
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ଜିଲ୍ଲାରେ ସୋମବାରରୁ ନାଇଟ୍ କର୍ଫୁ୍ୟ ବଳବତ୍ତର କରାଯାଇଛି । ଏହାକୁ କଡାକଡି ପାଳନ କରିବାକୁ ପ୍ରଶାସନ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି । ରାତି ୧୦ ଟାରୁ ପରଦିନ ସକାଳ ୫ ଟା ପର୍ଯ୍ୟନ୍ତ କର୍ଫୁ୍ୟ ବଳବତ୍ତର ରଖାଯିବ ବୋଲି ଏକ ସମ୍ବାଦିକ ସମ୍ମିଳନୀରେ ଏସ୍ପି ପ୍ରହଲ୍ଲାଦ ସାହି ମୀନା ସୂଚନା ଦେଇଛନ୍ତି ।
ଜିଲ୍ଲା ପୁଲିସ ମୁଖ୍ୟାଳୟରେ ସମ୍ମିଳନୀ କରାଯାଇଥିଲା । ଶ୍ରୀ ମୀନା କହିଛନ୍ତି, ପୁଲିସ ପ୍ରଶାସନ ପକ୍ଷରୁ ନାଇଟ୍ କର୍ଫୁ୍ୟ କଡାକଡି କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କୌଣସି ବ୍ୟକ୍ତି ଏହାକୁ ଅମାନ୍ୟ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁÂାନ ନିଆଯିବ । ଏହି ସମୟରେ ଓଡିଶା-ଛତିଶଗଡ ସୀମାନ୍ତ ଅଞ୍ଚଳରେ ଯାତାୟାତ କରୁଥିବା ଯାତ୍ରୀଙ୍କ ନାମ ଓ ଠିକଣାକୁ ପଞ୍ଜୀକୃତ କରାଯିବ । ଆଗାମୀ ଦିନରେ କଣ୍ଟାକ୍ଟ ଟ୍ରେସିଂବେଳେ ଏହା କାମରେ ଲାଗି ପାରିବ । କରୋନାର ଦ୍ୱତୀୟ ଲହରୀ ଆରମ୍ଭ ହୋଇଥିବାରୁ ଜରୁରୀ କାମ ନଥିଲେ ଘରୁ ପଦାକୁ ନ ବାହାରିବାକୁ ଏସ୍ପି ନିବେଦନ କରିଛନ୍ତି । ରାତି ୧୦ ଟାରୁ ଜିଲ୍ଲାରେ ସମସ୍ତ ଦୋକାନବଜାର ବନ୍ଦ ରଖିବାକୁ କୁହାଯାଇଛି । କୌଣସି ସ୍ଥାନରେ ଜନଗହଳିକୁ ପ୍ରଶୟ ଦିଆଯିବନି । ଜରୁରୀ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । ବିଶେଷକରି ସ୍ୱାସ୍ଥ୍ୟ, ବିଦୁ୍ୟତ, ଟ୍ରାନ୍ସପୋର୍ଟ ସର୍ଭିସ, ଟାrି ସେବା, ଜାତୀୟ ରାଜପଥ ପାଶ୍ୱର୍ ଢାବା ଓ ହୋଟେଲ, ଗଣମାଧ୍ୟମ ସେବାକୁ କଟକଣା ମୁକ୍ତ କରାଯାଇଛି । ସମ୍ମିଳୀନରେ ନବରଙ୍ଗପୁର ଥାନା ଅଧିକାରୀ ତାରେକ ଅହମ୍ମଦ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.