
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋÂୀ ପାଇଁ ଖୁସି ଖବର । ଏଣିକି ସହରରେ ଥିବା ଗୋÂୀ ଶୌଚାଳୟର ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯିବ ସେମାନଙ୍କୁ । ନେବେ ସମ୍ପୃକ୍ତ ଅଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋÂୀ ।ଆସନ୍ତା ୧୫ ତାରିଖ ସୁଦ୍ଧା ଏସବୁ ଶୌଚାଳୟର ରକ୍ଷଣାବେକ୍ଷଣ କରୁଥିବା ସୁଲଭ ଇଣ୍ଟରନ୍ୟାସନାଲ ସୋସିଆଲ ସର୍ଭିସ ଅର୍ଗାନାଇଜେସନ୍ରୁ ଦାୟିତ୍ୱ ପ୍ରତ୍ୟାହାର କରାଯିବ । ମନୋନୀତ ହୋଇଥିବା ମହିଳା ସ୍ୱୟଂ ସହାୟକ ଗୋÂୀଗୁଡିକୁ ଗୋÂୀ ଶୌଚାଳୟ ହସ୍ତାନ୍ତର କରାଯିବ । ସେମାନେ ପୌରସଂସ୍ଥା ସହ ଚୁକ୍ତି କରି ୧୭ ତାରିଖରୁ ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଲାଇବେ । ପୌରସଂସ୍ଥା ପକ୍ଷରୁ ଏଭଳି ନିଦେ୍ର୍ଧଶନାମା ଜାରି ହୋଇଛି ।
୨୦୨୦ ଜୁନ ୩୦ରେ ଜିଲ୍ଲାପାଳଙ୍କ ନିଦେ୍ର୍ଧଶ ଅନୁଯାୟୀ ଏସ୍ଏଚଜିକୁ ରକ୍ଷଣାବେକ୍ଷଣ ଦାୟିତ୍ୱ ଦେବାକୁ ପୌରସଂସ୍ଥାକୁ ଚିଠି କରିଥିଲେ ‘ଡୁଡା’ର ପ୍ରକଳ୍ପ ନିଦେ୍ର୍ଧଶକ । ଏଭଳି ନିଦେ୍ର୍ଧଶ ପରେ ଯୁବ ସଂଗଠନର ଆବାହକ ରବୀନ୍ଦ୍ର ମହାପାତ୍ର ପ୍ରଶାସନର ପଦକ୍ଷେପକୁ ସ୍ୱାଗତ କରିଛନ୍ତି । କାରଣ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋÂୀଙ୍କୁ ରକ୍ଷଣାବେକ୍ଷଣ ଦାୟିତ୍ୱ ଦେବାକୁ ମହିଳା ସଦସ୍ୟାଙ୍କ ସହ ପୌର କାର୍ଯ୍ୟାଳୟରେ ଅନଶନ କରିଥିଲେ ରବୀନ୍ଦ୍ର । ପ୍ରତିଶ୍ରୁତି ପରେ ଅନଶନ ପ୍ରତ୍ୟାହାର କରିଥିଲେ । ରବୀନ୍ଦ୍ର କହିଛନ୍ତି, ପୌରସଂସ୍ଥାର ନିଦେ୍ର୍ଧଶନାମା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୧୦ଟି ଏସ୍ଏଚ୍ଜିକୁ ଗୋÂୀ ଶୌଚାଳୟ ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇଛି । ୱାର୍ଡ ନମ୍ବର ୧୬ର ଗୋÂୀ ଶୌଚାଳୟ ଦାୟିତ୍ୱ ପୁରୁଣାଗଡର ସିରିଡିସାଈ ଏସ୍ଏଚ୍ଜି, ପାଇଲ ସାହିର ଶୌଚାଳୟକୁ ଓମ୍ ସାଈରାମ ଏସ୍ଏଚ୍ଜି, ଗଡିଆ ଧୋବାସାହି ଶୌଚାଳୟକୁ ମା’ ଡଙ୍ଗରଦେଇ ଏସ୍ଏଚ୍ଜି, ପରଜାସାହି ଶୌଚାଳୟକୁ ପଦ୍ମାଳୟ ମହିଳା ମହାସଂଘ, କୁମ୍ଭାରସାହିର ୪ଟି ଗୋÂୀ ଶୌଚାଳୟକୁ ମା’ ଗୋଜବାୟାଣୀ ଏସ୍ଏଚ୍ଜି, ହୁଣ୍ଡି ମା’ ଏସ୍ଏଚ୍ଜି, ମା’ ସନ୍ତୋଷୀ ଏସ୍ଏଚ୍ଜି ଓ ବାଲାଜି ଏସ୍ଏଚ୍ଜି, ସିନେମାସାହିର ଶୌଚାଳୟକୁ ବଞ୍ଜାରୁଣୀ ଏସ୍ଏଚ୍ଜି ଓ ଖ୍ରୀଷ୍ଟିୟାନପେଟା ପଞ୍ଚମ ଲାଇନ ଶୌଚାଳୟର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବେ ଏଭାଞ୍ଜଲି ମହିଳା ସଂଘ । ମହିଳା ସ୍ୱୟଂ ସହାୟକ ଗୋÂୀ ଏସବୁ ଶୌଚାଳୟର ରକ୍ଷଣାବେକ୍ଷଣ ଠିକ୍ ଭାବେ କରିପାରିବେ । ଏଥିସହ ସେମାନେ ଦୁଇ ପଇସା ଆୟ କରି ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି କହିଛନ୍ତି ରବୀନ୍ଦ୍ର ।


Comments are closed, but trackbacks and pingbacks are open.