ଘର ତାଲା ଭାଙ୍ଗି ଲୁଟି ନେଲେ ସୁନା

Get real time updates directly on you device, subscribe now.

ଗୁଣପୁର,(ବି.ବି.ନୁ୍ୟଜ): ସ୍ଥାନୀୟ ବାଇପାସ୍ ନିକଟ ଗଣେଶନଗରର ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଘରେ କେହିଁ ନଥିବାବଳେ ଦୃବୃର୍ତ୍ତମାନେ ତାଲା ଭାଙ୍ଗି ସୁନା, ଟଙ୍କା ଓ ଆସବାବପତ୍ର ଲୁଟି ନେଇଛନ୍ତି । ୩ଦିନ ତଳେ ଅବସରପ୍ରାପ୍ତ କର୍ମଚାରୀ କମଳଲୋଚନ ବାଉରୀଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ସେ ଓ ତାଙ୍କ ପରିବାରବର୍ଗ ଭୁବନେଶ୍ୱର ଯାଇଥିଲେ । ଆଜି ସକାଳେ ଉକ୍ତ ଘରକୁ କ୍ଷୀର ଦେବାପାଇଁ ଜଣେ ମହିଳା ଯିବାସମୟରେ କବାଟ ଖୋଲା ହୋଇଥିବା ବେଳେ ଘରେ କେହି ନଥିବା ଜାଣିବାକୁ ପାଇଥିଲେ । ଏନେଇ ପଡୋଶୀ ଘର ଲୋକଙ୍କୁ ସୂଚନା ଦେବାପରେ ଘର ମାଲିକ କମଳ ଲୋଚନଙ୍କୁ ଅବଗତ କରାଯାଇଥିଲା । ସୂଚନା ପାଇ ଭୁବନେଶ୍ୱରରେ ଥିବା କମଲୋଚନ ତାଙ୍କ ସମ୍ପର୍ମକୀଙ୍କୁ ଅବଗତ କରିଥିଲେ । ପରେ ସମ୍ପର୍କୀୟମାନେ ଘରକୁ ଆସି ଦେଖିବା ବେଳେ ୭ତୋଳା ସୁନା, ୧୭ହଜାରଟଙ୍କା ଓ ଆସବାବାପତ୍ର ଦୁବୃର୍ତ୍ତମାନେ ଲୁଟ କରିଥିବା ଜଣାପଡିଥିଲା । ଏନେଇ ସ୍ଥାନୀୟ ଆଦର୍ଶ ଥାନାରେ ଏକ ଏତଲା ପ୍ରଦାନ କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି । ଆଜି ପ୍ରାଥମିକ ତଦନ୍ତ ବେଳେ ଅନୁସନ୍ଧାନୀ କୁକୁର ଜରିଆରେ ତଦନ୍ତ ଜାରି ରଖିଥିବା ଏସଆଇ ସୁଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons