ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ:ସ୍ଥାନାନ୍ତର ହେବ ବିଦୁ୍ୟତ୍ ଖୁଣ୍ଟ

Get real time updates directly on you device, subscribe now.

ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ବିଦୁ୍ୟତ ବିଭାଗର ନିଦ ଭାଙ୍ଗିଲା । କେନ୍ଦ୍ରୀୟ ବିଦ୍ୟାଳୟର ପ୍ରସ୍ତାବିତ ଜାଗାରୁ ବିଦୁ୍ୟତ ଖୁଣ୍ଟ ସ୍ଥାନାନ୍ତର ପାଇଁ ପଦକ୍ଷେପ ଆରମ୍ଭ ହୋଇଛି । ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ବସନ୍ତ ମହାପାତ୍ର ଆଜି ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ଜାଗା ନିକଟକୁ ଯାଇଥିଲେ । ତହସିଲ୍ର ସୁପରଭାଇଜର ଟୁନା ପ;ନାୟକ ଓ ରାଜସ୍ୱ ନିରୀକ୍ଷକ ବିମଳ କୁମାର ଦୁଃଖୀ ଜାଗାର ନକ୍ସା ଦେଖାଇବା ସହ ପ୍ରସ୍ତାବିତ ଜାଗା ବୁଲାଇ ଦେଖାଇଥିଲେ । ପ୍ରସ୍ତାବିତ ଜାଗାରେ ୮ଟି ବିଦୁ୍ୟତ ଖୁଣ୍ଟ ଥିବା ଦେଖିଥିଲେ । ଏହାକୁ କିପରି ସ୍ଥାନାନ୍ତର କରାଯାଇପାରିବ, ତାହାର ଅନୁଧ୍ୟାନ କରିଥିଲେ ନିର୍ବାହୀ ଯନ୍ତ୍ରୀ ।
ଏ ସମ୍ପର୍କରେ ରାଜସ୍ୱ ବିଭାଗ ସୁପରଭାଇଜର ଶ୍ରୀ ପ;ନାୟକ କହିଛନ୍ତି, ଆଜି ବିଦୁ୍ୟତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରସ୍ତାବିତ ଜାଗା ଦେଖାଇଥିଲେ । ସେମାନେ କିପରି ଏହାକୁ ସ୍ଥାନାନ୍ତର କରିବେ, ଏଥିପାଇଁ ଯୋଜନା କରିବେ । ଏହାକୁ ସ୍ଥାନାନ୍ତର ପାଇଁ ଯାହା ଖର୍ଚ୍ଚ ହେବ ସେମାନେ ବୁଝିବେ । ରାଜସ୍ୱ ବିଭାଗର କାମ ହେଉଛି ଜାଗା ଚିହ୍ନଟ କରି ହସ୍ତାନ୍ତର କରିବା । ନିର୍ବାହୀ ଯନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି, ବିଦୁ୍ୟତ ଖୁଣ୍ଟକୁ କିଭଳି ସ୍ଥାନାନ୍ତର କରାଯାଇପାରିବ, ସେ ଦିଗରେ ଖୁବ୍ଶୀଘ୍ର ପଦକ୍ଷେପ ନିଆଯିବ । ନିକଟରେ ଟାୱାର ଥିବାରୁ କେତେ ଦୂରରେ ବିଦୁ୍ୟତ ଖୁଣ୍ଟ ପୋତାଯାଇପାରିବ, ତାହାର ଅନୁଧ୍ୟାନ କରିଛନ୍ତି । ଖୁଣ୍ଟ ସ୍ଥାନାନ୍ତର ପାଇଁ କେତେ ଖର୍ଚ୍ଚ ହେବ, ତାହାର ଆକଳନ କରାଯିବ । ଏହାର ରିପୋର୍ଟ ପ୍ରଶାସନକୁ ଦିଆଯିବ । ଆକଳନ ଅନୁସାରେ ଟଙ୍କା ଜମା କରିବା ପରେ ବିଦୁ୍ୟତ ଖୁଣ୍ଟ ସ୍ଥାନାନ୍ତର କରାଯିବ ।
ମାର୍ଚ୍ଚ ୧୭ ତାରିଖରେ ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଏକ ପ୍ରତିନିଧି ଦଳ ଜୟପୁର ଆସିଥିଲେ । ପ୍ରସ୍ତାବିତ ଜାଗା ବୁଲିବା ସମୟରେ ବିଦୁ୍ୟତ ଖୁଣ୍ଟ ଥିବା ନଜରକୁ ଆସିଥିଲା । ବିଦୁ୍ୟତ ଖୁଣ୍ଟ ସ୍ଥାନାନ୍ତର କରାନଯିବା ପର୍ଯ୍ୟନ୍ତ କାମ ହୋଇପାରିବ ନାହିଁ ବୋଲି ଉପଜିଲ୍ଲାପାଳ ହେମକାନ୍ତ ସୟଙ୍କୁ କହିଥିଲେ ସହାୟକ କମିଶନର ଜ୍ୟୋତି କୁମାର । ପ୍ରସ୍ତାବିତ ଜାଗାରେ ଥିବା ଖୁଣ୍ଟ ସ୍ଥାନାନ୍ତର କରିବା ଦିଗରେ ପଦକ୍ଷେପ ନେବାକୁ ବିଦୁ୍ୟତ ବିଭାଗକୁ ଚିଠି କରିଥିଲେ ଉପଜିଲ୍ଲାପାଳ । ଚିଠି କରାଯିବାର ୨୫ ଦିନ ପରେ ଆଜି ବିଦୁ୍ୟତ୍ ବିଭାଗ ପକ୍ଷରୁ ଏହି ପଦକ୍ଷେପ ଆରମ୍ଭ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons