ଏନ୍ଆଇଟିରେ ଜଣେ କର୍ମଚାରୀ, ୧୩ ଛାତ୍ର ପଜିଟିଭ ଚିହ୍ନଟ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ): ଜାତୀୟ ପ୍ରଯୁକ୍ତି ପ୍ରତିÂାନ (ଏନ୍ଆଇଟି)ରେ ଜଣେ କର୍ମଚାରୀ ଓ ୧୩ ଜଣ ଛାତ୍ର ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏହାକୁ ନେଇ ଅନ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଖେଳି ଯାଇଛି । ଯେଉଁ ଛାତ୍ରଛାତ୍ରୀଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି ସେମାନଙ୍କୁ କ୍ୟାମ୍ପସ୍ ଛାଡ଼ି ଚାଲି ଯିବା ଲାଗି କୁହାଯାଇଛି । ଏପରିକି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶ ଆସିଥିବା ଛାତ୍ରଛାତ୍ରୀମାନଙ୍କ କୋଭିଡ୍ ଟେଷ୍ଟ କରାଯିବ । ସେମାନଙ୍କ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି ।
ଏନ୍ଆଇଟିରେ ଜଣକ ପରେ ଜଣେ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହେବା ପରେ ଅନ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟଜାତ ହୋଇଛି । କରୋନାକୁ ନେଇ ଛାତ୍ରଛାତ୍ରୀମାନେ ଅଫ୍ଲାଇନ୍ ନୁହେଁ ଅନ୍ଲାଇନ୍ରେ ପରୀକ୍ଷା କରିବାକୁ ଦାବି କରିଥିଲେ । ଏ ନେଇ ଏନ୍ଆଇଟିର ସିନେଟ୍ ସଦସ୍ୟମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଛାତ୍ରଛାତ୍ରୀମାନଙ୍କୁ ଆତଙ୍କିତ ନହେବା ପାଇଁ କର୍ତ୍ତୃପକ୍ଷ ପରାମର୍ଶ ଦେଇଥିଲେ । ଏପରିକି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା, ପ୍ରଶାସନର ସମସ୍ତ ଗାଇଡ୍ଲାଇନ୍ ପାଳନ କରିବାକୁ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ଯେହେତୁ ଏହି ଶିକ୍ଷାନୁÂାନରେ ଜଣେ କର୍ମଚାରୀ ଓ ୧୩ ଜଣ ଛାତ୍ର ପଜିଟିଭ ଚିହ୍ନଟ ହୋଇଥିବାରୁ ଅନ୍ଲାଇନ୍ରେ ପରୀକ୍ଷା କରାଇବା ଲାଗି ସିନେଟ୍ ବୈଠକରେ ନିଷ୍ପତ୍ତି ହୋଇଥିଲା । ସମସ୍ତ ପିଲାଙ୍କର କୋଭିଡ୍ ଟେଷ୍ଟକୁ ବାଧ୍ୟତାମୂଳକ କଲେ ଏନ୍ଆଇଟି କର୍ତ୍ତୃପକ୍ଷ । କରୋନାରେ ଆକ୍ରାନ୍ତ ଥିବା ଛାତ୍ରଛାତ୍ରୀଙ୍କୁ ସଙ୍ଗରୋଧ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ପିଲାମାନଙ୍କ କୋଭିଡ୍ ଟେଷ୍ଟ କରାଯିବ । ଯେଉଁ ଛାତ୍ରଛାତ୍ରୀମାନଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ ଆସିଛି ସେମାନଙ୍କୁ କ୍ୟାମ୍ପସ୍ ଛାଡ଼ି ଚାଲି ଯିବାକୁ କୁହାଯାଇଛି ଏବଂ ଯାହାର ରିପୋର୍ଟ ଆସିନାହିଁଁ ସେମାନେ କ୍ୟାମ୍ପସ୍ ପରିସରରେ ରହିବେ । ସେହିପରି ଜଣେ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଛି ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯିବ ବୋଲି କହିଛନ୍ତି ଏନ୍ଆଇଟି କୁଳସଚିବ ପି.କେ. ଦାସ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons