ମଝିଘରିଆଣୀରେ ଚୈତ୍ର ଯାତ୍ରା ବନ୍ଦ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ରାୟଗଡା ଜିଲ୍ଲା ଅଧିÂାତ୍ରୀ ଦେବୀ ମା’ମଝିଘରିଆଣୀଙ୍କ ମନ୍ଦିରରେ ଚଳିତବର୍ଷ ଆଉ ଚୈତ୍ରଯାତ୍ରା ହେବ ନାହିଁ । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଘୋଷଣା ହୋଇଛି । ଏଥିସହ ମଙ୍ଗଳବାର, ବୁଧବାର ଓ ରବିବାର ମଧ୍ୟ ମନ୍ଦିର ବନ୍ଦ ରହିବ । ଏଥିପାଇଁ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଛି । କେବଳ ମନ୍ଦିର ପୂଜକ ହିଁ ଯାତ୍ରା କାର୍ଯ୍ୟ ତୁଲାଇବେ । ଆଜି ମନ୍ଦିର ପରିଦର୍ଶନ ପରେ ପ୍ରଶାସନିକ ରିପୋର୍ଟକୁ ଆଧାର କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏଭଳି ନିଦେ୍ର୍ଧଶ ଦିଆଯାଇଛି ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚୈତ୍ର ମାସରେ ପ୍ରତି ରବିବାର ମନ୍ଦିର ବନ୍ଦ ରଖିବା ପାଇଁ ପ୍ରଶାସନକୁ ମନ୍ଦିର ପରିଚାଳନା କମିଟି ତରଫରୁ ନିବେଦନ କରାଯାଇଥିଲା । ଗତ ୨ ତାରିଖରେ କମିଟି ପକ୍ଷରୁ ଏହି ନିବେଦନ ପରେ ଉପଜିଲ୍ଲାପାଳ ପ୍ରତାପଚନ୍ଦ୍ର ପ୍ରଧାନ ଓ ତହସିଲଦାର ଉମାଶଙ୍କର ବେହେରା ଆଜି ରବିବାର ଅବସରରେ ମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଦୀର୍ଘ ସମୟ ମନ୍ଦିରରେ ରହିବା ସହ କେତେକ ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରିଥିଲେ । ସେଭଳି ମନ୍ଦିର ପରିଚାଳନା କମିଟି ସଭାପତି ରାଇସିଂ ବିଡିକା ଓ ବରିÂ ସଭ୍ୟ ରାଧାକୃଷ୍ଣ ଦଳାଇଙ୍କ ସହିତ ଆଲୋଚନା କରିବା ପରେ କେବଳ ରବିବାର ନୁହେଁ ଏଣିକି ମଙ୍ଗଳବାର ଓ ବୁଧବାର ମଧ୍ୟ ମନ୍ଦିର ବନ୍ଦ ହେବ ବୋଲି ଘୋଷଣା କରାଯାଇଛି । କଟକଣା ଭିତରେ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଅନ୍ୟଦିନ ଆସି ପୂଜା କରିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି । ସମସ୍ତ ଶ୍ରଦ୍ଧାଳୁ ମାସ୍କ ବ୍ୟବହାର କରିବା ସହ ଗହଳି ନକରିବା ପାଇଁ ନିବେଦନ କରାଯାଇଛି । ମା’ଙ୍କ ଚୈତ୍ରଯାତ୍ରା ବନ୍ଦ ହେବ ବୋଲି ଘୋଷଣା କରାଯାଇଛି । ଚୈତ୍ରଯାତ୍ରାରେ ଅଧିକ ଭିଡ ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗତବର୍ଷ ମଧ୍ୟ ଚୈତ୍ର ଯାତ୍ରା ବନ୍ଦ ରହିଥିଲା । କେବଳ ବିଧି ରକ୍ଷା ପାଇଁ ପୂଜା ଆୟୋଜିତ ହେବ । ଚଳିତମାସ ୨୩ ରୁ ୨୭ ତାରିଖ ପର୍ଯ୍ୟନ୍ତ ଚୈତ୍ର ଯାତ୍ରା ଆୟୋଜନ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଏହି ୫ ଦିନ ମନ୍ଦିର ପରିସରରେ ମା’ଙ୍କ ପର୍ବ ଓ ସ୍ୱତନ୍ତ୍ର ପୂଜା ପାଳନ ହେବ । କିନ୍ତୁ କୌଣସି ବ୍ୟକ୍ତିଙ୍କୁ ମନ୍ଦିର ଭିତରକୁ ଯାତ୍ରାରେ ଭାଗ ନେବା କିମ୍ବା ଦର୍ଶନ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ପରିଚାଳନା କମିଟି ସଭାପତି ଶ୍ରୀ ବିଡିକା ସୂଚନା ଦେଇଛନ୍ତି । ପ୍ରକାଶଥାଉ କି ଗତ କିଛିଦିନ ହେଲା ଜିଲ୍ଲାରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଅନ୍ୟପକ୍ଷେ ପଡୋଶୀ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ରାଜ୍ୟରୁ ମା’ମଝିଘରିଆଣୀ ମନ୍ଦିରକୁ ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସୁଛନ୍ତି । ଚୈତ୍ର ମାସରେ ଶ୍ରଦ୍ଧାଳୁମାନେ ଅଧିକ ଆସିଥାନ୍ତି । ରବିବାର ଛୁଟିଦିନ ଥିବାରୁ ଭିଡ ଅଧିକ ହେଉଥିବାରୁ ପରିଚାଳନା କମିଟି ଏହିଦିନ ମନ୍ଦିର ବନ୍ଦ କରିବା ପାଇଁ ପ୍ରଶାସନକୁ ନିବେଦନ କରିଥିଲା । ହେଲେ ଆଜି ରବିବାର ସହ ମଙ୍ଗଳବାର ଓ ବୁଧବାର ମଧ୍ୟ ମନ୍ଦିର ବନ୍ଦ ହେବ ବୋଲି ଘୋଷଣା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons