ଷ୍ଟେସନରେ କୋଭିଡ୍ ଟେଷ୍ଟ ପରେ ପୁରୀ ପ୍ରବେଶ ଅନୁମତି

Get real time updates directly on you device, subscribe now.

ପୁରୀ,(ବି.ବି.ନୁ୍ୟଜ): ପୁରୀ ଜିଲ୍ଲାରେ କୋଭିଡ୍ ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି । ଗଚ ଚବିଶ ଘଣ୍ଟାରେ ଜିଲ୍ଳାରେ ୨୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତା ବ୍ୟତୀତ ଚକ୍ରତୀର୍ଥ ରୋଡସ୍ଥିତ ଏକ ମନ୍ଦିରରେ ଗୁଜରାଟରୁ ଆସିଥିବା ଜଣେ ଏବଂ ଏହି ଇଲାକାର ଏକ ପେଟ୍ରୋଲ ଟ୍ୟାଙ୍କ ମାଲିକଙ୍କ ପରିବାରର ଦୁଇଜଣ କୋଭିଡ୍ ସଂକ୍ରମଣର ଶିକାର ହୋଇଛନ୍ତି । ଗତ ଛଅ ଦିନରେ ୭୦ରୁ ଅଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଲେଣି । ରୋଗ ସଂକ୍ରମଣକୁ ପ୍ରତିହତ କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ଆଜି କୋଭିଡ୍ ସ୍ଥିତି ଅନୁଧ୍ୟାନ କରିବା ସହ ଅଧିକ ସଂକ୍ରମିତ ୫ଟି ରାଜ୍ୟର ଯାତ୍ରୀଙ୍କ କୋଭିଡ୍ ଟେଷ୍ଟ କରିବାକୁ ଆଦେଶ ଜାରି କରିଛନ୍ତି । ବିଭାଗୀୟ ଅଫିସରଙ୍କ ସହ ସମୀକ୍ଷା ପରେ ଗଣମାଧ୍ୟମକୁ ଜିଲ୍ଲାପାଳ କହିଛନ୍ତି, ମହାରାଷ୍ଟ୍ର, କେରଳ, ଛତିଶଗଡ଼, ପଞ୍ଜାବ, ମଧ୍ୟପ୍ରଦେଶ ଆଦି ପାଞ୍ଚଟି ରାଜ୍ୟରୁ ଟ୍ରେନ୍ ଯୋଗେ ପୁରୀ ଆସୁଥିବା ଯାତ୍ରୀଙ୍କ ଷ୍ଟେସନରେ କୋଭିଡ୍ ଟେଷ୍ଟ ହେବ । ପୁରୀ ପ୍ରବେଶ କରୁଥିବା ଏହି ରାଜ୍ୟର ଯାତ୍ରୀଙ୍କୁ ୭୨ ଘଣ୍ଟା ମଧ୍ୟର କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ କିମ୍ବା ଦୁଇ ଦଫାର କୋଭିଡ୍ ଟିକା ନେଇଥିବା ଜରୁରି ବୋଲି ଜିଲ୍ଲାପାଳ ଆଦେଶ ଜାରି କରିଛନ୍ତି । ଥର୍ମାଲ ସ୍କ୍ରିନିଂ ତଥା କୋଭିଡ୍ ଟେଷ୍ଟରେ ପଜିଟିଭ୍ ଆସିଲେ ସାତଦିନିଆ ଏକାନ୍ତବାସରେ (ଆଇସୋଲେସନ୍)ରଖାଯିବ । ଏହି ନିଷ୍ପତ୍ତିକୁ ମଙ୍ଗଳବାରଠାରୁ ଲାଗୁ କରାଯାଇଛି ।
ଆଜି ଭୋରରେ ପୁରୀରେ ପହଞ୍ଚିଥିବା ଟ୍ରେନ୍ ଯାତ୍ରୀଙ୍କ ମଧ୍ୟରୁ ୪୬ ଜଣ ରାଜ୍ୟ ବାହାର ଯାତ୍ରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା । ସିଆରପିଏଫ ଏବଂ ସ୍ୱାସ୍ଥ୍ୟ ବିଭାଗ କର୍ମୀମାନେ ଏହି ଟେଷ୍ଟ କରିବା ବେଳେ ଜିଲ୍ଲା ପ୍ରଶାସନର ବରିÂ ଅଧିକାରୀମାନେ ତଦାରଖ କରିଥିଲେ । ଷ୍ଟେସନ କର୍ମଚାରୀଙ୍କ ସୂତ୍ରରୁ ଖବର, ଆଜି ସକାଳୁ ଟେଷ୍ଟ ଆରମ୍ଭ ହୋଇଥିବାରୁ କମ ସଂଖ୍ୟକ ଯାତ୍ରୀଙ୍କ ଟେଷ୍ଟ ହୋଇଥିଲା । ପ୍ରକୃତରେ ରାତି ସାଢେ଼ ୩ଟାରୁ ପୁରୀ ଷ୍ଟେସନରେ ଏହି ପାଞ୍ଚ ରାଜ୍ୟର ଯାତ୍ରୀବାହୀ ଟ୍ରେନ୍ ଲାଗୁଛି । ତେଣୁ ପ୍ରତ୍ୟହ ରାତି ସାଢେ଼ ତିନିଟା ପୂର୍ବରୁ ଷ୍ଟେସନରେ କୋଭିଡ୍ ଟେଷ୍ଟ କ୍ୟାମ୍ପ ଖୋଲା ରଖିବାକୁ ପ୍ରସ୍ତୁତି ହୋଇଛି । ସ୍ମରଣୀୟ ଏହା ପୂର୍ବରୁ ୧୨ ରାଜ୍ୟର ଯାତ୍ରୀଙ୍କ ପାଇଁ ଏଭଳି କଟକଣା ଜାରି ହୋଇଥିଲା ।
ହୋଟେଲ ମାଲିକଙ୍କୁ ସଂକ୍ରମଣ ପ୍ରତିକାର ଏବଂ କଟକଣା ସମ୍ପର୍କରେ ଅବଗତ କରାଇବାକୁ ଆଜି ଜିଲ୍ଲାପାଳ ଶ୍ରୀବର୍ମା ବୈଠକ ଡାକିଥିଲେ । ଘୋଷଣା ମୁତାବକ ପାଞ୍ଚଟି ରାଜ୍ୟର ଟୁରିଷ୍ଟ କିମ୍ବା ଯାତ୍ରୀ ହୋଟେଲକୁ ଆସିଲେ କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ ନିଶ୍ଚିତ କରିବେ । ୭୨ ଘଣ୍ଟା ପୂର୍ବର କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ ବ୍ୟତିତ ଦୁଇ ଦଫାର କୋଭିଡ୍ ଟିକା ନେଇଥିବା ଟୁରିଷ୍ଟଙ୍କୁ ହୋଟେଲରେ ରଖିବେ । ଏହି ନିୟମର ଖିଲାପ ହେଲେ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆଇନ ଆଧାରରେ ପ୍ରଶାସନ କାର୍ଯ୍ୟାନୁÂାନ କରିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପୁରୀର ହୋଟେଲ ଉପରେ ନଜର ରଖିବାକୁ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି ।
ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ଜନସଚେତନତା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି । ସାର୍ବଜନୀନ ସ୍ଥାନରେ ଲୋକମାନେ କୋଭିଡ୍ କଟକଣା ମାନିବା ଉପରେ କଡ଼ା ନଜର ରଖିବା, ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିବା, ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁÂାନ ଆରମ୍ଭ ହୋଇଛି । ବିନା ମାସ୍କଧାରୀଙ୍କ ବିରୋଧରେ ଗତ ୧ତାରିଖରୁ ଆଜି ସୁଦ୍ଧା ଏକ ହଜାରର ଅଧିକ ଲୋକଙ୍କ ବିରୋଧରେ କାର୍ଯ୍ୟାନୁÂାନ ହୋଇଛି । ଏମାନଙ୍କଠାରୁ ପାଖାପାଖି ନବେ ହଜାର ଟଙ୍କାର ଜରିମାନା ଆଦାୟ ହୋଇଛି । ଏହିସବୁ କାର୍ଯ୍ୟାନୁÂାନ ବ୍ୟତୀତ ଆବଶ୍ୟକ କୋଭିଡ୍ ରୋଗୀଙ୍କ ସେବାରେ ଆବଶ୍ୟକ ସଂଖ୍ୟକ ଆମ୍ବୁଲାନ୍ସ ପ୍ରସ୍ତୁତ ରଖିବା ସହ ପୁରୀ ଓ କୋଣାର୍କ ବେଳାଭୂମିର ଗହଳି ଉପରେ ନଜର ରଖାଯାଇଛି । ଏହା ବ୍ୟତୀତ ଜିଲ୍ଲା ତଥା ସହରାଞ୍ଚଳରେ ଅଧିକ ସଂଖ୍ୟକ କୋଭିଡ୍ ଟେଷ୍ଟ କରିବା, କୋଭିଡ୍ ରୋଗୀ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ତୁରନ୍ତ ଚିହ୍ନଟ କରିବା, ଜିଲ୍ଲା ତଥା ସହରାଞ୍ଚଳରେ ଟିକାକରଣକୁ ବ୍ୟାପକ କରାଯିବା ସହ ରାପିଡ୍ ରେସପନ୍ସ ଟିମକୁ ସଜାଗ ରଖାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons