
ପୁରୁଷୋତ୍ତମପୁର,(ବି.ବି.ନୁ୍ୟଜ): କରୋନା କଟକଣା ମଧ୍ୟରେ ଦକ୍ଷିଣ ଓଡ଼ିଶାର ଅଧିଷ୍ଟାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା ଅନୁÂିତ ହୋଇଯାଇଛି । ମାତ୍ର ୩୦ ହଜାରରୁ ଉଦ୍ଧ୍ୱର୍ ଭକ୍ତଙ୍କ ସମାଗମ ହୋଇଥିଲା । ଜିଲ୍ଲା ପ୍ରଶାସନର କରୋନା କଟକଣା ମଧ୍ୟରେ କେବଳ ପୁରୁଷୋତ୍ତମପୁର ବ୍ଲକ୍ ଓ ଏନ୍ଏସିର ଉକ୍ତଙ୍କ ଦର୍ଶନ କରିବା ଅନୁମତି ପ୍ରଦାନ କରାଯାଇଛି । ତୃତୀୟ ପାଳି ଯାତ୍ରାରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ଆଜି କିନ୍ତୁ ଯାତ୍ରାରେ କେବଳ ଅଳ୍ପ ସଂଖ୍ୟାଙ୍କ ଭକ୍ତଙ୍କୁ ଦେଖିବାକୁ ମିଳିଥିଲା ।
ଜିଲ୍ଲା ପ୍ରଶାସନର କରୋନା କଟକଣାରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା, ମୁଣ୍ଡନ ବନ୍ଧ ଓ ଭୋଗ କରିବା ଉପରେ ରୋକ୍ ଲଗାଯାଇଛି । ଅତଥାପି ଅନେକ ଭକ୍ତ ମାଆଙ୍କୁ ଦର୍ଶନ କରିଛନ୍ତି । ଏପରିକି ବିଭିନ୍ନ ସ୍ଥାନରେ ଭୋଜିଭାତର ଆସର ମଧ୍ୟ ଦେଖିବାକୁ ମିଳିଥିଲା । ପ୍ରତ୍ୟେକ ବର୍ଷ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ଦୃଷ୍ଟିରେ ରଖି ମନ୍ଦିର ଏବଂ ପ୍ରଶାସନ ପକ୍ଷରୁ ମାଆଙ୍କ ନୀତି ଦାୟିତ୍ୱ ପରି ବଣ୍ଟନ କରାଯାଇଥାଏ । ସୋମବାର ମଧ୍ୟ ରାତ୍ରରୁ ମଣ୍ଡନ କାର୍ଯ୍ୟ ଆରମ୍ଭ ହୋଇ ମଙ୍ଗଳବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥାଏ । ମାତ୍ର ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଭୋର ୫ଟାରୁ ଠାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇ ପୂର୍ବାହ୍ନ ୧୦ଟା ସମୟ ବେଳକୁ ମନ୍ଦିର ପରିବେଶ ପୁରା ଖାଲି ରହିଥିଲା । ଆଜିର ଯାତ୍ରାରେ ମାଆଙ୍କ ମନ୍ଦିର ୩ଟାରୁ ଖୋଲାଯାଇ, ଦୈନିକ ରୀତିନୀତି କରାଯାଇ ମା’ତାରାତାରିଣୀ, ମା’ସରସ୍ୱତୀ ବେଶରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରି ଭୋର୍ ୫ଟାରେ ସର୍ବସାଧାରଣ ଦର୍ଶନ ନିମନ୍ତେ ଦ୍ୱରା ଖୋଲାଯାଇଥିଲା । ଅପେକ୍ଷାରତ ମୁଣ୍ଡନ ମାନସିକ ଶ୍ରଦ୍ଧାଳୁ ଲମ୍ବା ଧାଡିରେ ଦର୍ଶନ କରି ଫେରିଥିଲେ । ଯାତ୍ରାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ସୁରକ୍ଷା ଦାୟିତ୍ୱକୁ କଡ଼ାକଡ଼ି କରାଯାଇ ଏହାର ତଦାରଖ ପାଇଁ ୩ଜଣ ଅତିରିକ୍ତ ଏସ୍ପି, ୩ଜଣ ଡିଏସ୍ପି, ୧୨ଜଣ ଇନ୍ସପେକ୍ଟର, ୧୦୦ଜଣ ସବ୍-ଇନ୍ସପେକ୍ଟର, ଏଏସ୍ଆଇ, ୧୬୦ଜଣ କନେଷ୍ଟବଳ, ୧୮୦ ହୋମଗାର୍ଡ ଓ ୧୦ ପ୍ଲାଟୁନ୍ ର୍ଫୋସ୍ ମୁତୟନ କରାଯାଇଥିଲା । ଚଳିତ ଯାତ୍ରାରେ ମୁଣ୍ଡନ ବନ୍ଦ କରିବା ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ୨ଟିମ୍ ଗଠନ କରାଯାଇଥିଲେ ମଧ୍ୟ ମୁଣ୍ଡନ ଯଥାରୀତିରେ ଚାଲିଥିଲା ।


Comments are closed, but trackbacks and pingbacks are open.