
କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): କୋଟିଆ ସମେତ ଜିଲ୍ଲାର ସୀମାନ୍ତ ପଞ୍ଚାୟତରେ ଏଥର ପ୍ରଶାସନ ପାଳିବ ଉକ୍ରଳ ଦିବସ । ଏଥିସହିତ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଅନୁÂାନରେ ଓଡ଼ିଆ ଭାଷାରେ ନାମ ଫଳକକୁ ବାଧ୍ୟତାମୂଳକ କରାଯିବ । ଉକ୍ରଳ ଦିବସ ପାଳନ ପ୍ରସ୍ତୁତି ବୈଠକରେ ଆଜି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ସଦ୍ଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମହମ୍ମଦ ଅବଦଲ୍ ଅଖତରଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ । ଏଥିରେ ନିଷ୍ପତ୍ତି ନିଆଯାଇଛି ଯେ, ଚଳିତବର୍ଷ ଜିଲ୍ଲାସ୍ତୀୟ ଉକ୍ରଳ ଦିବସ ପାଳନ କରାଯିବ । କୋଭିଡ୍ ଏସଓପିକୁ କଡ଼ାକଡ଼ି ପାଳନ କରାଯିବ । କୋଟିଆ ସହିତ ଜିଲ୍ଲାର ଆନ୍ଧ୍ର ଏବଂ ଛତିଶଗଡ଼ ସୀମାରେ ଥିବା ସମସ୍ତ ପଞ୍ଚାୟତରେ ମଧ୍ୟ ଏହି ଦିବସ ପାଳନ କରାଯିବ । ଏଥିଲାଗି ସୀମାନ୍ତ ବିଡିଓମାନଙ୍କୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି । ସେହିପରି ପୌରାଞ୍ଚଳ ଏବଂ ବ୍ଲକରେ ଥିବା ସରକାରୀ ଓ ବେସରକାରୀ ଅନୁÂାନ, ସୀମାନ୍ତ ପଞ୍ଚାୟତରେ ଥିବା ଅନୁÂାନଗୁଡ଼ିକର ନାମ ଫଳକ ଓଡ଼ିଆରେ ଲେଖାଯିବ ।
ଜିଲ୍ଲାପାଳ ଗଣମାଧ୍ୟମକୁ କହିଛନ୍ତି, ଗତ ଦୁଇବର୍ଷ ହେଲା ବିଭିନ୍ନ କାରଣରୁ ଜିଲ୍ଲାରେ ଉକ୍ରଳ ଦିବସ ପାଳନ ହୋଇପାରିନଥିଲା । ୨୦୧୯ରେ ନିର୍ବାଚନ ପାଇଁ ଏବଂ ଗତବର୍ଷ କୋଭିଡ଼ ପାଇଁ ଏହା ବନ୍ଦ ରହିଥିଲା । ଚଳିତବର୍ଷ କୋଭିଡ୍ କଟକଣା ମଧ୍ୟରେ ଭଲ ଭାବରେ ଏହି ଦିବସ ପାଳନ କରିବା ଲାଗି ବ୍ୟବସ୍ଥା କରାଯାଉଛି । ଯେମତି ଅଧିକ ଗହଳି ନହେବ, ସେହିପରି କାର୍ଯ୍ୟକ୍ରମ କରାଯିବ । ଉକ୍ରଳ ଦିବସର ମହତ୍ତ୍ୱ ବଞ୍ଚାଇ ରଖିବା ଏହାର ମୂଳ ଲକ୍ଷ୍ୟ । ଉଚ୍ଚବିଦ୍ୟାଳୟସ୍ତରୀୟ ପ୍ରବନ୍ଧ ଏବଂ ଅନ୍ୟାନ୍ୟ ପ୍ରତିଯୋଗିତା କରାଯିବ । ମୁଖ୍ୟ ଅତିଥିଙ୍କ ଦ୍ୱାରା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ସରକାରୀ ଏବଂ ବେସରକାରୀ ଅନୁÂାନରେ ଓଡ଼ିଆରେ ନାମଫଳକ ଲେଖିବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ କମିଟି ଗଢାଯାଇଛି । କମିଟିରେ ଉପଜିଲ୍ଲାପାଳ ଏବଂ ବିଡିଓମାନେ ରହିଛନ୍ତି । ମାସକ ମଧ୍ୟରେ ଯେମିତି ସହରାଞ୍ଚଳର ସମସ୍ତ ଦୋକାନ ସମେତ ବ୍ଲକଗୁଡ଼ିକର ସରକାରୀ ଓ ବେସରକାରୀ ଅନୁÂାନଗୁଡ଼ିକରେ ଓଡ଼ିଆରେ ନାମ ଫଳକ ରହିବ, ତାହାକୁ କମିଟି ଅନୁଧ୍ୟାନ କରିବ । ବୈଠକରେ ଡିଆର୍ଡିଏ ପିଡ଼ି ପ୍ରବୀର ନାୟକ, ଉପଜିଲ୍ଲାପାଳ ଲଳିତ କୁମାର କହଁର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମକରନ୍ଦ ବେଉରା, ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ପ୍ରମୁଖଙ୍କ ସହିତ ଜିଲ୍ଲାସ୍ତରୀୟ ଅଧିକାରୀ, ସହରର ବରିÂ ନାଗରିକ ଏବଂ ବିଭିନ୍ନ ବିଦ୍ୟାଳୟ ଶିକ୍ଷକ ଯୋଗ ଦେଇଥିଲେ ।


Comments are closed, but trackbacks and pingbacks are open.