
ବୁଗୁଡ଼ା, (ବି.ବି.ନୁ୍ୟଜ): ବୁଗୁଡ଼ା ଏନ୍ଏସିର ୧୦ନଂ ୱାର୍ଡ ଅଧୀନ ଯାଦବ ସାହିରେ ବଣଭୁଆ ଆକ୍ରମଣ କରି ୮ଟି ଛେଳିକୁ ମାରି ଦେଇଛି । ସୂଚନା ଅନୁଯାୟୀ, ସୋମବାର ରାତିରେ ବଣଭୁଆଟି ଯାଦବ ସାହିର ବାଉରିଆ ପାତ୍ରଙ୍କ ଛେଳି ଗୁହାଳରେ ପଶି ୮ଟି ଛେଳିକୁ ଆକ୍ରମଣ କରି ତଣ୍ଟିକୁ କାଟି ମାରିଦେଇଛି । ମଙ୍ଗଳବାର ଭୋର ସମୟରେ ଦରମରା ଅବସ୍ଥାରେ ଛେଳି ଛୁଆଟିଏ ଚିକ୍ରାର କରୁଥିବା ଶୁଣିପାରି ସାହି ଲୋକ ସେଠାକୁ ଯାଇ ଦେଖିଲା ବେଳକୁ ଅନ୍ୟ ୭ଟି ଛେଳି ମରି ପଡ଼ିଥିବା ଦେଖିବାକୁ ମଳିଥିଲା ।


Comments are closed, but trackbacks and pingbacks are open.