
ବୀରମହାରାଜପୁର,(ଗୁପ୍ତେଶ୍ୱର ପୁଷ୍ଟିଙ୍କ ରିପୋର୍ଟ): ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅଧିନସ୍ଥ ଚନ୍ଦଳି ନିକଟରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି । ଉଲୁଣ୍ଡା ବ୍ଲକ ମାଟିଖାଇ ଗାଁର ଏକ ଦମ୍ପତି ସୁରୁସୁତା ମେହେର ଓ ପୀତବାସ ମେହେର ଉକ୍ତ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି । ସେମାନେ କୌଣସି କାମରେ ସୁବଳୟା ପଟକୁ ଯାଉଥିବା ବେଳେ ଚନ୍ଦଳି ନିକଟ ରାସ୍ତାକଡରେ ଶିଶୁର କ୍ରନ୍ଦନ ଶୁଣିବାକୁ ପାଇଥିଲେ । ଆଖପାଖରେ କେହି ନଥିବାରୁ ନବଜାତ ଶିଶୁକୁ ଉଦ୍ଧାର କରି ବୀରମହାରାଜପୁର ଡାକ୍ତରଖାନାକୁ ଆଣିଥିଲେ । ସେଠାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ବର୍ତ୍ତମାନ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାବେଳେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଚତୁର୍ଭୂଜ ଦାସ ଡାକ୍ତରଖାନାରେ ଉପସ୍ଥିତ ରହି ଶିଶୁଟିର ସ୍ୱସ୍ଥ୍ୟାବସ୍ଥା ବୁଝୁଛନ୍ତି । ଏନେଇ ତଦନ୍ତ ପାଇଁ ସେ ସମସ୍ତ ଡାକ୍ତରଖାନାକୁ ଜଣେଇ ଦେଇଥିବା ପ୍ରକାଶ ।
Comments are closed, but trackbacks and pingbacks are open.