ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ପୁଲିସ୍ ପାଇଁ ଚାଲେଞ୍ଜ

Get real time updates directly on you device, subscribe now.

କଟକ,(ବି.ବି.ନ୍ୟୁଜ୍): ହତ୍ୟା, ବଳାକ୍ରାର ଆଦି ବିଭିନ୍ନ ଜଘନ୍ୟ ଅପରାଧିକ ମାମଲାରେ ଦୋଷୀମାନେ ଅନେକ ସମୟରେ ଖସି ଯାଉଛନ୍ତି । ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ ତଥ୍ୟ, ପ୍ରମାଣ ଯୋଗାଡ଼ କରିପାରୁନଥିବାରୁ ଅପରାଧୀମାନେ ଅନେକ ସମୟରେ ନିର୍ଦ୍ଦୋଷରେ ଖଲାସ ହେଉଛନ୍ତି । ଜଘନ୍ୟ ଅପରାଧିକ ମାମଲାରେ ଅପରାଧୀମାନେ ଯେପରି ଖସି ନଯାଆନ୍ତି ସେଥିପ୍ରତି ସତର୍କ ରହିବାକୁ ପୁଲିସ୍ ଅଧିକାରୀମାନଙ୍କୁ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ପରାମର୍ଶ ଦେଇଛନ୍ତି ।
ଦୋଷୀଙ୍କୁ ଅଦାଲତରେ ଦଣ୍ଡ ବିଧାନ କରିବାକୁ ହେଲେ ପୁଲିସ୍ର ତଦନ୍ତ ପ୍ରକ୍ରିୟା ଶାଣିତ ରହିବା ଦରକାର । ବିଶେଷକରି ତଦନ୍ତରେ ସାଇଣ୍ଟିଫିକ୍ ଇନ୍ଭେଷ୍ଟିଗେସନ୍ ବା ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରି ଅଭିଯୁକ୍ତମାନଙ୍କ ବିରୋଧରେ ତଥ୍ୟ, ପ୍ରମାଣ ଆଦି ଯୋଗାଡ଼ କରିପାରିଲେ ଅପରାଧୀମାନେ ଖସିବା ସହଜ ହେବ ନାହିଁ । ଅପରାଧ ହାରକୁ ଦୃଷ୍ଟିକୁ ନେଲେ ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ପୁଲିସ୍ ପାଇଁ ଏବେ ଏକ ବଡ଼ ଚାଲେଞ୍ଜ୍ ବୋଲି ଡିଜି ଡାକ୍ତର ଶର୍ମା କହିଛନ୍ତି । ମହିଳା ପୁଲିସ୍ ଅଫିସରମାନେ ଏବେ ହତ୍ୟା, ବଳାକ୍ରାର ଆଦି ମାମଲାର ତଦନ୍ତରେ ଦିନର ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଏହା ପୁଲିସ୍ ବିଭାଗ ପାଇଁ ଏକ ଭଲ ଖବର ବୋଲି ଡିଜି କହିଛନ୍ତି । ରାଜ୍ୟର କିଛି ଜଘନ୍ୟ ହତ୍ୟାକାଣ୍ଡ ଓ ବଳାକ୍ରାର ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ ଅଦାଲତରେ ଦୋଷୀ ସାବ୍ୟସ୍ତ କରିପାରିଥିବାରୁ ସଫଳ ତଦନ୍ତକାରୀ ଅଧିକାରୀଙ୍କୁ ଆଜି କ୍ରାଇମବ୍ରାଞ୍ଚରେ ସମ୍ବର୍ଦ୍ଧର୍ିତ କରାଯାଇଥିଲା । କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡିଜି ଡାକ୍ତର ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୪୦ ଜଣ ସଫଳ ତଦନ୍ତକାରୀ ଅଫିସରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧିତ ଅଧିକାରୀମାନେ ହେଲେ କୋରାପୁଟ୍ ଏସ୍ପି କନୱର ବିଶାଲ ସିଂ, କ୍ରାଇମବ୍ରାଞ୍ଚ ଏସ୍ପି ମଦକର ସନ୍ଦୀପ ସମ୍ପତ୍ତ, ଇନ୍ସପେକ୍ଟର ଗିରିଜା ଶଙ୍କର ଚକ୍ରବର୍ତ୍ତୀ, ଇନ୍ସପେକ୍ଟର ନିରଞ୍ଜନ କୁମାର ଧି, ଇନ୍ସପେକ୍ଟର ସୁରେନ୍ଦ୍ର ନାୟକ, ଇନ୍ସପେକ୍ଟର ଗୋପିନାଥ ପ୍ରଧାନ, ଇନ୍ସପେକ୍ଟର ରୂପଧର ନାୟକ, ଇନ୍ସପେକ୍ଟର ପି. ଶ୍ୟାମ ସୁନ୍ଦର ରାଓ, ଇନ୍ସପେକ୍ଟର ଅନୁପମା ସାହୁ, ସବ୍ଇନ୍ସପେକ୍ଟର ଜିନିମା ସାମଲ, ଡିଏସ୍ପି ପ୍ରିୟରଞ୍ଜନ ଶତପଥୀ, ଇନ୍ସପେକ୍ଟର ରୀତାଞ୍ଜଳି ପ୍ରଧାନ, ଇନ୍ସପେକ୍ଟର ରଞ୍ଜନ କୁମାର ସାହୁ, ଇନ୍ସପେକ୍ଟର ସୁଧିର କୁମାର ସାହୁ, ସବ୍ଇନ୍ସପେକ୍ଟର ଯୁଗଳ କିଶୋର ଦାସ, ଇନ୍ସପେକ୍ଟର ରଜନୀକାନ୍ତ ମିଶ୍ର, ଇନ୍ସପେକ୍ଟର ମୁକ୍ତି କୁମାର କୁଲୁ, ଇନ୍ସପେକ୍ଟର ସଂଗ୍ରାମ କିଶୋର ପଟ୍ଟନାୟକ, ଡିଏସ୍ପି ରଞ୍ଜିତ୍ ନାୟକ, ଇନ୍ସପେକ୍ଟର ଅଭିମନ୍ୟୁ ନାୟକ, ସବ୍ଇନ୍ସପେକ୍ଟର ଆଲୋକ ରଞ୍ଜନ ଜଗଦଲ, ଇନ୍ସପେକ୍ଟର ପ୍ରୀତିମଞ୍ଜରୀ ମେନ୍ଦୁଲି, ଇନ୍ସପେକ୍ଟର ମାନସ ରଞ୍ଜନ ବରିକ୍, ଏସ୍ଡିପିଓ ସ୍ୱପ୍ନା ରଞ୍ଜନ ମହାପାତ୍ର, ଇନ୍ସପେକ୍ଟର ଗୌରହରି ସାହୁ, ସବ୍ଇନ୍ସପେକ୍ଟର ସଞ୍ଜୀବ ରଣଭୈସାଂ, ସବ୍ଇନ୍ସପେକ୍ଟର ସୁଶାନ୍ତ ବଢ଼େଇ, ସବ୍ଇନ୍ସପେକ୍ଟର ସୁଶାନ୍ତ ପ୍ରଧାନ, ସବ୍ଇନ୍ସପେକ୍ଟର ମନୋରମା ବାରିକ, ସବ୍ଇନ୍ସପେକ୍ଟର ସଦାନନ୍ଦ ନାୟକ, ସବ୍ଇନ୍ସପେକ୍ଟର ବିୟୁଟି ମହାନ୍ତି, ଇନ୍ସପେକ୍ଟର ସନ୍ତୋଷ ଜେନା, ଇନ୍ସପେକ୍ଟର ଜୟଦେବ ବିଶ୍ୱଜିତ୍, ସବ୍ଇନ୍ସପେକ୍ଟର ପ୍ରତିଭା ମଞ୍ଜରୀ ସାହୁ, ସବ୍ଇନ୍ସପେକ୍ଟର ସୁଜାତା ଖମାରୀ, ଇନ୍ସପେକ୍ଟର ଅନିତା ସାହୁ, ଇନ୍ସପେକ୍ଟର ସରିତା ତ୍ରିପାଠୀ, ସବ୍ଇନ୍ସପେକ୍ଟର ତ୍ରିଲୋଚନ ବେହେରା । କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ଧନ୍ୟବାଦ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons