ବାଲିପଦର କଲେଜ ଅଧ୍ୟାପକ ପଜିଟିଭ୍

Get real time updates directly on you device, subscribe now.

ବୁଗୁଡ଼ା,(ବି.ବି.ନୁ୍ୟଜ): ବାଲିପଦର ଆଞ୍ଚଳିକ ମହାବିଦ୍ୟାଳୟର ଜଣେ ଅଧ୍ୟାପକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆସନ୍ତାକାଲି ଠାରୁ କଲେଜର ସମସ୍ତ କକ୍ଷ ସାନିଟାଇଜ୍ କରିବା ପାଇଁ କଲେଜ କ୍ୟାମ୍ପସ୍ ୩ ଦିନ ବନ୍ଦ ରଖିବାକୁ ବୁଗୁଡା ବିଡିଓ ତନ୍ମୟ ପାତ୍ର ପରାମର୍ଶ ଦେଇଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅଧ୍ୟାପକ ଜଣକ ଗତ ୨୬ତାରିଖରୁ ଛୁଟିରେ ରହିଥିଲେ । କୋଭିଡ୍୍ ଟେଷ୍ଟ ପରେ ଏପ୍ରିଲ ୧ରେ ଅଧ୍ୟାପକ ଜଣଙ୍କ ପଜିଟିଭ୍ ଥିବା ଜଣାପଡ଼ିଥିଲା । ଉକ୍ତ ରିପୋର୍ଟ ଆସିବା ପରେ କଲେଜ କର୍ତ୍ତୃପକ୍ଷ ଉପଜିଲ୍ଲାପାଳ, ତହସିଲଦାର ଓ ବିଡିଓଙ୍କୁ ଅବଗତ କରିଥିଲେ । ବିଡିଓଙ୍କ ପରାମର୍ଶକ୍ରମେ ମହାବିଦ୍ୟାଳୟ ପ୍ରାଙ୍ଗଣକୁ ସାନିଟାଇଜ୍ କରିବା ପାଇଁ ୩, ୪ ଓ ୫ ତାରିଖକୁ କଲେଜ ଛୁଟି ଘୋଷଣା କରାଯାଇଛି । ଅଧ୍ୟକ୍ଷଙ୍କ ସମେତ ମହାବିଦ୍ୟାଳୟ ସମସ୍ତ କର୍ମଚାରୀଙ୍କ ଆଣ୍ଟିଜେନ୍ ଟେଷ୍ଟ କରିବା ପାଇଁ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍ ନିଦେ୍ର୍ଧଶ ଦେଇଛନ୍ତି । ମହାବିଦ୍ୟାଳୟର କୌଣସି ଛାତ୍ରଛାତ୍ରୀ ଯଦି ଅସୁସ୍ଥ ଅନୁଭବ କରନ୍ତି, ତେବେ ତୁରନ୍ତ ମହାବିଦ୍ୟାଳୟ କାର୍ଯ୍ୟାଳୟ ସହିତ ଯୋଗାଯାଗ କରିବା ପାଇଁ ଅଧ୍ୟକ୍ଷ ଜଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons