ଗାଡି ଯାଞ୍ଚ:୪.୪୮ଲକ୍ଷ ଜରିମାନା ଆଦାୟ

Get real time updates directly on you device, subscribe now.

ଟିକିରି,(ବି.ବି.ନୁ୍ୟଜ): ଟିକିରି ଥାନା ପକ୍ଷରୁ ତୋଟାଗୁଡାଛକ ଠାରେ ଗାଡିମୋଟର ଯାଞ୍ଚ କରାଯାଇ ୨୦୨ଟି ଗାଡିରୁ ମୋଟ ୪ଲକ୍ଷ ୪୭ହଜାର ୭୦୦ଟଙ୍କା ଜରିମାନା ଆଦାୟ କରାଯାଇଛି । କାଗଜପତ୍ର, ଡିଏଲ ନଥିବା ଗାଡି ଚଳାଯାଉଥିବାରୁ ଜରିମାନା ଆଦାୟ କରାଯାଇଥିବା ପୁଲିସ କହିଛି । ଅନ୍ୟପକ୍ଷେ କାଗଜପତ୍ର ନଥାଇ ୧୬ମାସ ଧରି ଚାଲିଥିବା ଏକ ଟ୍ରାକ୍ଟରରୁ ୧ଲକ୍ଷ ୪୧ହଜାର ଫାଇନ୍ ଆଦାୟ କରାଯାଇଛି । ଫାଇନ ଦେବା ପରେ ଥାନାରୁ ଟ୍ରାକ୍ଟରକୁ ନେବା ପରିବହନ ବିଭାଗ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି । ଏହି ଚଢଉ ବେଳେ ଜିଲ୍ଲା ଆଞ୍ଚଳିକ ପରିବହନ ଏମଭିଆଇ ରାଜକିଶୋର ବେହେରା, ଟିକିରି ଥାନା ଅଧିକାରୀ ବନ୍ଦନା ନାୟକ, ଥାନା ଅଫିସର ବିକାଶ ପ୍ରଧାନଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons