
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ସମାଜର ତଥାକଥବତ ନିୟମକୁ ବିରୋଧ କରିବା ଗୋଟିଏ ପରିବାରକୁ ମହଙ୍ଗା ପଡ଼ିଛି । ନିଅାଁ-ପାଣିରୁ ବାସନ୍ଦ ହେବାକୁ ପଡ଼ିଛି । ବିବାହ, ଦଶାହ ଘରକୁ ବି ଡକାଯାଉନି । ଯଦି କିଏ ଭୂଲବଶତଃ ଡାକି ଦେଉଛି, ସାମୁହିକ ଭୋଜିରେ ଖାଇବା ମନା । ସେଠାରେ ଭୋଜିରେ ରନ୍ଧା ଖାଦ୍ୟ ଦିଆଯାଉନି । ଅଲଗା ଭାତିଆ ମୁଣି ( ଚାଉଳ, ଡାଲି, ପନିପରିବାର ଇତ୍ୟାଦି ) ଧରାଇ ଫେରାଉଛନ୍ତି । ଏପରିକି ଗାଁ ଲୋକେ ଶୋଇବା ପରେ ଅନ୍ଧାର ରାତିରେ ଉଠି ନଳକୂଅରୁ ପାଣି ସଂଗ୍ରହ କରିବାକୁ ପଡୁଛି । ଏଭଳି ଅଭାବନୀୟ ଘଟଣା ଘଟିଛି ପାପଡାହାଣ୍ଡି ବ୍ଲକର ଅାଁଉଳି ଗାଁର ବାସୁଦେବ କୁର୍ମୀଙ୍କ ପରିବାର କ୍ଷେତ୍ରରେ ।
ବାସୁଦେବଙ୍କ ପରିବାର ୬ ପ୍ରାଣୀକୁଟୁମ୍ବ । ବାସୁଦେବଙ୍କ ସ୍ତ୍ରୀ, ୨ଝିଅ, ଗୋଟିଏ ପୁଅ, ତାଙ୍କର ବୁଢି ମାଆ ଓ ଭଉଣୀ । ସମାଜ ତାଙ୍କୁ ନିଅାଁ ପାଣିରୁ ବାସନ୍ଦ କରିବା ପରେ ପରିବାର ଭାଙ୍ଗି ପଡିଛି । ଏହି ପରିବାରକୁ କୌଣସି ବିବାହ ଓ ଦଶା ଘରକୁ ବି ଡକାଯାଉନି । ପରିବାର ଏକୁଟିଆ ପଡି ଯାଇଛନ୍ତି । ଭୂଲବଶତଃ କୌଣସି ସଂପର୍କୀୟ କୌଣସି ଉତ୍ସବକୁ ଡାକିଲେ ସମାଜର ଚାପରେ ତାଙ୍କୁ ଅଲଗା ଭାତିଆ ମୁଣି ଧରାଇ ଦେଇ ଫେରାଇ ଦିଆଯାଉଛି । ସାମୁହିକ ଭୋଜନରୁ ବାସନ୍ଦ କରାଯାଇଛି । ସେଭଳି ଗାଁର ନଳକୂପରୁ ୧୦ ଗରିଆ ପିଇବା ପାଣି ପାଇଁ ଭୋରରୁ ଗାଁ ଲୋକ ଶୋଇଥିବା ବେଳେ ପାଣି ସଂଗ୍ରହ କରୁଥିବା ବାସୁଙ୍କ ଝିଅ କବିତା କୁର୍ମୀ କହିଛନ୍ତି । ସମାଜ ତାଙ୍କୁ ବାସନ୍ଦ କରିବାର ମୁଖ୍ୟ କାରଣ ହେଲେ ବାସୁ ଦେବ କୁର୍ମୀ ୨ ଝିଅ ଅନ୍ୟ ସଂପ୍ରଦାୟରେ ପ୍ରେମବିବାହ କରିଥିଲେ । ଏହାକୁ ନେଇ ୩ ମାସ ତଳେ ତାଙ୍କ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଥିଲା । କାରଣ ତାଙ୍କ ସଂପ୍ରଦାୟର ଯୁବତୀମାନେ ଅନ୍ୟ ସଂପ୍ରଦାୟର ଯୁବକଙ୍କ ସହ ପ୍ରେମବିବାହ କଲେ ସମାଜର ସ୍ୱୀକୃତି ଆବଶ୍ୟକ । ଏହି ଦୁଇଟି ବିବାହକୁ ସମାଜ ସ୍ୱୀକୃତି ଦେଇ ନଥିଲା । ତେଣୁ ଏହି ମାମଲାର ବିଚାର କରି ସମାଜର ମୁଖିଆଙ୍କର ଏକ ପଂଚାୟତ ବସିଥିଲା । ଅନ୍ୟ ସଂପ୍ରଦାୟର ବିବାହ ପାଇଁ ସମାଜ ସ୍ୱୀକୃତି ଦେଇ ନଥିବା ଯୋଗୁ ୨ଟି ଝିଅର ଅନ୍ୟସଂପ୍ରଦାୟର ବିବାହ ଯୋଗୁ ଗୋଟିଏ ଝିଅ ପାଇଁ ୬ହଜାର ଟଙ୍କା ଅନ୍ୟ ଝିଅ ପାଇଁ ୧୦ହଜାର ଟଙ୍କା ଅର୍ଥ ଦଣ୍ଡ ଦେଇଥିଲା ସମାଜର ପଂଚାୟତ । ତେବେ ୬ ପ୍ରାଣୀକୁଟୁମ୍ବ ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରୁଥିବା କାରଣରୁ ୧୬ହଜାର ଟଙ୍କା ଜରିମାନା ଦେବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି କହିଥିଲେ । ତେଣୁ ଗରିବ ଜରିମନା କମ୍ କରିବାକୁ ସମାଜର ମୁଖିଆଙ୍କ ନିକଟରେ ବାସୁଦେବ ବହୁ କାକୁତିମିନତି ହୋଇଥିଲେ । ହେଲେ ସମାଜର ମୁଖିଆମାନେ ତାଙ୍କ କଥା ଶୁଣି ନଥିଲେ ।ପାଲଟା ସମାଜରୁ ବାସନ୍ଦ ପାଇଁ ନିଦେ୍ର୍ଧଶ ଦେଇଥିଲେ । ଏଭଳି ଗତ ୩ ମାସ ଧରି ପରିବାର ସମାଜର ବାସନ୍ଦ ଜୀବନ ବିତାଉଛି । ବାସୁଦେବ ପୁଲିସ୍ ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ବି କୌଣସି ସୁଫଳ ମିଳିଲାନି । ଶେଷକୁ ନ୍ୟାୟ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣର ଦ୍ୱାରସ୍ଥ ହୋଇଥିବା କହିଛନ୍ତି ।


Comments are closed, but trackbacks and pingbacks are open.