ଓଲଟିଲା ଯାତ୍ରୀବାହୀ ବସ୍: ୨୦ ଗୁରୁତର

Get real time updates directly on you device, subscribe now.

ଟିଟିଲାଗଡ଼: ଓଲଟିଲା ଯାତ୍ରୀବାହୀ ବସ୍, ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଛି। ଏମିତି ଏକ ଅଘଟଣ ଘଟଣା ଘଟିଛି ସିନ୍ଧେକେଲା ଥାନା ଅନ୍ତର୍ଗତ ତୁରୁକଭଟା ନିକଟରେ। ଯେଉଁଠାରେ ଏହି ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଘଟଣା ସ୍ଥଳରେ ହିଁ ଜଣେ ମୃତ୍ୟୁବରଣ କରିଛନ୍ତି। ଏହି ଦୁର୍ଘଟଣାରେ ୨୦ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ବସଟି ଭବାନୀପାଟଣାରୁ ରାଜ ଖରିଆର ଅଭିମୁଖେ ଯାଉଥିଲା। ଏହି ଅଘଟଣ ଖବର ପାଇଁ ସିନ୍ଧେକେଲା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଦେଇଛି। ଆଗକୁ ଆହତ ସଂଖ୍ୟା ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା ରହିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons