ରାସ୍ତାରେ ପରିବା ଢାଳି ବିକ୍ଷୋଭ ପ୍ରଦର୍ଶନ

Get real time updates directly on you device, subscribe now.

ଝାରସୁଗୁଡ଼ା,(ବି.ବି.ନୁ୍ୟଜ): ଝାରସୁଗୁଡ଼ା ସହରରେ ଅଭାବନୀୟ ଘଟଣା ଘଟିଛି । ଜିଲ୍ଲାର ସମସ୍ତ ସାପ୍ତାହିକ ହାଟକୁ ୨୧ ଦିନ ଯାଏ ବନ୍ଦ ନିଷ୍ପତ୍ତିକୁ ଜିଲ୍ଲାର ପରିବା ଚାଷୀ ଓ ବେପାରୀମାନେ ବିରୋଧ କରି ଝାରସୁଗୁଡ଼ା ଟାଉନ ରାସ୍ତାରେ ପନପରିବା ଢାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜିଲ୍ଲାରେ ସମସ୍ତ ସାପ୍ତାହିକ ହାଟକୁ ବନ୍ଦ କରାଯାଇଥିବା ବେଳେ ସହରରେ ଥିବା ଏକ ମାତ୍ର ଏବଂ ଜିଲ୍ଲାର ସବୁଠୁ ବଡ଼ ହୋଲ୍ସେଲ୍ ବଜାରକୁ ପ୍ରବେଶ କରିବା ପାଇଁ ଆଜି ବେପାରୀ ଓ ଚାଷୀଙ୍କୁ ପ୍ରଶାସନ ଓ ପୁଲିସ୍ ପକ୍ଷରୁ ବାରଣ କରାଯାଇଥିଲା । ଚାଷୀ ତଥା ବେପାରୀମାନେ ଏହାକୁ ବିରୋଧ କରିବାରୁ ତାଙ୍କ ଉପରେ ଲାଠି ଚାର୍ଜ କରାଯାଇଥିବା ଝାରସୁଗୁଡ଼ା ପନିପରିବା ହୋଲସେଲ କମିଟି ସମ୍ପାଦକ କହିଛନ୍ତି ।
ଆଜି ଚାଷୀ ଓ ବେପାରୀଙ୍କୁ ହୋଲ୍ସେଲ୍ ବଜାର ଭିତରକୁ ପ୍ରବେଶ କରିବା ପାଇଁ ରୋକିବାରୁ ସେମାନେ ନିଜି ନିଜ ପରିବା ବିକ୍ରି କରି ପାରିନଥିଲେ । ହୋଲ୍ସେଲ୍ ମାର୍କେଟରେ ପ୍ରବେଶ କରିବାକୁ ସେମାନେ ଅନୁମତି ମାଗିଥିଲେ । ହେଲେ ତାଙ୍କ ଅନୁରୋଧକୁ ପୁଲିସ୍ ପକ୍ଷରୁ ରକ୍ଷା କରାନଯାଇ ତାଙ୍କ ଉପରେ ଲାଠି ଚାର୍ଜ କରାଯାଇଥିଲା । ପ୍ରଶାସନ ଓ ପୁଲିସର ସାପ୍ତାହିକ ହାଟ ବନ୍ଦ ଓ ଲାଠି ଚାର୍ଜ ପରି ନିÂୁର କାର୍ଯ୍ୟାନୁÂାନକୁ ବିରୋଧ କରି ଆଜି ହୋଲସେଲ ବଜାରକୁ ଆସିଥିବା ସମସ୍ତ ବେପାରୀ ତଥା ଚାଷୀମାନେ ଟାଉନ ରାସ୍ତାରେ ନିଜ ନିଜ ପନିପରିବା ଢାଳି ଦେଇଛନ୍ତି ।
ହୋଲସେଲ ବଜାରକୁ ପୂର୍ବାହ୍ନ ୧୧ଟା ଯାଏ ଖୋଲିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେବା ସହ ବନ୍ଦ ଥିବା ସାପ୍ତାହିକ ହାଟ ଓ ସ୍ଥାନାନ୍ତର ହେଉଥିବା ଦୈନିକ ହାଟର ବେପାରୀ ତଥା ଚାଷୀଙ୍କୁ ଅନ୍ୟ ସ୍ଥାନରେ ବଜାର ଲାଗାଇବା ପାଇଁ ସ୍ଥାନ ଚିହ୍ନଟ କରାଯାଉ ବୋଲି ଚାଷୀ ଓ ବେପାରୀମାନେ ଦାବି କରିଛନ୍ତି । ଅନ୍ୟପଟେ ଝାରସୁଗୁଡ଼ା ପୌର ପରିଷଦ ଅଧିକାରୀ ଯୋଗେନ୍ଦ୍ର ମାଝି ବିକ୍ଷୋଭ ସ୍ଥଳକୁ ପହଞ୍ଚô ଆନେ୍ଦାଳକାରୀଙ୍କୁ ବୁଝାସୁଝା କରିଥିଲେ । ହୋଲସେଲ ମାର୍କେଟ ଖୋଲିବା ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶାସନ, ଚାଷୀ ଓ ବେପାରୀଙ୍କୁ ନେଇ ଏକ ବୈଠକ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons