କୋର୍ଟରେ ଶୁଣାଣି ଆରମ୍ଭ, ବୟାନ ରେକର୍ଡ

Get real time updates directly on you device, subscribe now.

ଗୁଣପୁର,(ବି.ବି.ନୁ୍ୟଜ): ରାୟଗଡା ଜିଲା ପୁଟାସିଂ ଥାନା ପୁଲିସ ବେଆଇନ ଭାବେ ଶେଙ୍କରୀ ଗ୍ରାମର କେତେକ ଲୋକଙ୍କୁ ମାରପିଟ କରିବା ସହ ଘରଭାଙ୍ଗି ଆବସବାବପତ୍ର ଓ କୃଷିଜାତ ଦ୍ରବ୍ୟ ଲୁଟି ନେଇଥିବା ନେଇ ଗୁଣପୁର ଏସ୍ଡିଜେଏମ କୋର୍ଟରେ ମାମଲା ଦାୟର କରାଯାଇଥିଲା । ଏହାକୁ ମାନ୍ୟବର କୋର୍ଟ ଗ୍ରହଣ କରି ଆଜି ପ୍ରଥମ ପର୍ଯ୍ୟାୟରେ ଅଭିଯୋଗୀକାରୀଙ୍କ ବୟାନ ରେକର୍ଡ କରିଛନ୍ତି ।
ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ଗତ ମାର୍ଚ୍ଚ ୪ ତାରିଖରେ ଶେଙ୍କରୀ ଗାଁରେ ମହିଳା ସ୍ୱୟଂସହାୟିକା ଗୋÂୀର ଏକ ବୈଠକ ଚାଲୁଥିଲା । ଏହି ସମୟରେ ପୁଟାସିଂ ଥାନା ଆଇଆଇସି ପଦ୍ମା ମଥୁ, ଏସ.ଆଇ କେଶବ ଚନ୍ଦ୍ର ବେହେରା, ହୋମଗାର୍ଡ ପବିତ୍ର ମିଶାଲ, ସୁଜିତ ଗାଣ୍ଠା ପ୍ରମୁଖ ଗାଁରେ ପଶି ବଟି ମାଗିଥିଲେ । ବେଆଇନ ଭାବେ ସେମାନେ ଗଞ୍ଜେଇ ଚାଷ କରୁଥିବା ମିଥ୍ୟା ଅଭିଯୋଗ ଲଦା ଯାଇଥିଲା । ବଟି ଦେବାକୁ ଧମକ ଦିଆଯାଇଥିଲା । ଟଙ୍କା ନଥିବା କହିବାରୁ କେତେକଙ୍କ ଘରଦ୍ୱାର ଭାଙ୍ଗିବା ସହ ଆସବାବାପତ୍ର, କୃଷିଜାତ ଦ୍ରବ୍ୟ ଲୁଟି ନେଇଥିଲେ । ଏହାର ପ୍ରତିବାଦ କରି ସେମାନେ ଥାନା ଆଇଆଇସିଙ୍କୁ ରାତିତମାମ ଅଟକ ରଖିଥିଲେ । ପରଦିନ ଗୁଣପୁର ଏସଡିପିଓ ରାଜକିଶୋର ଦାସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ସେଠାରୁ ଆଇଆଇସିଙ୍କୁ ମୁକୁଳାଇବାରେ ସକ୍ଷମ ହୋଇଥିଲେ । ଏହି ଘଟଣାକୁ ନେଇ ଶେଙ୍କରୀ ଗ୍ରାମବାସୀ ଗୁଣପୁର ଏସଡିଜେଏମ କୋର୍ଟରେ ଆଇଆଇସି, ଏସଆଇ ଓ ଦୁଇ ହୋମଗାର୍ଡଙ୍କ ନାଁରେ ମାମଲା ଦାୟର କରିଥିଲେ । ଆଜି ଏହି ମାମଲାରୁ କୋର୍ଟ ଗ୍ରହଣ କରି ପ୍ରଥମ ପର୍ଯ୍ୟାୟରେ ବୟାନ ରେକର୍ଡ କରିଥିବା ବରିÂ ଆଇନଜୀବୀ ବ୍ରହ୍ମାନନ୍ଦ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons