ରାଜ୍ୟରେ ହେବ ୧୦ ଦିନିଆ ସ୍ୱତନ୍ତ୍ର ଡ୍ରାଇଭ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ନିୟମ କଡ଼ାକଡ଼ି ହେବ । ସଂକ୍ରମଣର ଚେନ୍ ଭାଙ୍ଗିବାକୁ କରୋନା କଟକଣା ମାନିବାକୁ ହିଁ ପଡିବ । ରାଜ୍ୟସାରା ପୁଲିସ ମୁତୟନ କରିବାକୁ ଡିଜିପି (ପୁଲିସ ମହାନିଦେ୍ର୍ଧଶକ)ଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ୧୦ ଦିନ କରୋନା କଟକଣାକୁ ଯାଞ୍ଚ କରିବାକୁ ସ୍ୱତନ୍ତ୍ର ଡ୍ରାଇଭ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି ।
କରୋନା ସ୍ଥିତି ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଛତିଶଗଡ଼ ସୀମାବର୍ତ୍ତୀ ଜିଲ୍ଲାରେ କରୋନା ବଢୁଛି । ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସହ ବରିÂ ଅଧିକାରୀ ପଶ୍ଚିମ ଓଡ଼ିଶା ଯାଇ କରୋନା ସ୍ଥିତିର ସମୀକ୍ଷା କରିବେ । ତୃଣମୂଳ ସ୍ତରରେ ସ୍ଥିତି ପରଖିବା ସହ ପଦକ୍ଷେପ ନେବେ ।
ପଶ୍ଚିମ ଓଡ଼ିଶାକୁ ତୁରନ୍ତ ଡାକ୍ତର, ପାରାମେଡିକ୍ସ ଓ ଲାବ୍ ଟେକ୍ନିସିଆନ୍କୁ ପଠାଇବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିଦେ୍ର୍ଧଶ ଦିଆଯାଇଛି । କରୋନା ଯୁଦ୍ଧ ଲଢିବାକୁ ମାନବ ସମ୍ବଳ ବଢାଇବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେବା ସହ ପର୍ଯ୍ୟାପ୍ତ ପରିମାଣରେ ଆମ୍ବୁଲାନ୍ସ ସହ ହସ୍ପିଟାଲ ବେଡ୍ ପ୍ରସ୍ତୁତ ରଖିବାକୁ କହିଛନ୍ତି ।
ବେଶି ସଂକ୍ରମଣ ଥିବା ଅଞ୍ଚଳ ଉପରେ କଡ଼ା ନଜର ରଖିବା ସହ ଜରୁରିକାଳୀନ ଫୋନ୍ କଲ୍ର ତତ୍କ୍ଷଣାତ ଶୁଣିବା ସହ ସମାଧାନ କରିବାକୁ କୁହାଯାଇଛି । କୌଣସି ପରିସ୍ଥିତିରେ ଆମ୍ବୁଲାନ୍ସର ଅବହେଳା କିମ୍ବା ବେଡ୍ ଅଭାବର ଅଭିଯୋଗକୁ ବରଦାସ୍ତ କରାଯିବନି ।
ମୁଖ୍ୟମନ୍ତ୍ରୀ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ କରୋନା ସଚେତନତା ଜୋରଦାର କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ନୂଆ ସଚେତନତା ବାର୍ତ୍ତା ସହ ମାସ୍କ, ହାତ ହାଇଜିନ୍ ସହ ସାମାଜିକ ଦୂରତା ରକ୍ଷା କରିବାକୁ ବିଭାଗକୁ କୁହାଯାଇଛି । କରୋନା ଲଢେଇରେ ପଞ୍ଚାୟତିରାଜ ପ୍ରତିନିଧି(ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡ ମେମ୍ବର), ମିଶନ ଶକ୍ତି ଗ୍ରୁପଙ୍କୁ ସାମିଲ କରାଇବାକୁ ଜିଲ୍ଲାପାଳଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।
ବ୍ୟକ୍ତିଗତ ତଥା ଆନୁÂାନିକ ସ୍ତରରେ ଅଫିସ, ଶିକ୍ଷାନୁÂାନ, ବ୍ୟବସାୟିକ ଅନୁÂାନରେ କୋଭିଡ୍ କଟକଣା ତଦାରଖ ବ୍ୟବସ୍ଥାର ମଜବୁତ୍ କରାଯିବ । ସାରାବିଶ୍ୱରେ ଏବେ କରୋନା ବଢୁଛି । ଭୂତାଣୁର ପୁନଃ ସଂକ୍ରମଣରେ ସବୁଠି ଏବେ ଆତଙ୍କ । କିଛି ସପ୍ତାହ ହେଲା ଓଡ଼ିଶାରେ ମଧ୍ୟ ସଂକ୍ରମଣ ବଢୁଛି ।
ମୁଖ୍ୟମନ୍ତ୍ରୀ ଜନସାଧାରଣକୁ ଅପିଲ୍ କରି କହିଛନ୍ତି, କରୋନାର ପ୍ରଥମ ଲହରୀ ଆମେ ସବୁ ଅନୁଭବ କରିଛୁ । ଯେହେତୁ ଏହା ଲୋକଙ୍କ ଜୀବନ ସହ ଜଡ଼ିତ, ତେଣୁ ପରିସ୍ଥିତିର ଗମ୍ଭୀରତାକୁ ରଖି ଜନସାଧାରଣ ସତର୍କ ରହିବା ସହ କୋଭିଡ୍ ନିୟମାବଳୀ ପାଳନ କରିବା ଓ ସଂକ୍ରମଣ ନିୟନ୍ତ୍ରଣରେ ସରକାରଙ୍କ ସହ ସହଯୋଗ କରିବାକୁ ହେବ ।
ନବରଙ୍ଗପୁର ଖ୍ରୀଷ୍ଟିଆନ୍ ହସ୍ପିଟାଲରେ ଖୋଲାଯାଇଥିବା କୋଭିଡ୍ ହସ୍ପିଟାଲ ବାବଦକୁ ୪୫ରୁ ୬୦ ଲକ୍ଷ ପାଇବାର ଥିଲା । ନାଲକୋ ଏହି ଟଙ୍କା ପ୍ରଦାନ କରିନି । ତେଣୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ତୁରନ୍ତ ଟଙ୍କା ମଞ୍ଜୁର କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।
ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି, ରାଜ୍ୟର ସମସ୍ତ ସୀମାବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇବା ସହ ଅନ୍ୟରାଜ୍ୟରୁ ଆସୁଥିବା ଲୋକଙ୍କ ଟେଷ୍ଟିଂ ପାଇଁ ପରାମର୍ଶ ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟରେ ବର୍ତ୍ତମାନ କୋଭିଡ୍ର ସ୍ଥିତି ଓ ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ୫ ଟି ସଚିବ ଭି କେ ପାଣ୍ଡିଆନ୍ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ବିଏମ୍ସି ଓ ସିଏମ୍ସି କମିଶନରଙ୍କ ସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଇ ଆଲୋଚନା କରିଥିଲେ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର, ପୁଲିସ ମହାନିଦେ୍ର୍ଧଶକଙ୍କ ସମେତ ବରିÂ ଅଧିକାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons