ମୋ ସରକାର ଗାନ୍ଧିଙ୍କ ସିଦ୍ଧାନ୍ତ ଓ ଆଦର୍ଶ ପାଇଁ ସଂକଳ୍ପବଦ୍ଧ: ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସମ୍ଭିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନ ଦିଆଯାଉ । ଏହା ହେବ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତି ସର୍ବଶ୍ରେÂ ଶ୍ରଦ୍ଧାଞ୍ଜଳି । ଆଜି ବିଧାନସଭାରେ ଏହି ମର୍ମରେ ଆଗତ ସଂକଳ୍ପ ପ୍ରସ୍ତାବ ସର୍ବସମ୍ମତ ପାରିତ ହୋଇଯାଇଛି । ଗାନ୍ଧିଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ଗୃହରେ ସ୍ୱତନ୍ତ୍ର ଭାବେ ସଂକଳ୍ପ ପ୍ରସ୍ତାବ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନାରେ କହିଲେ, ସମଗ୍ର ବିଶ୍ୱକୁ ମହାତ୍ମା ଗାନ୍ଧି ହେଉଛନ୍ତି ଭାରତର ଶ୍ରେÂ ଦାନ । ଗାନ୍ଧୀଙ୍କ ଦର୍ଶନ ଓ ବାର୍ତ୍ତା ସମଗ୍ର ବିଶ୍ୱବାସୀଙ୍କୁ ଆଜି ବି ଆନେ୍ଦାଳିତ କରୁଛି । ଗାନ୍ଧିଙ୍କ ହୃଦୟରେ ଓଡ଼ିଶାର ସ୍ଥାନ ଥିଲା ସ୍ୱତନ୍ତ୍ର । ଗାନ୍ଧି ୮ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି । ଜାତିର ପିତାଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ନିଶ୍ଚୟ ସ୍ମରଣୀୟ । ଗାନ୍ଧୀଙ୍କ ଉପରେ ବର୍ଷ ବ୍ୟାପୀ କାର୍ଯ୍ୟକ୍ରମ ପାଳିତ ହେବ ବୋଲି ନିଷ୍ପତ୍ତି ହୋଇଛି ।
ମୁଖ୍ୟମନ୍ତ୍ରୀ କହିଲେ, ଗାନ୍ଧି ଓଡ଼ିଶା ଗସ୍ତ ବେଳେ ରାଜ୍ୟର ବହୁ ଅଞ୍ଚଳ ଗସ୍ତ କରିଥିଲେ । ସେ ପଦଯାତ୍ରା କରି ଓଡ଼ଶାବାସୀଙ୍କ ମନ ଜିଣିଥିଲେ । ତାଙ୍କର ଓଡ଼ିଶା ଗସ୍ତ ଲୋକଙ୍କ ମଧ୍ୟରେ ନୂଆ ଉତ୍ସାହ ଭରିବା ସହ ବହୁ ସାମାଜିକ ସମସ୍ୟାର ସମାଧାନ କରିଥିଲା । ଗାନ୍ଧିଙ୍କ ଡାକରାରେ ଅନୁପ୍ରାଣିତ ହୋଇ ସ୍ୱାଧୀନତା ସଂଗ୍ରାମ ପାଇଁ ଓଡ଼ିଶାର ସଂଗ୍ରାମୀମାନେ ସଂକଳ୍ପ ନେଇଥିଲେ ।
ନବୀନ କହିଲେ, ଆମେ ଏବେ ସବୁଠାରୁ କଠିନ ସମୟ ଦେଇ ଗତି କରୁଛୁ । ମହାମାରୀ କରୋନା ସହ ଲଢ଼ୁଛୁ । ଗୋÂୀଗତ ଭାବେ ଆମେ ଏକାଠି କରୋନାର ମୁକାବିଲା କରିବାରେ ସକ୍ଷମ ହୋଇଛୁ । ସମଗ୍ର ବିଶ୍ୱକୁ ଏ ମହମାରୀ ଚେତାଇ ଦେଇଛି ଯେ, ସମାଜର ଗରିବ ଓ ଦୁର୍ବଳ ବର୍ଗର ଲୋକମାନେ ଯଦି ସୁଖରେ ଜୀବନଯାପନ ନକଲେ ତେବେ ଧନସମ୍ପତ୍ତିର ମାନେ କିଛି ନାହିଁ । ସମାଜରେ ବଞ୍ଚିିବାକୁ ହେଲ ଆମକୁ ହାତରେ ହାତ ମିଳାଇ ସଂପର୍କ ଯୋଡ଼ି ଆଗକୁ ଚାଲିବାକୁ ହେବ । ଗାନ୍ଧିଜୀ ବିଶ୍ୱାସ କରୁଥିଲେ, ବ୍ୟକ୍ତିଗତ ସୁଖ ସ୍ୱାଚ୍ଛନ୍ଦ୍ୟ ନୁହେଁ ଆମକୁ ସାମୂହିକ ହିତ ପ୍ରତି ଧ୍ୟାନ ଦେବାକୁ ହେବ । ଏ ସଂକଟ ସମୟରେ ଗାନ୍ଧିଙ୍କ ଏ ବିଚାରଧାରା ବେଶ ମହତ୍ତ୍ୱପୂର୍ଣ୍ଣ ।
ସେ କହିଲେ, ସଂପ୍ରତି ବିଶ୍ୱରେ ଧ୍ରୁବୀକରଣ ସହ ବିଭାଜନ ବଢ଼ି ବଢ଼ି ଚାଲିଛି । ବହୁମତକୁ ଧେର୍ଯ୍ୟର ସହ ଶୁଣିବା, ସହନଶୀଳତା ଓ ସହାବସ୍ଥାନ ସପକ୍ଷରେ ସବୁବେଳେ ଗାନ୍ଧି ଥିଲେ । ବର୍ତ୍ତମାନ ସଂକଟ ସମୟରେ ଗାନ୍ଧିଙ୍କର ଏ ଦର୍ଶନର ଯଥେଷ୍ଟ ଆବଶ୍ୟକତା ରହିଛି । ମହାତ୍ମାଙ୍କ ଅହିଂସା ମନ୍ତ୍ର ସମଗ୍ର ବିଶ୍ୱରେ ଶାନ୍ତି ଓ ସହବାସ୍ଥାନ ପ୍ରତିÂାରେ ବେଶ ସହାୟକ ହେବ । କଳିଙ୍ଗର ଏ ମାଟି ଅଶୋକଙ୍କ ହୃଦୟ ପରିବର୍ତ୍ତନ କରିପାରିଥିଲା । ସେ ଏ ମାଟିରେ ଯୁଦ୍ଧ ତ୍ୟାଗ କରିଥିଲେ । ମାର୍ଟିନ ଲୁଥର କିଙ୍ଗ ଜୁନିୟର କହିଥିଲେ, ମାନବତା ଆଗକୁ ବଢ଼ିବା ପାଇଁ ଗାନ୍ଧିବାଦ ଅନିବାର୍ଯ୍ୟ ।
ମୁଖ୍ୟମନ୍ତ୍ରୀ କହିଲେ, ୧୯୨୧ ମସିହା ମାର୍ଚ୍ଚ ୨୩ରେ ବାପୁଜୀ ପ୍ରଥମ ଥର ଓଡ଼ିଶା ଆଗମନ କରିଥିଲେ । ସେତେବେଳେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇନଥିଲା । ସ୍ୱତନ୍ତ୍ର ରାଜ୍ୟ ପାଇଁ ଲକ୍ଷ ଲକ୍ଷ ଓଡ଼ିଆଙ୍କ ସ୍ୱପ୍ନ ୨୦୩୬ରେ ପୂରଣ ହେଲା । ୧୯୪୬ ଜାନୁଆରୀରେ ଗାନ୍ଧି ଶେଷଥର ପାଇଁ ଓଡ଼ିଶା ଗସ୍ତରେ ଆସିଥିଲା ବେଳେ ରାଜ୍ୟବାସୀ ଆଶା, ଆକାଂକ୍ଷା ପୂରଣ ପାଇଁ ସ୍ୱପ୍ନ ଦେଖୁଥିଲେ । ମୋ ସରକାର ଗାନ୍ଧିଙ୍କ ସିଦ୍ଧାନ୍ତ ଓ ଆଦର୍ଶ ପାଇଁ ସଂକଳ୍ପବଦ୍ଧ । ଆମେ ସଚିବାଳୟ ନାମ ବଦଳାଇ ଲୋକସେବା ଭବନ କରିଛୁ । ଆଜି ବିଧାନସଭା ମହାତ୍ମାଙ୍କ ପ୍ରତି କୃତଜ୍ଞତାର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ଏହା ଆମ ପାଇଁ ଗୌରବମୟ ମୁହୂର୍ତ୍ତ ।
ଗାନ୍ଧି କହୁଥିଲେ, ମୁଁ ତୁମକୁ ଦେଉଛି ଯାଦୁକରୀ ମନ୍ତ୍ର । ଯେତେବେଳେ କୌଣସି କାମ କରିବା ବେଳେ ତୁମେ ସନେ୍ଦହରେ ପଡ଼ିବ, ସେ ସମୟରେ ସମାଜର ସବୁଠୁ ଗରିବ ଏବଂ ଦୁର୍ବଳ ମଣିଷଙ୍କର ମୁହଁକୁ ମନେ ପକାଇବ । ନିଜକୁ ନିଜେ ପ୍ରଶ୍ନ କରିବ, ତୁମର ଏ କାମ ଦ୍ୱାରା ସେଇ ସବାତଳର ମଣିଷଟି ଲାଭବାନ ହେବ ନା ନାହିଁ? ଏହା ତା’ର ଭାଗ୍ୟ ବଦଳାଇପାରିବ କି? ଭୋକ ଉପାସରେ ଛଟପଟ ଲକ୍ଷ ଲକ୍ଷ ମଣିଷଙ୍କୁ ଏହା ସ୍ୱରାଜ ଆଣିଦେବ କି? ବାପୁଙ୍କ ଏ ବାଣୀକୁ ଅନୁସରଣ କରି ଆମକୁ ବାଟ ଚାଲିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।
ମଙ୍ଗଳବାର ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସଂକଳ୍ପ ପ୍ରସ୍ତାବ ଆଗତ କରିଥିଲେ । ସେ କହିଲେ, ଅହିଂସା ଆଚରଣ ଦ୍ୱାରା ଶାନ୍ତି ପ୍ରତିÂା ସମ୍ଭବ । ଗାନ୍ଧିଙ୍କ ଓଡ଼ିଶା ଗସ୍ତକୁ ଅବିସ୍ମରଣୀୟ କରିବାକୁ ଶତବାର୍ଷିକୀ ମହାସମାରୋହରେ ପାଳିତ ହେବ । ସମଗ୍ର ମାନବଜାତି ପାଇଁ ମହାର୍ଘ୍ୟ ‘ଅହିଂସା’ ଶବ୍ଦକୁ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବାକୁ ସେ ପ୍ରସ୍ତାବ ଆଣିଥିଲେ ।
ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ କହିଥିଲେ, ଗାନ୍ଧୀଙ୍କ ନୀତି ଓ ବିଚାରର ପ୍ରାସଙ୍ଗିକତା ସବୁଦିନ ରହିବ । ଗାନ୍ଧିଙ୍କ ଆଦର୍ଶରେ ରାଜ୍ୟରେ ମଦ ନିଷେଧ କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ଗୋରକ୍ଷା ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେବାକୁ ପ୍ରସ୍ତାବ ରଖିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ଅହିଂସା ଶବ୍ଦ ସମ୍ଭିଧାନ ମୁଖବନ୍ଧରେ ରହିବା ଦରକାର ଓ ହେଲେ ଓ ହେଲେ ତାହା କାଗଜ କଲମରେ ନ ରହି ବାସ୍ତବ କ୍ଷେତ୍ରରେ କାର୍ଯ୍ୟ କରାଯାଉ । ଗାନ୍ଧି କହିଥିଲେ, ଜଣେ ବି ଲୋକ ଯଦି ପେଟପୁରା ଖାଇବାକୁ ନପାଇ ଉପାସ ରହିଲା ତେବେ ପୂର୍ଣ୍ଣ ସ୍ୱରାଜ ଆସିନାହିଁ ବୋଲି ଧରିବାକୁ ହେବ । ଏବେ ବି ବହୁ ଲୋକ ଖାଇବାକୁ ପାଉନାହାନ୍ତି । ଗାନ୍ଧିଜୀଙ୍କୁ ଏବେର ଯୁବପିଢ଼ି ଭୁଲିଯିବାକୁ ବସିଲେଣି । ଆଗାମୀ ପିଢ଼ିଙ୍କୁ ତାଙ୍କ ଜୀବନୀ ବିଷୟରେ ଜଣାଇବାକୁ ପଡିବ ଓ ତେଣୁ ସରକାର ସ୍କୁଲ ପାଠ୍ୟକ୍ରମରେ ଏହାକୁ ସ୍ଥାନିତ କରନ୍ତୁ ।
ଦେବୀ ପ୍ରସାଦ ମିଶ୍ର କହିଲେ, ଗାନ୍ଧିଙ୍କ ଓଡ଼ିଶା ଗସ୍ତ ପ୍ରତିଟି ଓଡ଼ିଆ ମନକୁ ଆହ୍ଲାଦିତ କରିଥିଲା । ଓଡ଼ିଶାର ସାମାଜିକ ବିକାଶରେ ତାଙ୍କ ଆଗମନ ବେଶ ସହାୟକ ହୋଇଥିଲା । ଅହିଂସା ଶବ୍ଦକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରାଯାଉ । କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା କହିଲେ, ମହାତ୍ମା ପୁରୀ ଶ୍ରୀମନ୍ଦିର ଆସିଥିଲେ ବୋଲି ପ୍ରମାଣ ଥିଲା ବେଳେ ପୁରୀ ଷ୍ଟେସନରେ ଥିବା ଏକ ସ୍ମୃତିସ୍ତମ୍ଭରେ ଭିନ୍ନ ସୂଚନା ରହିଛି । ଏହା ଉପରେ ଅଧିକ ଗବେଷଣା ଆବଶ୍ୟକ । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଲେ, ଭାରତବର୍ଷରେ ଏବେ ହିଂସାର ବାତାବରଣ ଠିକ୍ ନୁହେଁ । ଦେଶରେ ହିଂସା, ଦ୍ୱେଷ ବଢ଼ି ଚାଲିଛି । ହିଂସାରେ ଭାରତବର୍ଷରେ ରାଜନୀତି ହୋଇପାରିବନି ।
ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଲେ, ନାରୀ ସଶକ୍ତିକରଣ, କୁଟୀର ଶିଳ୍ପ ଓ ଗ୍ରାମ ବିକାଶ ଉପରେ ଗାନ୍ଧି ଗୁରୁତ୍ୱ ଦେଉଥିଲେ । ଅମର ଶତପଥୀ କହିଲେ, ଗାନ୍ଧିଙ୍କ ବିଚାରଧାରାର ପ୍ରୟୋଗଶାଳା ଥିଲା ଓଡିଶା । ଓଡ଼ିଶା ସହ ଗାନ୍ଧିଙ୍କର ଆବେଗିକ, ଆତ୍ମିକ ଓ ନିରନ୍ତର ସଂପର୍କ ଥିଲା । ଅନ୍ୟମାନଙ୍କ ମଧ୍ୟରେ ଅତନୁ ସବ୍ୟସାଚୀ ନାୟକ, ପ୍ରଫୁଲ୍ଲ କୁମାର ସାମଲ, ଭୂପିନ୍ଦର ସିଂହ, ବିଷ୍ଣୁ ସେଠୀ, ତାରା ପ୍ରସାଦ ବାହିନୀପତି, ମୋହନ ଚରଣ ମାଝୀ, ମୁକେଶ ମହାଲିଙ୍ଗ, ସୁରେଶ କୁମାର ରାଉତରାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର କହିଲେ, ଗାନ୍ଧିଙ୍କ ଓଡ଼ିଶା ଗସ୍ତକୁ ଆମେ ଆଜି ସ୍ମରଣ କରୁଛେ । ଏହା ପ୍ରତଟି ଓଡ଼ିଆଙ୍କ ପାଇଁ ଗୌରବର କଥା । ଗାନ୍ଧି ସତ୍ୟ ଓ ଅହିଂସା ବଳରେ ଇଂରେଜ ଶାସନରୁ ଦେଶକୁ ମୁକ୍ତି ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons