
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ପୁଣିଥରେ ଉପରମୁହାଁ କରୋନା ସଂକ୍ରମଣ । ଏହାକୁ ଆଖିରେ ରଖି ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ନାଇଟ୍ କର୍ଫୁ୍ୟ-ରାତି ୧୦ରୁ ସକାଳ ୫ । ପୁଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ସହରର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରିଛନ୍ତି । ଅଯଥାରେ ଏହି ସମୟ ଭିତରେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି । ଅମାନିଆଙ୍କୁ ଶୁଣାଇଛନ୍ତି ଚେତାବନୀ । ଆଉଥରେ ଖିଲାପ କଲେ କଡ଼ା କାର୍ଯ୍ୟାନୁÂାନ ନିଆଯିବ ବୋଲି ତାଗିଦ କରିଛନ୍ତି । ପରବର୍ତ୍ତି ନିଦେ୍ର୍ଧଶ ନ ଆସିବା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଏସଡିପିଓ ଅରୂପ ଅଭିଶେକ ବେହେରା କହିଛନ୍ତି ।
କଟକଣା ଲାଗୁ ହେବା ଅଧାଘଣ୍ଟା ପୂର୍ବରୁ ପୁଲିସ ପକ୍ଷରୁ ମାଇକ୍ ଦ୍ୱାରା ସଚେତନ କରାଯାଇଥିଲା । ରାତି ୧୦ଟା ସୁଦ୍ଧା ଦୋକାନବଜାର ବନ୍ଦ କରି ନିଜ ନିଜ ଘରକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଥିଲା । ସହରର ଅଧିକାଂଶ ଦୋକାନ ରାତି ସାଢେ ୯ଟା ସୁଦ୍ଧା ବନ୍ଦ ହୋଇଯାଇଥିଲା । ଠିକ୍ ୧୦ଟାରେ ଏସିଡିପିଓ ଶ୍ରୀ ବେହେରା, ଟାଉନ ଥାନା ଆଇଆଇସି ବାଲେଶ୍ୱର ଗିଦ୍ଧି, ମାଜିଷ୍ଟେ୍ରଟ ତଥା ଅତିରିକ୍ତ ତହସିଲଦାର ଅଶ୍ୱିନୀ କୁମାର ମହାପାତ୍ର, ଏସ୍ଆଇ ବିଷ୍ଣୁଚରଣ ବେହେରା ସଦଳବଳେ ପାଟ୍ରୋଲିଂରେ ବାହାରିଥିଲେ । ୨ଟି ଟିମ୍ ମଧ୍ୟରୁ ଗୋଟିଏ ଏନଏଚ୍ରେ ଏବଂ ଅନ୍ୟଟି ସହରର ବିଭିନ୍ନ ଅଞ୍ଚଳରେ ବୁଲିଥିଲା । ଆଇଆଇସି ଶ୍ରୀ ଗିଦ୍ଧି ମାଇକ୍ରେ ସଚେତନ କରିଥିଲେ । ଅମାନିଆ ହେଲେ ଥାନାରେ ରାତି ବିିତାଇବାକୁ ପଡିବ ବୋଲି କହିଥିଲେ । ରାତି ପ୍ରାୟ ୧୦ଟା ୪୫ରେ ପାଟ୍ରୋଲିଂ ଟିମ୍ ମୁଖ୍ୟ ଟ୍ରାଫିକ୍ ଛକରୁ ୱେଲକମ୍ ଛକ ପହଞ୍ଚିଥିଲା । ଗାଡି ଦେଖି ଅଧାଖୋଲା ରହିିଥିବା ଦୋକାନ ବନ୍ଦ ହୋଇଯାଇଥିଲା । ସଉରାସାହି ଛକରେ ଥିବା ଏକ ପ୍ରତିÂିତ ଜଳଖିଆ ବ୍ୟବସାୟୀ ଅଧା ସର୍ଟର ଖୋଲି ବେପାର ଚଲାଇଥିଲେ । ଅଧିକାରୀମାନେ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଡାକି ତାଗିଦ୍ କରିଥିଲେ । ସବୁବେଳେ ଆଇନ୍ ଉଲ୍ଲଂଘନ କରିବାକୁ ଭଲ ଲାଗୁଛି କି ବୋଲି ପଚାରିଥିଲେ । ଏତେଥର ଥାନାକୁ ଯିବା, ଦୋକାନ ସିଲ୍ ହେବା ଏବଂ ଜରିମାନା ଦେବା ପରେ ମଧ୍ୟ କାହିଁକି ସୁଧୁରି ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ । ମଙ୍ଗଳବାର ଏଭଳି ବେଆଇନ୍ କାମ କରି ଧରାପଡିଲେ ଦୃଢ କାର୍ଯ୍ୟାନୁÂାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ । ଆଗକୁ ଭୁଲ ହେବ ନାହିଁ ବୋଲି ଦୋଷ ସ୍ୱୀକାର କରି ବ୍ୟବସାୟୀ ଯାଇଥିଲେ । ପରେ ଅଧିକାରୀମାନେ କାର, ବାଇକ୍ ଚାଳକଙ୍କୁ ଅଟକାଇ ସଚେତନ କରିଥିଲେ । ମେଡିକାଲ ବାହାନା ଦେଖାଇ ରାସ୍ତାରେ ନବୁଲିବାକୁ ଅନୁରୋଧ କରିଥିଲେ । ସଦର ଥାନା ପକ୍ଷରୁ ଏକ ଟିମ୍ ମଧ୍ୟ ପାଟ୍ରୋଲିଂ କରିଥିଲା ।
ଏସଡିପିଓ ଶ୍ରୀ ବେହେରା କହିଛନ୍ତି, ସୋମବାର ନାଇଟ୍ କର୍ଫୁ୍ୟର ପ୍ରଥମ ଦିନ ଥିଲା । ଲୋକମାନେ ସଚେତନ ଥିବାରୁ ଅଧିକାଂଶ ଦୋକାନ ବଜାର ବନ୍ଦ କରି ଘରକୁ ଚାଲିଯାଇଥିଲେ । ରାତି ସାଢେ ୧୦ଟାସୁଦ୍ଧା ସହର ଏକପ୍ରକାର ଶୂନଶାନ୍ ହୋଇଯାଇଥିଲା । ଜାତୀୟ ରାଜପଥରେ କେବଳ ଅତ୍ୟାବଶ୍ୟକ ସାମ୍ରଗୀ ଗାଡି ଚଳାଚଳ କରିଥିଲା । ଅମାନିଆଙ୍କୁ ପ୍ରଥମ ଦିନରେ ସଚେତନ ଏବଂ ତାଗିଦ କରାଯାଇଛି । ନିୟମ ଖିଲାପ କଲେ ସେମାନଙ୍କ ଗାଡ଼ି ଜବତ କରାଯିବା ସହ ଥାନାରେ ଅଟକ ରଖାଯିବ । ଦରକାର ପଡିଲେ ଆଇନଗତ କାର୍ଯ୍ୟାନୁÂାନ ନିଆଯିବ ।


Comments are closed, but trackbacks and pingbacks are open.