ଏନସିସି କ୍ୟାମ୍ପରେ ୪୦୦ ଛାତ୍ରଛାତ୍ରୀ ସାମିଲ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ରାୟଗଡ଼ା ଠାରେ ଆଜି ଦିନିକିଆ ଏନସିସି କ୍ୟାମ୍ପ ଅନୁÂିତ ହୋଇଛି । ଏହି କ୍ୟାମ୍ପରେ ୬ଟି ଜିଲ୍ଲାର ୪୦୦ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । ୬ଟି ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଜଲ୍ଲାର ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ପାଇଁ ଏହି କ୍ୟାମ୍ପରେ ସାମିଲ ହୋଇଥିବା ଜଣାପଡ଼ିଛି । ଏନସିସିର ବି ସାର୍ଟିଫିକେଟ ନିମନ୍ତେ ଏହି ପରୀକ୍ଷା ଅନୁÂିତ ହୋଇଥିଲା । ଏନସିସିର ଦ୍ୱିତୀୟ ଓ ଷÂ ବାଟାଲିୟନ ପକ୍ଷରୁ ଏହି କ୍ୟାମ୍ପର ଆୟୋଜନ ହୋଇଥିଲା । ଉଭୟ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷା ଏନସିସି କ୍ୟାଡ଼ଟମାନଙ୍କ କରାଯାଇଛି । ଏଥିରେ ଡ୍ରିଲ, ଫାୟାରିଂ ଓ ନrା ପଠନ ଅନୁÂିତ ହୋଇଥିଲା । ୪୩୩ ଜଣ କ୍ୟାଡ଼ଟ ଭାଗନେବା କାର୍ଯ୍ୟକ୍ରମ ଥିଲେ ମଧ୍ୟ ୩୩ ଜଣ ଅନୁପସ୍ଥିତ ରହିଥିଲେ । ସ୍ଥାନୀୟ ଜିସିଡ଼ି ପଡ଼ିଆଠାରେ ଆଜି ଦିନ ତମାମ ଏହି ପରୀକ୍ଷା କରାଯାଇଥିଲା । ଏନସିସି କ୍ୟାଡ଼ଟମାନେ ପର୍ଯ୍ୟାୟକ୍ରମେ ଏଥିରେ ଭାଗ ନେଇଥିଲେ । ଏହି କ୍ୟାମ୍ପକୁ କମାଣ୍ଡିଂ ଅଫିସର କର୍ଣ୍ଣେଲ ଏସ.ନାରାୟଣ ଏବଂ ପି.କେ ପଣ୍ଡା ପରିଚାଳନା କରିଥିବା ବେଳେ ବିଭିନ୍ନ ଜିଲ୍ଲାର ଏନସିସି ଅଫିସରମାନେ ସହାୟତା କରିଥିଲେ । ସେମାନଙ୍କ ମଧ୍ୟରେ କ୍ୟାପଟେନ ରିତାରାଣୀ ମିଶ୍ର, ଲେଫ୍ଟନାଣ୍ଟ ରବିଶଙ୍କର ବଟୁ, ଲେଫ୍ଟନାଣ୍ଟ ଅର୍ଚ୍ଚନା ପଟ୍ଟନାୟକ, ଲେଫ୍ଟନାଣ୍ଟ ସୁଶାନ୍ତ ମାଝୀ, ଲେଫ୍ଟନାଣ୍ଟ ଅନିତା ପାଢ଼ୀ ପ୍ରମୁଖ ରହିଥିଲେ । ରାୟଗଡ଼ା ଠାରେ ପ୍ରଥମଥର ପାଇଁ ଏଭଳି କ୍ୟାମ୍ପ ଆୟୋଜନ ହୋଇଥିବା ସୂଚନା ମିଳିଛି । ଏହା ଏନସିସି କ୍ୟାଡ଼ଟମାନଙ୍କୁ ଉତ୍ସାହ ପ୍ରଦାନ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons