ନୂଆଦିଲ୍ଲୀ:ଦେଶର ପ୍ରମୁଖ ୫ ବିମାନ କମ୍ପାନିରେ ସୁରକ୍ଷା ବ୍ୟବସ୍ଥା ତ୍ରୁଟିପୂର୍ଣ୍ଣ । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ ପ୍ରସ୍ତୁତ ଏକ ଅଡିଟ୍ ସର୍ଭେରୁ ଏହା ଜଣାଯାଇଛି । ଡିଜିସିଏ ପକ୍ଷରୁ ଏୟାର୍ ଇଣ୍ଡିଆ ଏକ୍ସପ୍ରେସ, ସ୍ପାଇସ୍ ଜେଟ୍, ଏୟାର୍ ଏସିଆ, ଇଣ୍ଡିଗୋ ଏବଂ ଗୋଏୟାରରେ ସେଫ୍ଟି ଅଡିଟ୍ କରାଯାଇଥିଲା । ଏଥିରୁ ଉପରୋକ୍ତ ତଥ୍ୟ ଜଣାପଡିଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ପ୍ରକାଶ କରିଛନ୍ତି । ରାଜ୍ୟ ସଭାକୁ ଲିଖିତ ଉତ୍ତର ଦେଇ ସେ ଏହା ଜଣାଇଛନ୍ତି ।
ଚେକ୍-ଇନ୍ କାଉଣ୍ଟରରେ ଅଣଦକ୍ଷ ଷ୍ଟାଫମାନଙ୍କୁ ନିୟୋଜିତ କରାଯାଉଛି । ଚେକ୍ ଇନ୍ କାଉଣ୍ଟରରେ ଅନେକ ଷ୍ଟାଫ ବିପଦପୂର୍ଣ୍ଣ ସାମଗ୍ରଗୁଡିକୁ ପରଖି ପାରୁ ନ ଥିବା ଡିଜିସିଏ ଜାଣିବାକୁ ପାଇଛି ।
Comments are closed, but trackbacks and pingbacks are open.