ପରଲୋକରେ କଳାହାଣ୍ଡି ମାଟିର କଳାକାର ପୁଅ

Get real time updates directly on you device, subscribe now.

ଭବାନୀପାଟଣା,(ବି.ବି.ନୁ୍ୟଜ): କଳାହାଣ୍ଡି ମାଟିର ଜଣେ ସଫଳ କଳାକାର ପୁଅ ତଥା ୨୦୧୩ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ବିଜେତା ଚଳଚ୍ଚିତ୍ର ଅଭିନେତା ବଦ୍ରି ନାରାୟଣ ମହାପାତ୍ର(୮୨)ଙ୍କ ମଙ୍ଗଳବାର ପରଲୋକ ହୋଇଛି । ମଙ୍ଗଳବାର ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ବିୟୋଗ ହୋଇଛି । ଖବର ଭବାନୀପାଟଣାରେ ପହଞ୍ଚିବା ପରେ ଜିଲ୍ଲା ବ୍ୟାପୀ ଗଭୀର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସ୍ୱର୍ଗତ ମହାପାତ୍ର ଏକାଧାରରେ ଚଳଚ୍ଚିତ୍ର, ଟିଭି, ବେତାର, ମଞ୍ଚ ଅଭିନେତା ତଥା ଉଚ୍ଚକୋଟିର ନାଟ୍ୟ ନିଦେ୍ର୍ଧଶକ ସମେତ ଜଣେ ଭଳ କ୍ରୀଡ଼ାବିତ ଓ କ୍ରୀଡ଼ା ସଂଗଠକ ମଧ୍ୟ ଥିଲେ । ଶତାଧିକ ନାଟକରେ ଅଭିନୟ କରିବା ସହ ଅନେକ ବେତାର ଓ ଟିଭି କାର୍ଯ୍ୟକ୍ରମରେ ଅଭିନୟ କରିଥିଲେ । ଚଳଚ୍ଚିତ୍ର ସମର୍ପଣ, ପଳାତକ ଓ ଜନ୍ମଦାତାରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ ମୋହି ନେଇଥିଲେ । କଳା ସଂସ୍କୃତି କ୍ଷେତ୍ରରେ ତାଙ୍କ ଅତୁଳନୀୟ ଅବଦାନ ରହିଛି । ତାଙ୍କୁ କଳାହାଣ୍ଡି ଉତ୍ସବରେ କଳାହାଣ୍ଡି ବରପୁତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେ ଜଣେ କ୍ରୀଡାବିତ, କ୍ରୀଡ଼ା ସଂଗଠକ ଭାବରେ କଳାହାଣ୍ଡିରେ ବେଶ ଜଣାଶୁଣା ଥିଲେ । ସେ କଳାହାଣ୍ଡିର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁÂାନ କଳାହାଣ୍ଡି ଲେଖକ କଳା ପରିଷଦ, କଳାହାଣ୍ଡି କଳାକାର ସଂଘର ସଭାପତି ଥିଲେ । ତାଙ୍କର ବିୟୋଗରେ କଳାହାଣ୍ଡି କଳା ସଂସ୍କୃତି ଓ କ୍ରୀଡା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ହୋଇଛି । କଳାହାଣ୍ଡି ଲେଖକ କଳା ପରିଷଦ, କଳାହାଣ୍ଡି କଳାକାର ସଂଘ, ମହାବୀର ସାଂସ୍କୃତିକ ଅନୁÂାନ, ଜିଲ୍ଲା ସଂସ୍କୃତି ପରିଷଦ, କାରୁଣ୍ଡ କଳା କେନ୍ଦ୍ର, ପ୍ରତିଭା ଅନୁÂାନ ବୃନ୍ଦାବନ ସାଂସ୍କୃତିକ ଅନୁÂାନ, ଜିଲ୍ଲା କ୍ରୀଡା ସଂସ୍ଥା ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons