ଘଡ଼ଘଡ଼ି ସହ କୁଆପଥର ବୃଷ୍ଟି

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): କୋରାପୁଟ ଜିଲ୍ଲାରେ ଆଜି ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ବୃଷ୍ଟି ହୋଇଛି । ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି । ବର୍ଷା ଫଳରେ ପ୍ରବଳ ଗରମରୁ ଲୋକେ ସାମାନ୍ୟ ତ୍ରାହି ପାଇଥିବା ଜିଲ୍ଲା ଜରୁରୀ ବିଭାଗ ସେrନ ଅଧିକାରୀ ପ୍ରକାଶକୁମାର ସାମଲ କହିଛନ୍ତି । ଆଜି ଅପରାହ୍ନରେ ଜୟପୁର ସହିତ କୋରାପୁଟ ଅଞ୍ଚଳରେ ହଠାତ୍ ବର୍ଷା ହୋଇଥିଲା । ଗତକାଲି କୋରାପୁଟରେ ତାପମାତ୍ରା ୩୭ ଡ଼ିଗ୍ରୀରୁ ଅଧିକ ରହିଥିଲା । ଶନିବାର ବର୍ଷା ପାଗ ପାଇଁ ତାପମାତ୍ରା ସାମାନ୍ୟ ତଳକୁ ଖସି ୩୫ ଡିଗ୍ରୀରେ ରହିଛି । ଘଡ଼ଘଡ଼ି ସହ କୁଆପଥର ବର୍ଷାର କ୍ଷୟକ୍ଷତି ରିପୋର୍ଟ ବର୍ତ୍ତମାନ ସୁଦ୍ଧା ମିଳି ନଥିବା ଶ୍ରୀ ସାମଲ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons