କ୍ରୀଡ଼ାବିତଙ୍କ କାମରେ ଲାଗୁନି ଷ୍ଟାଡିୟମ୍

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): କୋରାପୁଟ ଷ୍ଟାଡ଼ିୟମ ସ୍ଥାନୀୟ କ୍ରୀ୨ଡ଼ାବିତଙ୍କ କାମରେ ଲାଗୁନି । ବହୁ ପ୍ରତୀକ୍ଷିତ ଏହି ଷ୍ଟାଡ଼ିୟମର ନବକଳେବର ଶେଷ ହୋଇଥିବା ବେଳେ ଭିତରେ ଘାସ ଲଗାଯାଇ ନୂତନ ପଡିଆ ସୃଷ୍ଟି କରାଯାଇଛି । କିନ୍ତୁ କ୍ରିଡାବିତଙ୍କ ଅଭ୍ୟାସ ପାଇଁ ପ୍ରବେଶ ଶୁଳ୍କ ୫ଟଙ୍କା ରଖାଯାଇଥିବାରୁ ଏହାକୁ ନେଇ ଖେଳାଳୀ ସହ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଜି ସହରବାସୀଙ୍କ ସମେତ ସ୍ଥାନୀୟ କ୍ରୀଡ଼ାବିତ ଏସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି । ଏଥିସହିତ ଷ୍ଟାଡ଼ିୟମ ପଡ଼ିଆରୁ ପ୍ରବେଶ କର ଉଠାଇ ଦେବାକୁ ଦାବି କରାଯିବା ସହ ମୌଳିକ ସୁବିଧା ପାନୀୟଜଳ, ଗ୍ୟାଲେରୀ ଓ ଶୌଚାଳୟ ପାଇଁ ଦାବି କରିଛନ୍ତି । ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତର ପଡ଼ିଆ ସମ୍ପର୍କରେ ପଦକ୍ଷେପ ନେବାକୁ ଜିଲ୍ଲାକ୍ରୀଡ଼ା ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।
କୋରାପୁଟ ସହରର ମହେଶ୍ୱର ଖିଲ, ଅର୍ପିତା ପାଣିଗ୍ରାହୀ, ଶିବ ପ୍ରସାଦ ପଣ୍ଡା, ସନ୍ତୋଷ ପଟ୍ଟନାୟକ, ସମୀରକୁମାର ପାଢ଼ି, ସୁଜିତକୁମାର ଗୌଡ଼, ଗୁରୁପ୍ରସାଦ କର, ତିଲକ କର, ଶିବପ୍ରସାଦ ସାହୁ, ସୁଜିତକୁମାର ସାହୁ, ନୀଳାଞ୍ଚଳ ଗୌଡ଼, ରଞ୍ଜନକୁମାର ସାହୁ, ଚିତ୍ତରଞ୍ଜନ ବେହେରା, ମନୋଜକୁମାର ପଲାଇ ପ୍ରମୁଖ କହିଛନ୍ତି, ସହରର ପଡ଼ିଆରେ ଖରା ଓ ବର୍ଷାରୁ କ୍ରୀଡ଼ାବିତଙ୍କୁ ସୁରକ୍ଷା ପାଇଁ ଗ୍ୟାଲେରୀ ବ୍ୟବସ୍ଥା ନାହିଁ । ଶୌଚାଳୟ, ପାନୀୟଜଳ ସୁବିଧା ମଧ୍ୟ କରାଯାଇ ନାହିଁ । ଏଭଳି ସୁବିଧା ଯୋଗାଇ ଦିଆ ନଯାଇ ଶୁଳ୍କ ଆଦାୟ କରାଯାଉଛି । ଫଳରେ କ୍ରୀଡ଼ାବିତଙ୍କ ସମେତ ଛୋଟ ଶିଶୁମାନେ କ୍ରୀଡ଼ା ଅଭ୍ୟାସ ପାଇଁ ଯାଉ ନାହାନ୍ତି । ପ୍ରତିଦିନ ପ୍ରବେଶ ଶୁଳ୍କ ଆଦାୟ ହେବା ଦ୍ୱାରା ଛୋଟ ଶିଶୁଙ୍କୁ ଗରିବ ପିତାମାତା ଅର୍ଥ ଦେବାରେ ଅସମର୍ଥ ହେଉଛନ୍ତି । ସେମାନଙ୍କ ପ୍ରତିଭା ମଉଳି ଯାଉଛି । ସହରର ଯେଉ କେତୋଟି ପଡ଼ିଆ ରହିଛି ତାହା କେତେକ ବିଭାଗ ଅଧୀନରେ ଅଛି । ଆଉ କେତେକ ପଡ଼ିଆରେ ତାଲା ଝୁଲୁଛି । ବିଶେଷକରି ହକିପଡ଼ିଆରେ କୋରାପୁଟ ଟାଉନ ଥାନାର ଜବତ ଗାଡ଼ି ଓ ମୀନାବଜାର ସାମଗ୍ରୀ ପଡ଼ିରହିଛି । ସେଠାରେ ଫାଟକରେ ତାଲା ପଡ଼ିଛି । ସେହିପରି ପୁଲିସ ପାରେଡ଼ ପଡ଼ିଆ ସେହି ବିଭାଗ ଅଧୀନରେ ଓ ହାଇସ୍କୁଲ ପଡ଼ିଆ ପରିବହନ ବିଭାଗ ଡ୍ରାଇଭିଂ ଟେଷ୍ଟିଂ କେନ୍ଦ୍ର ପାଲଟିଛି । ଫଳରେ ଛୋଟ ପିଲାମାନେ ରାସ୍ତାରେ ଖେଳିବା ଓ ବୃଦ୍ଧ ବ୍ୟକ୍ତିମାନେ ସୁସ୍ଥ ପାଇଁ ରାସ୍ତାରେ ଚାଲିବା ବେଳେ ଦୁର୍ଘଟଣାର ଶିକାର ହେଉଥିବା ସହରବାସୀ ଅଭିଯୋଗ କରିଛନ୍ତି । ତେଣୁ ସ୍ଥାନୀୟ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଷ୍ଟାଡ଼ିୟମ ପଡ଼ିଆରୁ ପ୍ରବେଶ କରକୁ ବାଦ ଦେବାକୁ ଦାବି କରାଯାଇଛି । ଏସମ୍ପର୍କରେ ଜିଲ୍ଲା କ୍ରୀଡ଼ାଅଧିକାରୀ ମାଧବ ପାଙ୍ଗିଙ୍କୁ ପଚାରିବାରେ ଜିଲ୍ଲାପାଳ ଲୋକଙ୍କ ଦାବି ଉପରେ ଗୁରୁତ୍ୱ ଦେଇଥିବା କହିଛନ୍ତି । ପୂର୍ବରୁ କଣ ବ୍ୟବସ୍ଥା ଅଛି ତାହାକୁ ତର୍ଜମା କରାଯିବ । ପ୍ରବେଶ ଶୁଳ୍କ ଓ ଷ୍ଟାଡ଼ିୟମର ଆନୁଷଙ୍ଗିକ ଉନ୍ନତି ପାଇଁ ଜିଲ୍ଲାପାଳଙ୍କୁ ପାଖକୁ ଫାଇଲ୍ ପଠାଯିବ । ଜିଲ୍ଲାପାଳ ଯାହା ନିଷ୍ପତ୍ତି ନେବେ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ପାଙ୍ଗି କହିଛନ୍ତି । ଏହି ପଡ଼ିଆରେ କୋରାପୁଟ କ୍ରୀଡ଼ା ଛାତ୍ରାବସର ୬୦ଜଣ ପ୍ରତିଭା ଅଭ୍ୟାସ କରିଆସୁଛନ୍ତି । ସେମାନଙ୍କ ମଧ୍ୟରେ ୨୪ଜଣ ଭଲିବଲ ଖେଳାଳି ଥିବା ବେଳେ ୬ଜଣ ବାଳିକା ତୀରନ୍ଦାଜ, ଆଥ୍ଲେଟିକରେ ୧୪ଜଣ ବାଳକ ଓ ୧୬ ଜଣ ବାଳିକା ଅଛନ୍ତି । ଲକଡ଼ାଉନ ପାଇଁ ସରକାରଙ୍କ ନୂତନ ଗାଇଡ଼ ଲାଇନ୍ ପ୍ରକାରେ ୧୫ବର୍ଷ ବୟସର ଖେଳାଳିଙ୍କୁ ହଷ୍ଟେଲରେ ରଖି ଏବେ ଅଭ୍ୟାସ କରାଯାଉଛି ବୋଲି ଜିଲ୍ଲା କ୍ରୀଡ଼ା ଛାତ୍ରାବାସ କୋଚ୍ ଆର୍ଶିବାଦ ସାହାଣୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons