ଫେରିବେ ମୋନାଲିସା

Get real time updates directly on you device, subscribe now.

ଓଡ଼ିଆ ଅଭିନେତ୍ରୀ ତଥା ଅଭିନେତା ଦେବାଶିଷଙ୍କ ଜୀବନସାଥୀ ମୋନାଲିସା ପୁଣି ଓଲିଉଡ ଇଣ୍ଡଷ୍ଟ୍ରିକୁ ଫେରୁଥିବା ଶୁଣିବାକୁ ମିଳୁଛି । ନିକଟରେ ଏକ ଟିଭି ଶୋ’ରେ ନଜର ଆସିଥିବା ମୋନାଲିସା ଗୋଟିଏ ପ୍ରଶ୍ନର ଉତ୍ତରରେ କହିଥିଲେ, ଘରକୁ ଅଧିକ ସମୟ ଦେବା ପାଇଁ ଏ କ୍ଷେତ୍ରରୁ ଦୂରେଇ ଯାଇଥିଲେ । ଭବିଷ୍ୟତରେ ସୁଯୋଗ ମିଳିଲେ ଚିନ୍ତା କରିବି । ଏକ ସକରାତ୍ମକ ସୂଚନା ଦେଇ ନିଜ ପ୍ରଶଂସକଙ୍କୁ ଉତ୍ସାହିତ କରିଛନ୍ତି ଏହି ନାୟିକା । ଏବେକୁ ଏବ ଉଭୟେ ମୋନାଲିସା ଓ ଦେବାଶିଷ ବିଭିନ୍ନ ଟିଭି ଶୋ’ରେ ନଜର ଆସିବା ସହ ମନଖୋଲି ମନର କଥାକୁ ଦର୍ଶକଙ୍କ ସାମ୍ନାରେ ରଖୁଛନ୍ତି । ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି । ରାମ-ସୀତାଙ୍କ ପରି ମୋନାଲିସା-ଦେବାଶିଷଙ୍କ ଯୋଡ଼ିଙ୍କୁ ସବୁବେଳେ ଦର୍ଶକ ଭଲପାଇବା ଦେଇଆସିଛନ୍ତି । ଆଗକୁ ମଧ୍ୟ ସମାନ ଭଲପାଇବା ଓ ସମର୍ଥନ ଦେବେ ବୋଲି ଦୁହେଁ ଆଶା ରଖିଛନ୍ତି । ଏବେ ଦେଖିବା ବାକି ରହିଲା ପୁଣି କେବେ ମୋନାଲିସା ପରଦାରେ ଦିଶୁଛନ୍ତି । ମାତ୍ର ଦେବାଶିଷ ତାଙ୍କୁ ସମ୍ମାନ ଜଣାଇ ତାଙ୍କ ନାଁରେ ମୋନାଲିସା ଥ୍ରିଡି ଟେଲିଫିଲ୍ମସ୍ ପ୍ରାଇଭେଟ୍ ଲିମିଟେଡ କରି ସିନେମା ପରେ ସିନେମା କରି ଦର୍ଶକଙ୍କୁ ଭେଟି ଦେଇ ଚାଲିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons