରୁ ଦିଆଯାଇ ନାହିଁ ବୋଲି ରାଜସ୍ୱ ବିଭାଗ କହିଛି ।
ଅଭିଯୋଗ ମୁତାବକ ବାଗଝରନ ଗାଁର ଭାସ୍କର ମହାନନ୍ଦ ସରକାରୀ ଜମିରେ ଆବାସ ଗୃହ ନିର୍ମାଣ କରିଛନ୍ତି ।ଏହି ସରକାରୀ ଜମି ତାଙ୍କୁ ଘର ନିର୍ମାଣ କରିବା ପାଇଁ ତହସିଲଦାର ଓ ଆରଆଇଙ୍କ ମାଧ୍ୟମରେ ଦେଇଥିବା ପ୍ରକାଶ କରିଛନ୍ତି । ଆବସ ଗୃହ ନିର୍ମାଣ ସରିଲା ପରେ ଗୃହପ୍ରବେଶ ସମୟରେ ଗାଁର କିଛି ଲୋକ ସରକାରୀ ଜମିରେ ଗୃହ ନିର୍ମାଣ କରିଥିବାରୁ ଭାସ୍କରଙ୍କୁ ବିରୋଧ କରିଛନ୍ତି । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ସଂପର୍କରେ ଗ୍ରାମବାସୀ ଖବର ପାଇବା ପରେ ଗାଁର କିଛି ଲୋକ ପ୍ରତିକ୍ରିୟାଶୀଳ ହୋଇ ଗତ ୧୫ତାରିଖ ଭାସ୍କରଙ୍କ ପରିବାରକୁ ରାସ୍ତା, ପାଣି ବାସନ୍ଦ କରିଥିବା ଅଭିଯୋଗ କରିଛନ୍ତି । ଏନେଇ ଖପ୍ରାଖୋଲ ଥାନା ଏଏସଆଇ ସେବନ କେରକେଟାଙ୍କୁ ପଚାରିବାରୁ ବାସନ୍ଦ ଅଭିଯୋଗକୁ ଅସ୍ୱୀକାର କରିଥିବା ବେଳେ ଜମିର ଡିମାର୍କେସନ ପରେ ତାଙ୍କ ସ୍ଥାନରେ ବାଡ ଦେବା ପାଇଁ କହିଥିବା ପ୍ରକାଶ କରିଛନ୍ତି । ଏନେଇ ତହସିଲଦାର ଧିରଜ କୁମାର ପାତ୍ରଙ୍କୁ ପଚାରିବାରୁ ତାଙ୍କୁ ଗ୍ରାମରୁ ବାସନ୍ଦ କରାଯାଇ ନାହିଁ କି ସରକାରଙ୍କ ତରଫରୁ କୌଣସି ଜମି ଭାସ୍କରକୁ ଦିଆଯାଇନି । ସେ ସରକାରୀ ଜମିରେ ଆବାସ ଘର ନିର୍ମାଣ କରିଛନ୍ତି । ଘର ନିର୍ମାଣ କରିଥିବା ସ୍ଥାନ ତାଙ୍କୁ ଦିଆଯିବା ପାଇଁ ସରକାରୀ ସ୍ତରରେ ପ୍ରୟାସ କରାଯିବ ବୋଲି ପ୍ରକାଶ କରିଥିଲେ ।


Comments are closed, but trackbacks and pingbacks are open.