୫୦୦ କ୍ୱିଣ୍ଟାଲ ଚୂଡା ପୋତିଦେଲେ ବିଡିଓ

Get real time updates directly on you device, subscribe now.

ଯାଜପୁର : ଓଡିଶା ହେଉଛି ସମୁଦ୍ର କୂଳବର୍ତ୍ତୀ ରାଜ୍ୟ । ପ୍ରାକୃତିକ ବିପର୍ୟ୍ୟୟ ସମୟରେ ଓଡିଶାର ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକ ଭୟଙ୍କର କ୍ଷତିଗ୍ରସ୍ତ ହୁଏ । ବିପର୍ୟ୍ୟୟରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଛି । କିନ୍ତୁ ଯୋଜନା ସବୁ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ ତାହାର ତଦାରଖ ଠିକଣା ଢଙ୍ଗରେ ହେଉନଥିବା ପରିଲକ୍ଷିତ ହେଉଛି ।
ସମାନ ଘଟଣା ଘଟିଛି ଯାଜପୁର ଜିଲ୍ଲାରେ । ପୋତାଗଲା ବସ୍ତା ବସ୍ତା ଚୁଡା । କ୍ବିଣ୍ଟାଲ କି ୨ କୁଇଣ୍ଟାଲ ନୁହେଁ ବରଂ ୫ଶହ କ୍ବିଣ୍ଟାଲ ଚୁଡା ପୋତା ଯାଇଥିବା ଅଭିଯୋଗ ହୋଇଛି । ପ୍ରାକୃତିକ ବିପର୍ୟ୍ୟୟ ସମୟରେ ଲୋକମାନଙ୍କୁ ବାଣ୍ଟିବା ପାଇଁ ସରକାର ଶୁଖିଲା ଖାଦ୍ୟ ଯୋଗାଇ ଦେଇଥାନ୍ତି । ଯାଜପୁର ଜିଲ୍ଲା ବରୀକୁ ଆସିଥିବା ବସ୍ତା ବସ୍ତା ଚୁଡା ଲୋକଙ୍କୁ ବଣ୍ଟାନଯାଇ ଗୋଦାମ ଘରେ ନଷ୍ଟ ହେଉଥିଲା । ଏପରିକି ନଷ୍ଟ ହୋଇଥିବା କ୍ବିଣ୍ଟାଲ କ୍ବିଣ୍ଟାଲ ଚୁଡା ବସ୍ତାକୁ ତରବରିଆ ଭାବେ ଗାତ ଖୋଳି ପୋତାଯାଇଥିବା ଅଭିଯୋଗ ହୋଇଛି ।
କରୋନା ମହାମାରୀ ସମୟରେ ଗରିବ ଲୋକମାନେ ଖାଇବାକୁ ନପାଇ ଭୋକ ଉପାସରେ ଜୀବନ ବିତାଉଥିବାବେଳେ ବରୀ ବ୍ଲକରେ ବସ୍ତା ବସ୍ତା ଚୁଡା ନଷ୍ଟ ହେଉଥିବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଏ ନେଇ ବରୀ ବିଡ଼ିଓ ସିବାନନ୍ଦ ସ୍ୱାଇଁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ‘ପୋତାଯାଇଥିବା ଚୁଡା ୨୦୧୧ମସିହାର । ଖରାପ ହୋଇଯାଇଥିବାରୁ ସେଗୁଡିକୁ ପୋତିଦିଆଯାଇଛି।’
କେବଳ ସେତିକି ନୁହେଁ ବିଡିଓ ଆହୁରି ମଧ୍ୟ କହିଛନ୍ତି, ‘ଜିଲ୍ଳାପାଳଙ୍କ ନିର୍ଦେଶ କ୍ରମେ ହିଁ ଚୁଡା ବସ୍ତାଗୁଡିକୁ ପୋତାଯାଇଛି ।’
ତେବେ ପ୍ରଶ୍ନ ଉଠୁଛି ୨୦୧୧ ମସିହାର ଗଚ୍ଛିତ ଚୁଡା ଲୋକମାନଙ୍କୁ ଦିଆନଯାଇ ରଖାଯାଇଥିଲା କାହିଁକି ? ଏଥିରେ କେଉଁ ଅଧିକାରୀମାନେ ସଂପୃକ୍ତ? ତାହା ବର୍ତ୍ତମାନ ସବୁଠୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons