ଲୁଟେରା ଝାମ୍ପିନେଲେ ଅଢେଇ ଲକ୍ଷ ଟଙ୍କା

Get real time updates directly on you device, subscribe now.

ମୁନିଗୁଡ଼ା,(ବି.ବି.ନୁ୍ୟଜ): ରାୟଗଡା ଜିଲ୍ଲା ମୁନିଗୁଡା ଆଇସିଆଇସିଆଇ ବ୍ୟାଙ୍କ ନିକଟରୁ ଲୁଟେରାମାନେ ବାପ-ପୁଅଙ୍କ ନିକଟରୁ ଝାମ୍ପି ନେଇଛନ୍ତି ଅଢେଇ ଲକ୍ଷ ଟଙ୍କା । ତା’ ପୁଣି ସ୍ପଷ୍ଟ ଦିନ ଆଲୁଅରେ । ସବୁଠୁ ଦୁଃଖର କଥା ହେଉଛି, ଲୁଟ୍ର ଶିକାର ହୋଇଥିବ ବାପ-ପୁଅ ସେମାନଙ୍କୁ ଧରିବାକୁ ବାଇକ୍ରେ ଗୋଡାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଲୁଟ୍ର ଶିକାର ହୋଇଥିବା ବାପ-ପୁଅ ହେଲେ କ୍ଷେତ୍ର କୁମାର ଓ ଦେବେନ୍ଦ୍ର କୁମାର ।
ମିଳିଥିବା ସୂଚନା ଅନୁଯାୟୀ, ମୁନିଗୁଡା ଅଞ୍ଚଳର କ୍ଷେତ୍ର କୁମାର ଓ ତାଙ୍କ ପୁଅ ଦେବେନ୍ଦ୍ର ଆଜି ମଧ୍ୟାହ୍ନରେ ଷ୍ଟେଟ୍ ବ୍ୟାଙ୍କ ଶାଖାରୁ ଅଢେଇ ଲକ୍ଷ ଟଙ୍କା ଜମାଖାତାରୁ ଉଠାଇଥିଲେ । ଏହାକୁ ଆଇସିଆଇସିଆଇ ବ୍ୟାଙ୍କ୍ରେ ଜମା କରିବାକୁ ଏକ ବାଇକ୍ରେ ଯାଉଥିଲେ । ଏହି ସମୟରେ କେତେକ ଲୁଟେରା ଏକ କଳ ପଲସର୍ରେ ଆସି ସେମାନଙ୍କ ପାଖରୁ ଟଙ୍କା ବ୍ୟାଗ୍କୁ ଝାମ୍ପି ନେଇଥିଲେ । ଫେରାର୍ ହୋଇଯାଉଥିବା ସମୟରେ କ୍ଷେତ୍ର କୁମାର ଓ ତାଙ୍କ ପୁଅ ଦେବେନ୍ଦ୍ର ବାଇକ୍ରେ ସେମାନଙ୍କ ପିଛା କରୁଥିଲେ । ଦୁର୍ଭାଗ୍ୟକୁ ଏହି ସମୟରେ ଏକ ଗାଈ ରାସ୍ତା ଉପରକୁ ଚାଲି ଆସିଥିଲା । ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ବାପପୁଅ । ରାସ୍ତା ଉପରେ ଛିଟିକି ପଡିଥିଲେ । କେତେକ ଲୋକ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ । ଅନ୍ୟପକ୍ଷରେ ଲୁଟ୍ ସମ୍ପର୍କରେ ଖବରପାଇ ପୁଲିସ୍ ଘଟଣାର ତଦନ୍ତ କରୁଛି । ସ୍ପଷ୍ଟ ଦିବାଲୋକରେ ଏଭଳି ଲୁଟ୍ ଘଟଣାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ରାସ୍ତାର ବିଭିନ୍ନ ଛକରେ ସିସିଟିଭି ଲଗାଇବାକୁ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons