ଜଙ୍ଗଲରେ ଚଢଉ, ୧୦ ଜୁଆଡି ଗିରଫ

Get real time updates directly on you device, subscribe now.

କୋଟପାଡ଼,(ବି.ବି.ନୁ୍ୟଜ): କୋଟପାଡ ଥାନା ଚାନ୍ଦିଲି ପଞ୍ଚାୟତ ଆମ୍ବଗାଁ ନିକଟ ମୋଲଚାମାଲ ଜଙ୍ଗଲରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢଉ କରି ପୁଲିସ୍ ୧୦ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ପଡେ଼ାଶୀ ଛତିଶଗଡ଼ର ବସ୍ତର, ଜଗଦଲପୁର ଓ ନାଗରନାର ଅଞ୍ଚଳର ବୋଲି ଜଣାପଡ଼ିଛି । ସେମାନଙ୍କ ପାଖରୁ ୬ଟି ବାଇକ୍, ୩ଟି ସ୍କୁଟି ଓ ୬ଟି ମୋବାଇଲ୍ ଫୋନ୍ ସହ ନଗଦ ୭୩ ହଜାର ଟଙ୍କା ଜବତ କରାଯାଇଛି । ଏହି ସୂଚନା ଦେଇଛନ୍ତି ଥାନା ଅଧିକାରୀ ଉଲ୍ଲାସା ମାଝୀ ।
ପୁଲିସ୍ ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ଆମ୍ବଗାଁ ନିକଟ ମୋଲଚାମାଲ ଜଙ୍ଗଲରେ ଜୁଆ ଆଡ୍ଡା ଚାଲିଥିବା ସମ୍ପର୍କରେ ଖବର ପାଇଥିଲା ପୁଲିସ୍ । ଥାନା ଅଧିକାରୀ ଶ୍ରୀମତୀ ମାଝୀଙ୍କ ନେତୃତ୍ୱରେ ଏସ୍ଆଇ ପି.କେ. ମହାପାତ୍ର, ଏଏସ୍ଆଇ ଏନ୍.କେ. ବାଘ, କେ.କେ. ନାୟକ, ଡି.ପି. ରଥ, ଏମ୍. ସେଠୀ, ଡି.ଡି. ସାହୁ, ରମେଶ ନାରାଜୀ, ଏସ୍.କେ. ଭୂୟାଁ ଏବଂ ଏ.କେ. ସ୍ୱାଇଁ ପ୍ରମୁଖ ଚାନ୍ଦିରି ଥାନା ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ । ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢଉ କରିଥିଲେ । ଚଢଉ ବେଳେ କେତେକ ଜୁଆଡି ଦୌଡି ପଳାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ଜଣକୁ ଧରିବାରେ ସଫଳ ହୋଇଥିଲା ପୁଲିସ୍ । ଏଥିସହ ଘଟଣାସ୍ଥଳରୁ ଉପରୋକ୍ତ ସାମଗ୍ରୀ ଜବତ କରିଥିଲା । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ ହୋଇଛି । ଗିରଫ ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଆଗାମୀ ଦିନରେ ମଧ୍ୟ ଜୁଆ ଉପରେ ଚଢଉ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀମତୀ ମାଝୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons