
କାଲିମେଳା,(ବି.ବି.ନୁ୍ୟଜ): ମା’ଙ୍କ ଗାଳିକୁ ସହି ନପାରି ବେକରେ ଓଢଣି ଲଗାଇ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ସେ ହେଲେ ଏମ୍ଭି-୭୯ ଥାନା ଭୁବନପାଲ୍ଲୀ ପଞ୍ଚାୟତ ଏମ୍ଭି-୯୬ ଗାଁର ସୁବାସ ବିଶ୍ୱାସଙ୍କ ଝିଅ ଅପର୍ଣ୍ଣା ବିଶ୍ୱାସ(୧୪) । ସେ ଏମ୍ଭି-୭୨ ସ୍କୁଲରେ ନବମ ଶ୍ରେଣୀରେ ପଢୁଥିଲେ । ଏ ସମ୍ପର୍କରେ ଏମ୍ଭି-୭୯ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି । ପୁଲିସ୍ ଶବ ଜବତ ଏବଂ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।
ପୁଲିସ୍ ସୂଚନା ଅନୁଯାୟୀ, ଅପର୍ଣ୍ଣା ଆଜି ଅପରାହ୍ଣରେ ଘରେ ଭାତ ଖାଉଥିଲେ । ଏହି ସମୟରେ ତାଙ୍କ ମା’ ମମତା କୌଣସି କାରଣକୁ ନେଇ ତାଙ୍କୁ ଗାଳି କରିଥିଲେ । ଏହାପରେ ଅପର୍ଣ୍ଣା ନିଜ ଘରେ ଓଢଣୀ ଲଗାଇ ଆତ୍ମହତ୍ୟା କରୁଥିଲେ । ବଡଭଉଣୀ ସୁବର୍ଣ୍ଣା ଏହା ଦେଖିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସରେ କାଲିମେଳା ଗୋÂୀ ସ୍ୱାସ୍ଥ୍ୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଝିଅକୁ ହରାଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।


Comments are closed, but trackbacks and pingbacks are open.