ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

Get real time updates directly on you device, subscribe now.

ବଲାଙ୍ଗୀର,(ଗୁପ୍ତେଶ୍ୱର ପୃଷ୍ଟିଙ୍କ ରିପୋର୍ଟ):ସ୍ତ୍ରୀ ପାଇଁ ସ୍ୱାମୀ ହେଉଛି ଇହକାଳ ପରକାଳର ସାଥି । ଅଗ୍ନିକୁ ସାକ୍ଷୀ ରଖି ସ୍ତ୍ରୀକୁ ଜୀବନ ଯାକ ସୁରକ୍ଷା ଯୋଗାଇଦେବା ପାଇଁ ଶପଥ ନେଇଥାଏ ସ୍ୱାମୀ । କିନ୍ତୁ କିଛି ଜାଗାରେ ଦେବତାରୁ ପିଶାଚ ସାଜିଯାଏ ସ୍ୱାମୀ । ଯେଉଁ ହାତରେ ଅଗ୍ନିକୁ ସାକ୍ଷୀ ରଖି ବାହା ହୋଇଥାଏ, ସେହି ହାତରେ ନିଜ ସ୍ତ୍ରୀକୁ ହତ୍ୟା କରେ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସଂସା ଗାଁରେ । ଗାଁର ସୁଦାମ ସାହୁ ନିଜ ସ୍ତ୍ରୀ ଦଶମୀ ସାହୁକୁ ହତ୍ୟାକରି ଫେରାର ହୋଇଯାଇଛି। ଗତ ଦଶ ବର୍ଷ ତଳେ ଦଶମୀକୁ ବାହା ହୋଇଥିଲା ସୁଦାମ । ପୁଅଟିଏ ଓ ଝିଅଟିଏ ମଧ୍ୟ ଅଛନ୍ତି । ଗତକାଲି ବିଲମ୍ୱିତ ରାତିରେ କୌଣସି କାରଣକୁ ନେଇ ଦୁଇ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା ହେଲା। ପିଶାଚ ସ୍ୱାମୀ ହିତାହିତ ଜ୍ଞାନ ଭୁଳି ନିଜ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ସୁଦାମ ଫେରାର ଥିବା ବେଲେ ଆଗଲପୁର ଫାଣ୍ଡି ପୁଲିସ୍‌ ଏବଂ ଲୋଇସିଂହା ଥାନା ଅଧିକାରୀ ଘଟଣାସ୍ଥଳରେ ପହଚିଂ ଛାନଭିନ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରୁ ହତ୍ୟା କରାଯାଉଥିବା ଅନୁମାନ କରାଯାଉଥିବା ବେଲେ କାରଣ ଜଣାପଡିନାହିଁ । ହତ୍ୟାକାରୀ ସ୍ୱାମୀକୁ ଗିରଫ କଳା ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons