ଜବରଦଖଲ ଉଚ୍ଛେଦ ନୋହିଲା

Get real time updates directly on you device, subscribe now.

ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ଅଭିଯୋଗର ୯ ବର୍ଷ ବିତିଗଲା । ତା ପରେ ଜବରଦଖଲକାରୀଙ୍କୁ ନୋଟିସ ଦେଲା ପୌରସଂସ୍ଥା । ନୋଟିସ ଦେବାର ଏ ଭିତରେ ୮ ମାସ ବିତିଯାଇଛି । ହେଲେ ପୌରସଂସ୍ଥା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି । ଏଭଳି ସକ୍ରିୟ ରହିଛି ପୌର ସଂସ୍ଥା । ଏହାକୁ ନେଇ ଅଭିଯୋଗକାରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଜବରଦଖଲକାରୀ ହେଉଛନ୍ତି ସ୍ଥାନୀୟ ପାଇକସାହିର ମଧୁରା ସାହୁ । ତାଙ୍କୁ କେବଳ ନୋଟିସ ଦେଇ ଦାୟିତ୍ୱ ଶେଷ କରିଦେଇଛି ପୌର ପରିଷଦ । ଜବରଦଖଲକାରୀ ଏବେ ସେଠାରେ ଘର ନିର୍ମାଣ କରୁଛନ୍ତି । ଏ ସମ୍ପର୍କରେ ଉପଜିଲ୍ଲାପାଳ ତଥା ପୌର ନିର୍ବାହୀ ଅଧିକାରୀ ହେମକାନ୍ତ ସୟଙ୍କ ନିକଟରେ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ଶଙ୍କର ପ୍ରହରାଜ । ଅଭିଯୋଗ ଶୁଣିବା ପରେ ଉପଜିଲ୍ଲାପାଳ ଏହାର ତଦନ୍ତ କରି ଜବରଦଖଲ ଉଚ୍ଛେଦ କରିବାକୁ ତହସିଲଦାରଙ୍କୁ ନିଦେ୍ର୍ଧଶ ଦେଇଥିବା ଶ୍ରୀ ପ୍ରହରାଜ କହିଛନ୍ତି ।
ଶଙ୍କର କହିଛନ୍ତି, ପାଇକସାହି ନିକଟ ମାରୁତି ଲେନ୍ର ପ୍ଲଟ ନମ୍ବର ୧୧୪୨, ଖାତା ନମ୍ବର ୧୦୯୮/ ୫୫ର ସବ୍ପ୍ଲଟ ନମ୍ବର ୨୩ । ପ୍ଲଟିଂ ସମୟରେ ଏହି ସ୍ଥାନକୁ ଖୋଲା ସ୍ଥାନ ଭାବେ ଛଡାଯାଇଥିଲା । ତାକୁ ପାର୍କ କିମ୍ବା ଅନ୍ୟ କାମରେ ବ୍ୟବହାର କରିବାକୁ ପ୍ରସ୍ତାବ ରହିଥିଲା । ଏହାକୁ ମଧୁରା ଜବରଦଖଲ କରିଥିଲେ । ଏ ସମ୍ପର୍କରେ ୧୦ ବର୍ଷ ତଳେ ପୌରସଂସ୍ଥା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଥିଲା । କେହିହେଲେ ଜବରଦଖଲ ଉଚ୍ଛେଦ କରିବାକୁ ପଦକ୍ଷେପ ନେଲେନି । ଏ ସମ୍ପର୍କରେ କୋରାପୁଟ ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ(କ୍ରିଟ୍)କୁ ଜଣାଇଥିଲେ । କ୍ରିଟ୍ ପକ୍ଷରୁ ଏହାର ଯାଞ୍ଚ କରି ପୌରନିର୍ବାହୀ ଅଧିକାରୀଙ୍କୁ ୨୦୧୧ ଏପ୍ରିଲ ୭ ତାରିଖରେ ଚିଠି କରାଯାଇଥିଲା । ଏହା ସର୍ବସାଧାରଣଙ୍କ ପାଇଁ ଖୋଲା ସ୍ଥାନ ଭାବେ ଛଡାଯାଇଛି । ଏହା କ୍ରିଟ୍ରେ ମଞ୍ଜୁର ହୋଇଛି । ଏହି ସ୍ଥାନରେ କେହି ଘର ନିର୍ମାଣ କରିପାରିବେ ନାହିଁ । ଏଥିପାଇଁ ତୁରନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ କୁହାଯାଇଥିଲା । ନିର୍ମାଣ ହୋଇଥିବା ଘର ଭଙ୍ଗାଯାଉ ବୋଲି ଚିଠିରେ ଉଲ୍ଲେଖ କରାଯାଇଥିଲା । ଏ ଭିତରେ ୧୦ ବର୍ଷ ବିତିଯାଇଛି । କିନ୍ତୁ ଜବରଦଖଲ ଉଚ୍ଛେଦ ଦିଗରେ ପଦକ୍ଷେପ ନିଆଯାଇନି ବୋଲି କହିଛନ୍ତି ଶ୍ରୀ ପ୍ରହରାଜ । ଦେଖାଯାଉ, ଆଉ କେତେବର୍ଷ ପରେ ପୌର ପରିଷଦ ଏହାକୁ ଗମ୍ଭୀରତାର ସହ ବିଚାରକୁ ନେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons