ଓକିଲ ସଂଘର ଶପଥଗ୍ରହଣ

Get real time updates directly on you device, subscribe now.

ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ସ୍ଥାନୀୟ ଓକିଲ ସଂଘର ଶପଥଗ୍ରହଣ କାର୍ଯ୍ୟକ୍ରମ ଅନୁÂିତ ହୋଇଯାଇଛି । ନିର୍ବାଚନ ଅଧିକାରୀ ତଥା ବରିÂ ଆଇନଜୀବୀ ଦାଶରଥି ପଟ୍ଟନାୟକ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଶପଥପାଠ କରାଇଥିଲେ । ନିର୍ବାଚିତ କର୍ମକର୍ତ୍ତା ଦାୟିତ୍ୱ ନେବା ପରେ ଓକିଲ ସଂଘର ବୈଠକ ହୋଇଥିଲା । ଆଇନଜୀବୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା ।
ଏ ସମ୍ପର୍କରେ ଓକିଲ ସଂଘର ସଭାପତି ସରୋଜ ଦାଶ କହିଛନ୍ତି, ପୁଣିଥରେ କରୋନା ସଂକ୍ରମଣ ବଢୁଥିବାରୁ କୋର୍ଟ କାର୍ଯ୍ୟ କିପରି ହେବ, ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଆଇନଜୀବୀଙ୍କ ସୁରକ୍ଷା ଦୃଷ୍ଟିରୁ ପରବର୍ତ୍ତି ପ୍ରସ୍ତାବ ପର୍ଯ୍ୟନ୍ତ ପୂର୍ବଭଳି କୋର୍ଟ କାର୍ଯ୍ୟ ଚାଲୁରଖିବାକୁ ବରିÂ ଓକିଲମାନେ ମତ ଦେଇଥିଲେ । ଏହି ପ୍ରସ୍ତାବକୁ ଉପସ୍ଥିତ ଆଇନଜୀବୀ ସମର୍ଥନ କରିଥିଲେ । ସେହିପରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର କୋର୍ଟ ହଲ୍ର ବ୍ୟବସ୍ଥା ନାହିଁ । ପୂର୍ବ କୋର୍ଟହଲ୍କୁ ଉପଜିଲ୍ଲାପାଳ ଚାମ୍ବର କରିଛନ୍ତି । ଅନ୍ୟ କୋର୍ଟ ହଲ୍ କାର୍ଯ୍ୟକ୍ଷମ ହେଉନି । ଉପଜିଲ୍ଲାପାଳଙ୍କ ଚାମ୍ବରରେ ହିଁ କୋର୍ଟ କାର୍ଯ୍ୟ ହେଉଛି । ଏଥିପାଇଁ ସ୍ୱତନ୍ତ୍ର ଭାବେ କୋର୍ଟ ହଲ୍ର ବ୍ୟବସ୍ଥା କରାଯିବା ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ଜଣାଇବାକୁ ଆଇନଜୀବୀ ମତ ଦେଇଥିଲେ । ସେହପରି ତହସିଲ ଓ ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟରେ ଲୋକଙ୍କ କାମ କରିବାରେ ଆଇନଜୀବୀଙ୍କୁ ପ୍ରାଥମିକତା ଦେବାକୁ ପ୍ରଶାସନକୁ ଅନୁରୋଧ କରିବାକୁ ପ୍ରସ୍ତାବ ଦେଇଥିଲେ । ଏଥିପାଇଁ ଏ ସମ୍ପର୍କରେ ପ୍ରଶାସନକୁ ଅବଗତ କରାଯିବ ବୋଲି ଶ୍ରୀ ଦାଶ କହିଛନ୍ତି ।
ବୈଠକରେ ସଂଘର ସମ୍ପାଦକ ଆନନ୍ଦ ରଥ, ଉପସଭାପତି ଶରତ କୁମାର ମାଝି, ଯୁଗ୍ମ ସମ୍ପାଦକ ଗିରିଧର ଖରା, ସହକାରୀ ସମ୍ପାଦକ ସନ୍ଦୀପ ସାଈ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଗୋପବନ୍ଧୁ ସାନ୍ତ୍ରା, ପାଠାଗାର ସମ୍ପାଦକ ସତୀଶ ପଟ୍ଟନାୟକ, ପାଠଗାର ସହସମ୍ପାଦକ ଗୋକୁଳ ସୂର୍ଯ୍ୟ, ସଦସ୍ୟ ଚନ୍ଦନ ପଟ୍ଟନାୟକ,ଏ.ଅରୁଣ କୁମାର ଆଚାରୀ, ପି.ସନ୍ନ୍ୟାସୀ ରାଓ, ଗୌରୀଚରଣ ଦେବଶର୍ମା, ମନୋଜ କୁମାର ପାତ୍ର, ଯୁଗଳ କିଶୋର ପଟ୍ଟନାୟକ, ସନ୍ତୋଷ କୁମାର ଦାଶଙ୍କ ସମେତ ବହୁ ବରିÂ ଆଇନଜୀବୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons